PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ହାଇଓ୍ବେରେ ଭୟଙ୍କର ଦୁର୍ଘଟଣା: ପରସ୍ପର ସହ ଧକ୍କା ହେଲା ୭୦ଟି କାର, ୫୧ ଆହତ

ନ୍ୟୁୟର୍କ,୨୩।୧୨: ଆମେରିକାର ଭର୍ଜିନିଆରେ ଘଟିଛି ଭୟଙ୍କର ଦୁର୍ଘଟଣା। ଏଥିରେ ଅତିକମରେ ୫୧ ଜଣ ଲୋକ ଆହତ ହୋଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଦୁର୍ଘଟଣାରେ ପ୍ରାୟ ୭୦ରୁ ଅଧିକର କାର ପରସ୍ପର ସହିତ ଧକ୍କା ହୋଇଛି।

ୟାର୍କ କାଉଣ୍ଟିଂ, ଭର୍ଜିନିୟାରେ ରବିବାର ସକାଳେ ଏକ ପ୍ରମୁଖ ହାଇଓ୍ବେରେ ଘଟିଥିଲା ଏଭଳି ଭୟଙ୍କର ଦୁର୍ଘଟଣା। ଭର୍ଜିନିଆ ଷ୍ଟେଟ୍ ପୋଲିସର ସୂଚନା ଅନୁସାରେ, ୭୦ଟି କାର ପରସ୍ପର ସହ ଧକ୍କା ହେବାପରେ ସେଠାରେ ଭିଡ୍ ଲାଗିଯାଇଥିଲା। ଏହାପରେ ସେଗୁଡିକୁ ସେଠାରୁ ହଟାଯାଇ ରାସ୍ତା କ୍ଲିୟର କରାଯାଇଥିଲା। ତେବେ ଦୁର୍ଘଟଣା କ’ଣ ପାଇଁ ହୋଇଥିଲା, ତାହା ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ।

ଏହି ଦୁର୍ଘଟଣା କ୍ବିନ୍ସ କ୍ରିକ୍ ପୋଲ ସକାଳ ୭ଟା ୫୧ ମିନିଟରେ  ଘଟିଥିଲା। ଘନ କୁହୁଡି ଓ ବରଫ ଯୋଗୁଁ ରାସ୍ତା ଭଲରେ ଦେଖିବା ସମ୍ଭବ ନଥିଲା। ପୋଲିସ ସମସ୍ତ ଆହତଙ୍କୁ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇ ଦେଇଛି।