ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ୟୁଟ୍ୟୁବ୍‌ରେ ୭୦ ବର୍ଷୀୟା ସୁମନ୍‌ଙ୍କ କମାଲ: ୧୦୦ରୁ ଅଧିକ ରେସିପ ଅପ୍‌‌ଲୋଡ୍ କରି ପାଲଟିଛନ୍ତି ୟୁଟ୍ୟୁବ ସେନ୍‌ସେସନ୍‌

ଜୀବନରେ କେବେ ସ୍କୁଲ ଯାଇନାହାନ୍ତି ସେ । କିନ୍ତୁ ଆଜି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ୟୁଟ୍ୟୁବ୍‌ରେ ଦେଖାଉଛନ୍ତି ନିଜର କମାଲ। ସଫଳତା ପାଇଁ ଶିକ୍ଷାଗତ ଯୋଗ୍ୟତା ବା ଆର୍ଥିକ ସ୍ୱଚ୍ଛଳତା ଦରକାର ନାହିଁ ବୋଲି ସେ ପ୍ରମାଣିତ କରିଛନ୍ତି। ଦରକାରକେବଳ ଆନ୍ତରିକ ଆଗ୍ରହ ଓ ଇଚ୍ଛାଶକ୍ତି। କେବଳ ଇଚ୍ଛାଶକ୍ତି ବଳରେ ହିଁ ୭୦ ବର୍ଷୀୟା ସୁମନ୍‌ ହୋଇ ପାରିଛନ୍ତି ୟୁଟ୍ୟୁବ ସେନସେସନ୍‌ ।

ମହାରାଷ୍ଟ୍ରର ଅହମଦନଗରରେ ରୁହନ୍ତି ସୁମନ୍‌ ଧାମ୍‌ନେ। ସେ ‘ଆପ୍‌ଲି ଆଜି’ ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଚଳାଉଛନ୍ତି। ସେଥିରେ ସେ ମରାଠୀ ବ୍ୟଞ୍ଜନ ବିଷୟରେ ଜଣାଉଛନ୍ତି। ମାତ୍ର ୬ ମାସର ଚ୍ୟାନେଲ୍‌ର ସବ୍‌ସ୍କ୍ରାଇବରଙ୍କ ସଂଖ୍ୟା ପ୍ରାୟ ୬ ଲକ୍ଷ। ୭୦ ବର୍ଷୀୟା ସୁମନ୍‌ଙ୍କ ପାରମ୍ପରିକ ରୋଷେଇ ଚ୍ୟାନେଲ୍‌ ଏବେ ଖୁବ୍‌ ଲୋକପ୍ରିୟ ହେବାରେ ଲାଗିଛି। ଏହି ଚ୍ୟାନେଲ୍‌ରେ ସେ ପ୍ରାୟ ୧୨୦ ପ୍ରକାରର ଖାଦ୍ୟ ପ୍ରଣାଳୀର ଭିଡିଓ ସେୟାରକରିସାରିଲେଣି। ‘ପ୍ରଥମରୁ ୟୁଟ୍ୟୁବ୍‌ ବିଷୟରେ କିଛିଜାଣି ନଥିଲି, କିନ୍ତୁ ଏବେ ରେସିପି ସେୟାର ନକଲେ ଭଲ ଲାଗୁନି’ ବୋଲି ସେ କହନ୍ତି। ସେ ଘରେ ପ୍ରସ୍ତୁତ ହେଉଥିବା ମସଲାରୁ ବ୍ୟଞ୍ଜନପ୍ରସ୍ତୁତ କରିଥାନ୍ତି । ତାଙ୍କ ଖାଦ୍ୟ ପ୍ରସ୍ତୁତିରଶୈଳୀ ଲୋକମାନଙ୍କୁ ବେଶ୍‌ ପ୍ରଭାବିତ କରୁଛି।ତେଣୁ ପ୍ରତି ରେସିପି ସହ ଅପ୍‌ଡେଟ୍‌ କରିବା ସହପ୍ରାୟ ୪୦୦୦ ସବ୍‌ସ୍କ୍ରାଇବର ସାମିଲ୍‌ ହେଉଛନ୍ତି।

୧୦୦ରୁ ଅଧିକ ରେସିପି ଏହି ଚ୍ୟାନେଲରେ ସେ ପାଓ ଭାଜିଠାରୁ ଆରମ୍ଭ କରି୧୦୦ରୁ ଅଧିକ ରେସିପି ଅପ୍‌ଡେଟ୍‌ କରିସାରିଲେଣି ।ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିବାରେ ତାଙ୍କୁ ସହାୟତା କରିଥିଲେ ୧୭ ବର୍ଷୀୟ ନାତି ୟଶ୍‌ । ଜାନୁଆରୀରେ ୟଶ୍‌ ପାଓଭାଜି ପ୍ରସ୍ତୁତ କରିବା ପାଇଁ ଜେଜେମାଙ୍କୁ କେତୋଟି ଚ୍ୟାନେଲ୍‌ ଦେଖାଇଥିଲେ। କିନ୍ତୁ ସେ କହିଥିଲେ ମୁଁ ୟାଠାରୁ ବି ଭଲ ପାଓଭାଜି ପ୍ରସ୍ତୁତ କରିପାରିବି। ସେହିଠାରୁ ଆରମ୍ଭହୋଇଥିଲା ଜେଜେମା ଓ ନାତିଙ୍କର ୟୁଟ୍ୟୁବ୍‌ ଅଭିଯାନ।କିଛିଦିନର ଯୋଜନା ପରେ ମାର୍ଚ୍ଚରୁ ଆରମ୍ଭ ହୋଇଥିଲା ପ୍ରଥମ ଭିଡିଓ । ତାହା ଥିଲା କଲରା ତରକାରୀ । ଏହା ପରେ ସେ ବାଦାମ ଚଟଣୀ, ମରାଠୀ ମିଠା, ବାଇଗଣ ତରକାରୀ ଆଦି ଅପ୍‌ଲୋପ କରିଥିଲେ। ତା’ ପରେ ସେ ପାରମ୍ପରିକ ମରାଠୀ ଖାଦ୍ୟର ରେସିପି ଅପଲୋଡ୍‌ କରିଥିଲେ। ଆଉ ସେହି ରେସିପିକୁ ୨ ସପ୍ତାହ ମଧ୍ୟରେ ୨୦ ଲକ୍ଷ ଲୋକ ସବ୍‌ସ୍କ୍ରାଇବ୍‌କରିଥିଲେ। ସେବେଠାରୁ ତାଙ୍କ ଆଗ୍ରହ ବଢିଚାଲିଲା ।

‘ବହୁ ପ୍ରୟାସ କରିବା ଦ୍ୱାରା ହିଁ ସଫଳତା ମିଳିଛି। ଏହା ମୋତେ ଖୁସି ଦେଇଛି। ଏପରିକି ମୋତେ ୟୁଟ୍ୟୁବ୍‌ ଏଟରଆୱାର୍ଡ ମଧ୍ୟ ମିଳିଛି। ଆଜି ମୋତେ ମୋ ପରିବାର ଲୋକ ଓ ବନ୍ଧୁବାନ୍ଧବ ପ୍ରଶଂସା କରୁଛନ୍ତି। ମୁଁ ଗର୍ବ ଅନୁଭବ କରୁଛି’ ବୋଲି କହିଛନ୍ତିସୁମନ୍‌।

ୟଶ୍‌ କହନ୍ତି, ‘ପ୍ରଥମରୁ ଆମପାଖରେ ଭିଡିଓ କ୍ୟାମେରା ନଥିଲା ।ତେଣୁ ସ୍ମାର୍ଟଫୋନ୍‌ରେ ରେକର୍ଡିଂକରୁଥିଲୁ । ତା’ ପରେ କେତେବେଳେ ଏଡିଟିଂ ତ ଆଉ କେତେବେଳେ ନେର୍ଟୱର୍କ ସମସ୍ୟାକୁ ସାମ୍‌ନା କରିବାକୁ ପଡିଥିଲା । ଜେଜେମାଙ୍କୁ ବେକିଂ
ପାଉଡର, ସସ୍‌ ପରି କେତେକ ଇଂରାଜୀ ଶବ୍ଦର ଉଚ୍ଚାରଣଜଣା ନଥିଲା । ତେଣୁ ତାଙ୍କୁ ସେସବୁର ଉଚ୍ଚାରଣ ଶିଖାଇବାକୁ
ପଡିଥିଲା ।’

ସୁମନ୍‌ କହନ୍ତି, ମୋ ବ୍ୟଞ୍ଜନ ଲୋକପ୍ରିୟ ହେବାର ମୁଖ୍ୟ କାରଣ ହେଉଛି ପାରମ୍ପରିକ ଖାଦ୍ୟ ଓ ମସଲାର ରଙ୍ଗ। ମସଲାର ରଙ୍ଗକୁ ଦେଖି ଏ ବିଷୟରେ ରେସିପିରେ କହିବାକୁ ମୋତେ ବାରମ୍ବାର ଫୋନ ଆସିଥିଲା। ଆସୁଥିବା ଅନୁରୋଧକୁ ବଞ୍ଚାଇ ରଖିବାକୁ ଯାଇ ମସଲା ତିଆରି କରି ବିକ୍ରି ପାଇଁ ଚିନ୍ତା କରିଥିଲି। ଏବେ ମୁଁ ଓ ୟଶ୍‌ ମିଶି ମସଲା ତିଆରି ସହ ବିକ୍ରି ମଧ୍ୟ ଆରମ୍ଭ କରିଦେଇଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.