PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ମନ୍ଦିର ଭିତରେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ: ଝିଅ ବେଶରେ ଆସି ଏଭଳି କାଣ୍ଡ କଲା ଅଭିଯୁକ୍ତ, ପୋଲିସର ତଦନ୍ତ ଜାରି

ପୁନେ,୨୩।୧୨; ପୁରି ଳଜ୍ଜା। ମହାରାଷ୍ଟ୍ରର ପୁନେରେ ୭ବର୍ଷର ନାବାଳିକାକୁ ହୋଇଛି ଦୁଷ୍କର୍ମ ଅଭିଯୋଗ। ନାବାଳିକାକୁ ପୁନେର ଛଟୁଶୃଙ୍ଗ ଅଞ୍ଚଳରେ ଥିବା ଏକ ମନ୍ଦିର ଭିତରେ  ଜଣେ ଅଜଣା ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ନାବାଳିକାଙ୍କ ପରିବାର ଲୋକଙ୍କ ପକ୍ଷରୁ  ମାମଲା ରୁଜୁ କରାଯିବା ପରେ ପୋଲିସର ତଦନ୍ତ ଆରମ୍ଭ କରିଛି ।  

କ୍ରାଇମବ୍ରାଞ୍ଚର ବରିଷ୍ଠ ଇନ୍ସପେକ୍ଟର ଅଞ୍ଜୁମ ବାଗବାନ କହିଛନ୍ତି, ନାବାଳିକା  ସହିତ ସୋମବାର ରାତି ୮ଟା ବେଳେ ଦୁଷ୍କର୍ମ କରାଯାଇଥାପରେ।  ସ୍କୁଲରୁ ଫେରିବା ପରେ ନାବାଳିକା ନିଜର ସାଙ୍ଗମାନଙ୍କ ସହିତ ସେହି ଅଞ୍ଚଳରେ ଖେଳୁଥିଲା। ତେବେ  ବୁଧବାର ଦିନ ସ୍କୁଲରୁ ଫେରିବା ପରେ ନିଜ ମା’ ଆଗରେ କହିଥିଲା, ପେଟରେ ଓ ଯୌନାଙ୍ଗରେ ଖୁବ୍ ଯନ୍ତ୍ରଣା ହେଉଛି।  ଏହାପରେ ନାବାଳିକାର ମା’ ଝିଅକୁ ନେଇ  ସ୍ଥାନୀୟ ମେଡିକାଲକୁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଯୌନ ଉତ୍ପୀଡନ ହୋଇଥିବା ସନ୍ଦେହ କରିଥିଲେ। ତେଣୁ ସେ ପୀଡିତା ନାବାଳିକାଙ୍କୁ  ଶାଶୁନ ଜେନେରାଲ ମେଡିକାଲକୁ ରେଫର କରିବା ସହ କିଛି ଡାକ୍ତରୀ ପରୀକ୍ଷା କରିବାକୁ କହିଥିଲେ।

ସମସ୍ତ ଘଟଣା ସମ୍ପର୍କରେ ନାବାଳିକାଙ୍କୁ ମାଆ ପଚାରିଥିଲେ । ନାବାଳିକା କହିଥିଲେ ଯେ, ଗତ ସୋମବାର  ନିଜ ସାଥୀମାନଙ୍କ ସହ ଖେଳୁଥିବା ସମୟରେ ଜଣେ  ବ୍ୟକ୍ତି ତାଙ୍କୁ ମନ୍ଦିର ଭିତରକୁଯିବାକୁ ବାଧ୍ୟ କରିଥିଲା , ଏହାପରେ ସେ ନାବାଳିକାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଦୁଷ୍କର୍ମ ବେଳେ ନାବାଳିକା ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଦୁଷ୍କର୍ମକାରୀ ତା ପାଟିକୁ କପଡାରେ ବାନ୍ଧି ଦେଇଥିଲା। ଯାହାଫଳରେ  ନାବାଳିକା ଜଣକ ପାଟିକରି କାହାକୁ ଡାକି ପାରିନଥିଲେ । ନିକଟରେ ଖେଳୁଥିବା ସାଙ୍ଗମାନେ ଘଟଣାସ୍ଥଳରୁ ଯାଇସାରିଥିଲେ । ସବୁଠାରୁ ବଡ କଥା ହେଲା ଦୁଷ୍କର୍ମକାରୀ ଜଣକ ନିଜର ବେଶ ବଦଳାଇ ଝିଅ ବେଶରେ ଆସିଥିଲା ବୋଲି ଜଣାପଡିଛି। ନାବାଳିକାକୁ ଆହତ ଅବସ୍ଥାରେ ଅଭିଯୁକ୍ତ ସେଠାରେ ଛାଡି ଯାଇଥିଲା । ମନ୍ଦିରର ପ୍ରବେଶ ଦ୍ବାରରେ ଏକ ସିସିଟିଭି କ୍ୟାମେରା ରହିଛି।  ଯାହାକି ଗଣେଷପୂଜାଠୁ ଖରାପ ଅଛି ବୋଲି ପୋଲିସ କହିଛି ।

 ଅଭିଯୁକ୍ତକୁ ଚିହ୍ନଟ କରିବାକୁ ମନ୍ଦିରର ମେନ ଗେଟରେ ଲାଗିଥିବା ସିସିଟିଭି ଫୁଟେଜ ଖୋଜିବାକୁ ପୋଲିସ ଚେଷ୍ଟା କରିଥିଲା। କିନ୍ତୁ ସିସିଟିଭି ଗତ ୫-୬ ମାସ ହେବ ଖରାପ ହୋଇ ପଡିଛି। ପୀଡିତା ନାବାଳିକାର ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଆଇପିସିର  ଧାରା ୩୭୬ (୨) (I) (J) ସହ ସେକ୍ସନ ୪, ୬, ୮, ଓ ୧୦ରେ ଯୌନ ଉତ୍ପୀଡନ ମାମଲାରେ ନାବାଳିକା ସଂରକ୍ଷଣ ଅଧିନିୟମ (POCSO) ଆକ୍ଟ ଅନୁଯାୟୀ ଛଟୁଶୃଙ୍ଗ ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି । ପୋଲିସ ଏବେ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର