ଗୋଟିଏ ଚେକପୋଷ୍ଟରୁ ୭ପୁଲିସ୍ କର୍ମୀ କରୋନା ପଜିଟିଭ୍ !

ବାରାଣାସୀ ୨୬/ ୪ : କରୋନା କବଳରେ ସମସ୍ତେ ଏବେ ହନ୍ତସନ୍ତ । ସବୁ ବର୍ଗର ଲୋକେ ଏହା ଦ୍ବାରା ସଂକ୍ରମିତ ହେଉଛନ୍ତି । ବିଶେଷକରି ଏହି କରୋନା ଲଢେ଼ଇରେ ଫ୍ରଣ୍ଟଲାଇନରେ ଥିବା ପୁଲିସ ଓ ସ୍ବାସ୍ଥ୍ୟ କର୍ମୀମାନେ ବେଶୀ ସମସ୍ୟାରେ ପଡୁଛନ୍ତି । ଏମିତି ଏକ ଖବର ଆସିଛି ବାରଣାସୀରୁ ।

ଉତ୍ତରପ୍ରଦେଶର ବାରାଣାସୀ ଜିଲ୍ଲାରେ ୭ ଜଣ ପୁଲିସ କର୍ମଚାରୀଙ୍କ ସମେତ ୮ ଜଣ ନୂଆ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହା ସହିତ ଏହି ଜିଲ୍ଲାରେ ମହାମାରୀ ଦ୍ୱାରା ପ୍ରଭାବିତ ଲୋକଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି ।

କରୋନା ଜୀବାଣୁକୁ ରୋକିବା ପାଇଁ ଗତ ୧ମାସ ଧରି ସାରା ଦେଶରେ ଲକଡାଉନ୍ ପଡିଛି, ଯାହାକି ୩ ମେ ପର୍ଯ୍ୟନ୍ତ ଚାଲିବ। ସେପଟେ ଉତ୍ତରପ୍ରଦେଶର ବାରାଣାସୀ ଜିଲ୍ଲାରେ ଲକ୍ ଡାଉନର ତଦାରଖ କରୁଥିବା ପୁଲିସ କର୍ମଚାରୀମାନେ ନିଜେ କରୋନା ଜୀବାଣୁ ସଂକ୍ରମିତ ହୋଇଛନ୍ତି।

ଜିଲ୍ଲା ଅଧିକାରୀ କୌଶଲ ରାଜ ଶର୍ମା କହିଛନ୍ତି ଯେ ଶନିବାର କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ୯୫ ଟି ଯାଞ୍ଚ ରିପୋର୍ଟ ଆସିଛି। ସେଥିମଧ୍ୟରୁ ୮ଟି ପଜିଟିଭ ଏବଂ ୮୭ ଟି ନେଗେଟିଭ। ଯେଉଁମାନଙ୍କ ରିପୋର୍ଟ ପଜିଟିଭ ଆସିଛି, ସେମାନଙ୍କ ମଧ୍ୟରେ ଜଣେ ସବ୍-ଇନ୍ସପେକ୍ଟର, ୩ ଜଣ ହେଡ୍ କନଷ୍ଟେବଳ ଏବଂ ୩ଜଣ ସିପାହୀ ଅଛନ୍ତି । ସମସ୍ତ ୭ ଜଣ ପୁଲିସ ସମାନ ଚେକପଏଣ୍ଟରେ ରହିଥିଲେ। ଏଥିସହ ପିତରକୁଣ୍ଡା (ବଫର୍ ଜୋନ୍) ନିକଟରେ ଥିବା ଜଣେ ୩୯ ବର୍ଷୀୟ ବ୍ୟକ୍ତି ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡିଛି।

   ସମ୍ବନ୍ଧିତ ଖବର


କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ନିର୍ବାଚନ ସଭାରେ ଉଦବୋଧନ ବେଳେ ସଭାମଞ୍ଚରୁ ଗଳି ପଡିଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ…

କୋଠା ଉପରେ ସ୍କର୍ପିଓ ଡିଜାଇନ୍‌ର ପାଣିଟାଙ୍କି, ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼

କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ନଦୀବନ୍ଧ ମରାମତି ପାଇଁ ୧୦,୦୦୦ କୋଟି ମଞ୍ଜୁରୀ, ଚୟନ ହୋଇଥିବା ନଦୀବନ୍ଧ ମଧ୍ୟରୁ ୩୬ଟି ଓଡ଼ିଶାର

ଭାରତୀୟ ସେନା ଲଞ୍ଚ କଲା ସ୍ବଦେଶୀ ମେସେଜିଂ ଆପ୍ SAI, ହ୍ବାଟସଆପ୍‌ଠାରୁ ମଧ୍ୟ ଆହୁରି ସୁରକ୍ଷିତ

ଉତ୍ତରପ୍ରଦେଶ ଆମେଠିରେ ଦଳିତ ଗାଁ ମୁଖିଆଙ୍କ ସ୍ବାମୀକୁ ଜୀଅନ୍ତା ଜଳାଇ ହତ୍ୟା…