PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିରେ ମିଶିଲେ ସୁନୀଲ ଜାଖଡ, କଂଗ୍ରେସ ସହ ୫୦ ବର୍ଷର ସମ୍ପର୍କରେ ପୂର୍ଣ୍ଣଛେଦ
  • ||
  • ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ବାନ୍ଧିଥିଲା ଏନ୍‌ଆଇଏ
  • ||
  • ପୁରୀ : ଏଥର ଭକ୍ତ ଦେଖିବେ ସ୍ନାନଯାତ୍ରା, ହେଲେ ସ୍ନାନ ବେଦିରେ ଶ୍ରୀବିଗ୍ରହଙ୍କୁ କରିପାରିବେନି ସ୍ପର୍ଶ
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ଆକ୍ଟିଭ କେସ୍,୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୨ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ଆଜି-କାଲି ବର୍ଷା ଆଶଙ୍କା, ତିନି ଦିନ ପରେ ପୁଣି ତାତି
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌… ଅଖ ଅନୁକୂଳ, ନାହାକା ଚକରେ ପଇତା ଓ ୧୫ ଚକ ପ୍ରସ୍ତୁତ
  • ||
  • ମୋହନା: ରାସ୍ତା କଡ଼ରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • କୁତ୍ରା: ୧୨ ବର୍ଷର ନାବାଳିକା ୭ ମାସର ଗର୍ଭବତୀ, ଥାନାରେ ଏତଲା ଦେଲେ ପରିବାରଲୋକ
  • ||
  • ବାରଙ୍ଗ: ପ୍ରେମ ସମ୍ପର୍କକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ : ପ୍ରେମିକକୁ ହତ୍ୟା କଲେ ପ୍ରେମିକା ପରିବାର, ଇନ୍‌ଫୋସିଟି ଥାନା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ୧୭୦ ଆତଙ୍କବାଦୀ, ତାଲିମ ଦେଉଛି ପାକିସ୍ତାନୀ ସେନା ଏବଂ ISI
  • ||

ସୁନା ବିସ୍କୁଟ୍‌ ଦେବା ନାଁରେ ୭ ଲକ୍ଷ ଲୁଟ୍‌ ମାମଲା: ଫେରାର ଅଭିଯୁକ୍ତ ଧରାପଡ଼ିଲା

ଭୁବନେଶ୍ୱର,୧୦ ।୨(ବ୍ୟୁରୋ): ସୁନା ବିସ୍କୁଟ୍‌ ଦେବା ନାଁରେ ୭ ଲକ୍ଷ ଟଙ୍କା ଲୁଟିବା ମାମଲାରେ ଫେରାର୍‌ ଥିବା ଅନ୍ୟଜଣେ ଅଭିଯୁକ୍ତକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି । ତାଙ୍କ ନାମ ସୁରେଶ ଓରଫ ରମେଶ ମହାନ୍ତି । ଘର ବେଗୁନିଆ କଡ଼ବ । ସେ ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରରେ ରହୁଥିଲେ ।
ପୁଲିସ ସୂଚନା ଅନୁଯାୟୀ, କଟକ କାନପୁର ଥାନା ଅନ୍ତର୍ଗତ ହରିପୁରର ତୋଫାନ ମହାପାତ୍ର ଝାରପଡ଼ାରେ ରହୁଥିଲେ । ତାଙ୍କର ଜଣେ ସଂପର୍କୀୟ ଭାଇ ନଗେନ୍‌ ପଣ୍ଡା ହରିପୁରରେ ଏକ ଜୁଏଲାରୀ ଦୋକାନ କରିଥିଲେ । ଶାସ୍ତ୍ରୀନଗରରେ ରହୁଥିବାରୁ ତୋଫାନଙ୍କର ରାଜେନ୍ଦ୍ର ମହାନ୍ତିଙ୍କ ସହ ଜଣାଶୁଣା ଥିଲା । ତୋଫାନଙ୍କ ସଂପର୍କୀୟ ଭାଇ ଜୁଏଲାରୀ ଦୋକାନ କରିଥିବା ଜାଣିବା ପରେ ରାଜେନ୍ଦ୍ର ତାଙ୍କୁ ଲୁଟିବା ପାଇଁ ଯୋଜନା କରିଥିଲେ । ସେ ତୋଫାନଙ୍କୁ କହିଥିଲେ କି, ମୋର ଜଣେ ବନ୍ଧୁ ସୁନା ବିସ୍କୁଟ୍‌ କାରବାର କରୁଛନ୍ତି । ସେ କମ୍‌ ଟଙ୍କାରେ ସୁନା ଯୋଗାଇ ଦେଉଛନ୍ତି । ତେଣୁ ସୁନା ଦୋକାନ ଦେଇଥିବା ନଗେନ୍‌ଙ୍କୁ କୁହ ତାଙ୍କ ଠାରୁ ସୁନା କିଣିବା ପାଇଁ । ୭ ଲକ୍ଷ ଟଙ୍କା ଦେଲେ ୧୦ ଲକ୍ଷ ଟଙ୍କାର ସୁନା ପାଇବାର ଲୋଭ ଦେଖାଇଥିଲେ ରାଜେନ୍ଦ୍ର । ଗତ ଡିସେମ୍ବର ୨୩ ତାରିଖକୁ ଦିନ ଧାର୍ଯ୍ୟ ହୋଇଥିଲା ରାମମନ୍ଦିର ନିକଟରେ ସୁନା କିଣାବିକା ପାଇଁ । ତୋଫାନ ଓ ତାଙ୍କ ଭାଇ ନଗେନ୍‌ ଟଙ୍କା ଧରି ରାମମନ୍ଦିର ନିକଟରେ ପହଞ୍ଚିଥିଲେ । ସେମାନେ ରାଜେନ୍ଦ୍ରଙ୍କୁ ଫୋନ୍‌ କରିବାରୁ ରାଜେନ୍ଦ୍ର ତାଙ୍କୁ କହିଥିଲେ କି ସୁନା ଦେବା ପାର୍ଟି ଟାଉନ୍‌ ଭିତରକୁ ସୁନା ଆଣି ଆସିବାକୁ ମନା କରୁଛନ୍ତି । ତେଣୁ ତୁମେ ସନ୍ଧ୍ୟାରେ ଶ୍ୟାମପୁର ଅଞ୍ଚଳରେ ଥିବା ଏକ ଗେଷ୍ଟ ହାଉସକୁ ଆସ । ସନ୍ଧ୍ୟାରେ ତୋଫାନ ଓ ନଗେନ୍‌ ଟଙ୍କା ଧରି ଶ୍ୟାମପୁର ନିକଟ ରାସ୍ତାରେ ପହଞ୍ଚିଥିଲେ । ସେଠାରେ ପୂର୍ବରୁ ରାଜେନ୍ଦ୍ର ଛିଡ଼ା ହୋଇଥିଲେ । ସେମାନେ କଥାବାର୍ତ୍ତା ହେଉଥିବା ବେଳେ ଏହି ସମୟରେ ଏକ ବାଇକ୍‌ରେ ଦୁଇଜଣ ଯୁବକ ସେଠାରେ ପହଞ୍ଚିଥିଲେ । ମାରଣାସ୍ତ୍ର ଦେଖାଇ ସେମାନଙ୍କୁ ଭୟଭୀତ କରାଇବା ସହ ନଗେନଙ୍କ ହାତରୁ ୭ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଝାମ୍ପିନେଇ ପଳାଇଥିଲେ । ରାଜେନ୍ଦ୍ରଙ୍କ କହିବା ମୁତାବକ ଉଭୟ ତୋଫାନ, ରାଜେନ୍ଦ୍ର ଓ ଅନ୍ୟମାନେ ଖଣ୍ଡଗିରି ଥାନାକୁ ଅଭିଯୋଗ କରିବାକୁ ଆସୁଥିଲେ । ତେବେ ଅଧା ବାଟରୁ ରଜେନ୍ଦ୍ର ଖସି ପଳାଇଥିଲେ । ତେଣୁ ତାଙ୍କ ଉପରେ ତୋଫାନଙ୍କର ସନ୍ଦେହ ହୋଇଥିଲା । ଏନେଇ ସେମାନେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଜାନୁଆରୀ ପ୍ରଥମ ସପ୍ତାହରେ ପୁଲିସ କାଳନ୍ଦୀ ସାହୁ ନାମକ ଜଣେ ଲୁଟେରା ଓ ରାଜେନ୍ଦ୍ରଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା । ଫେରାର୍‌ ଥିବା ରମେଶଙ୍କୁ ପୁଲିସ ଗତକାଲି ରାତିରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା । ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।