୪୨ ବର୍ଷ ଧରି ଲେଖୁଛନ୍ତି ସମ୍ପାଦକଙ୍କୁ ପତ୍ର : ଦୀର୍ଘ ବର୍ଷ ଧରି ଚିଠି ଲେଖିବାର କାରଣ ହେଉଛି…

ଇଂଲଣ୍ଡର ଲିଭରପୁଲ୍‌ ବାସିନ୍ଦା ୭୦ ବର୍ଷୀୟ ବର୍ନି କ୍ୟାରୋଲ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏହାର କାରଣ ବିଗତ ୪୨ ବର୍ଷ ଧରି ସେ ଇକୋ ନାମକ ଦୈନିକ ଖବରକାଗଜକୁ ଚିଠି ଲେଖୁଛନ୍ତି । ଏହି ଚିଠିସବୁରେ ୨୫୦ ଶବ୍ଦରେ ତାଙ୍କର ଅଭିଯୋଗ ରହିଛି । ତନ୍ମଧ୍ୟରୁ କିଛି ଅଭିଯୋଗ ଉପରେ କେବେକେବେ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡ଼େ, ବାକି ଉପରେ କେହି ଧ୍ୟାନ ଦିଅନ୍ତି ନାହିଁ । ଏହା ସତ୍ତେ୍ୱ ବର୍ନି କେବେ ବି ଚିଠି ଲେଖିବା ବନ୍ଦ କରିନାହାନ୍ତି ।

୧୯୭୮ରେ ବର୍ନି ପ୍ରଥମେ ଉକ୍ତ ଖବରକାଗଜକୁ ଚିଠି ଲେଖିଥିଲେ । ତା’ପରଠୁ ସେ ନିୟମିତ ଅଭିଯୋଗ, ପ୍ରସ୍ତାବ ଓ ଅଫର୍‌ ଆଦି ବିଭିନ୍ନ ବିଷୟ ଉପରେ ଖବରକାଗଜକୁ ଚିଠି ଲେଖୁଛନ୍ତି । ନିକଟରେ ତାଙ୍କର ଏକ ଚିଠି ପ୍ରକାଶ ପାଇଛି, ଯେଉଁଥିରେ ସେ ସ୍ଥାନୀୟ ପାର୍କରେ ଜମା ହେଉଥିବା ଆବର୍ଜନା ଓ ରେଲିଂ ଉପରେ ଚିଠି ଲେଖିଛନ୍ତି । ବର୍ନି ନିଜକୁ ବ୍ରିଟେନ୍‌ର ସବୁଠୁ ଅଧିକ ବିଚାରସମ୍ପନ୍ନ ବ୍ୟକ୍ତି ବୋଲି କହନ୍ତି । ତାଙ୍କ ଚିନ୍ତାଧାରର ମୂଲ୍ୟ ଥାଉ ବା ନଥାଉ, ସେ କିନ୍ତୁ ନିୟମିତ ନିଜ ବିଚାର ଉପସ୍ଥାପନ କରନ୍ତି ।

ନିୟମିତ ଚିଠି ଲେଖିବା ଦ୍ୱାରା ନିରାଶା ଓ କ୍ରୋଧରୁ ମୁକ୍ତି ମିଳୁଛି ବୋଲି ବର୍ନି କହିଛନ୍ତି । ନିଜର କ୍ରୋଧକୁ ସେ ଶବ୍ଦ ମାଧ୍ୟମରେ ଚିଠିରେ ଉତାରୁଛନ୍ତି, ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ଖବରକାଗଜରେ ସ୍ଥାନ ପାଉଛି । ଦୀର୍ଘ ବର୍ଷ ଧରି ଚିଠି ଲେଖିବାର କାରଣ ହେଉଛି ଘରେ କେବଳ ସେ ଓ ତାଙ୍କ ପତ୍ନୀ ରହୁଛନ୍ତି । ଉଭୟଙ୍କର କୌଣସି ସନ୍ତାନ ନାହାନ୍ତି । ତେଣୁ ଲେଖାଲେଖି ପାଇଁ ପର୍ଯ୍ୟାପ୍ତ ସମୟ ବର୍ନି ପାଉଛନ୍ତି । ଚିଠି ଲେଖିବାରେ ନିଜକୁ ବ୍ୟସ୍ତ ରଖିବା କାରଣରୁ ପତ୍ନୀଙ୍କ ସହ ତାଙ୍କର ଝଗଡ଼ା ହେଉନାହିଁ । ଏହା ଦ୍ୱାରା ତାଙ୍କ ବୈବାହିକ ଜୀବନ ତିଷ୍ଠିପାରିଛି । ଜୀବନରେ ବିବାହ ଓ ଚିଠି ଲେଖିବା ବ୍ୟତୀତ ଆଉ କିଛି ବଡ଼ କାମ କରିନଥିବା ବର୍ନି କହିଛନ୍ତି ।

   ସମ୍ବନ୍ଧିତ ଖବର


ଅନାଥ ଯୁବକ JEEରେ ପାଇଥିଲେ ୨୭୦ ରାଙ୍କ୍‌ – ଭୁଲ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ହରେଇଲେ ଆଇଆଇଟି ସିଟ୍‌ !

ବଜାର ଠାରୁ ଶସ୍ତା ଦାମ୍‌ରେ ସୁନା କିଣିବାର ସୁଯୋଗ ଆପଣଙ୍କ ପାଖରେ – କେମିତି ଜାଣନ୍ତୁ

ମହାନତା ଦେଖାଇଲେ କ୍ରିକେଟ୍‌ର ‘ଭଗବାନ’: ୬ଟି ରାଜ୍ୟର ୧୦୦ ଶିଶୁଙ୍କ ଚିକିତ୍ସା କରାଇଲେ ସଚିନ

‘ବିମାନରୁ ବାହାରକୁ ବାହାରିବାରେ ସଫଳ ହୋଇଥିଲେ ନିଖୋଜ ପାଇଲଟ ’– ମିଗ୍‌-୨୯କେ’ର ବିଶେଷଜ୍ଞଙ୍କ ଠାରୁ ସ୍ପଷ୍ଟ

ନାକ ମାଧ୍ୟମରେ ମସ୍ତିଷ୍କରେ ପ୍ରବେଶ କରିପାରେ କରୋନା ଭାଇରସ୍‌ – ଅଧ୍ୟୟନ

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ