PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଜାଲ୍‌ ବିଲ୍‌ରେ ବିରାଟ ଘୋଟାଲା: ଧରାପଡିଲା ୭୧୨ କୋଟିର ହେରଫେର୍, ‌ମଧୁମିତା ଷ୍ଟିଲ୍‌ ନିର୍ଦ୍ଦେଶକ ଗିରଫ

କଟକ,୧୮/୦୮: ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ପୁଣି ଏକ ବଡ଼ଧରଣର ଟିକସ ଠକେଇର ପର୍ଦ୍ଦାଫାସ କରିଛି। ୭୧୨ କୋଟି ଟଙ୍କାର ଜାଲ୍‌ ବିଲ୍‌ ମାଧ୍ୟମରେ ୧୨୯ କୋଟିର ଜାଲ୍‌ ଇନ୍‌ପୁଟ୍‌ ଟ୍ୟାକ୍ସ ହସ୍ତାନ୍ତର କରିଥିବା ଏକ ର‌୍ୟାକେଟ୍‌ ଠାବ କରିଛି ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ୍‌ ସ୍କ୍ୱାଡ୍‌। ଏହି ଠକେଇ ଅଭିଯୋଗରେ ସ୍କ୍ୱାଡ୍‌ ମଧୁମିତା ଷ୍ଟିଲ୍‌ ଇଣ୍ଡଷ୍ଟ୍ରି ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ କାଶ୍ମୀରା କୁମାର ଅଗ୍ରୱାଲ୍‌ଙ୍କୁ ସମ୍ବଲପୁରରୁ ଗିରଫ କରିଛି । କେବଳ ଟିକସ ଫାଙ୍କି ନୁହେଁ, ବେଆଇନ ନଗଦ ଅର୍ଥ କାରବାର ସହ ମଧ୍ୟ ଶ୍ରୀ ଅଗ୍ରୱାଲ୍‌ଙ୍କ ସଂପର୍କ ଥିବା ଜିଏସ୍‌ଟି ସ୍କ୍ୱାଡ୍‌ ସନ୍ଦେହ କରୁଛି ।

ସନ୍ଦିଗ୍ଧ ୱେବ୍‌ ବିଲ୍‌ ଯାଞ୍ଚ୍‌ରୁ ବିପୁଳ ପରିମାଣର ଟିକସ ଠକେଇ ନେଇ ଗୁଇନ୍ଦା ତଥ୍ୟ ମିଳିବା ପରେ ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ପକ୍ଷରୁ ଶ୍ରୀ ଅଗ୍ରୱାଲ୍‌ଙ୍କ ବାସଭବନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟ ୧୩ଟି ବ୍ୟବସାୟିକ ଅନୁଷ୍ଠାନ ଉପରେ ଏକସମୟ ଚଢ଼ଉ କରାଯାଇଥିଲା । ଏହି ସମୟରେ ଶ୍ରୀ ଅଗ୍ରୱାଲ୍‌ଙ୍କଠାରୁ ବିଭିନ୍ନ ବ୍ୟବସାୟିକ ବ୍ୟାଙ୍କ୍‌ ପ୍ରତିଷ୍ଠାନର ରବର ଷ୍ଟାମ୍ପ, ବ୍ୟାଙ୍କ୍‌ ପାସ୍‌ ବହି ଓ ଅନ୍ୟ କାଗଜପତ୍ର ଜବତ ହୋଇଛି ।

ଅନୁସନ୍ଧାନରୁ ଏଗୁଡ଼ିକ ଜାଲ୍‌ ବ୍ୟବସାୟିକ ଅନୁଷ୍ଠାନର ବୋଲି ଜଣାପଡ଼ିଛି। ବିଭିନ୍ନ ବ୍ୟାଙ୍କ୍‌ରେ ଏହି ଜାଲ୍‌ ଅନୁଷ୍ଠାନ ନାମରେ ଖାତା ଖୋଲାଯାଇ ସେଥିରେ ପ୍ରଚୁର ଅର୍ଥ କାରବାର କରାଯାଇଛି। ଏପରିକି ଏହି ଅନୁଷ୍ଠାନ ପାଇଁ ଦର୍ଶାଯାଇଥିବା ଘରର କାଗଜପତ୍ର ମଧ୍ୟ ନକଲି ବୋଲି ସ୍ୱତନ୍ତ୍ର ଜିଏସ୍‌ଟି କମିସନର (ପ୍ରବର୍ତ୍ତନ) ମାନଭଞ୍ଜନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଶହଶହ ଟନ୍‌ ଓଜନର ଲୁହା ଓ ଷ୍ଟିଲ୍‌ଗୁଡ଼ିକ ଦୁଇ ଚକିଆ ଯାନରେ ପରିବହନ କରାଯାଇଥିବା ନେଇ ୱେବିଲ୍‌ରେ ଦର୍ଶାଯାଇଛି । ଚଢ଼ଉ ବେଳେ ଶ୍ରୀ ଅଗ୍ରୱାଲ୍‌ଙ୍କ କିଛି ବ୍ୟାଙ୍କ୍‌ ଖାତାକୁ ଆଟାଚ୍‌ କରାଯାଇ ସେସବୁରୁ ପ୍ରାୟ ୨ କୋଟି ଟଙ୍କା ଜବତ କରାଯାଇଛି ।

ସୂଚନାଯୋଗ୍ୟ, ଶ୍ରୀ ଅଗ୍ରୱାଲ୍‌ ଦୀର୍ଘ ଦିନ ହେବ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ନଜରରେ ରହୁଥିଲେ ବି କୌଶଳକ୍ରମେ ଧରାଛୁଆଁ ଦେଉନଥିଲେ। ସେ କେତେବେଳେ ଟାଟା, ହରିୟାଣା ଓ ରାଉରକେଲାରେ ରହି ନିଜର ଠିକଣା ବଦଳାଉଥିଲେ। ବହୁ ଉଦ୍ୟମ ପରେ ଆଜି ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟର ଏକ ସ୍କ୍ୱାଡ୍‌ ଶ୍ରୀ ଅଗ୍ରୱାଲ୍‌ଙ୍କୁ ସମ୍ୱଲପୁରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଚାକିରି ପ୍ରଲୋଭନ ଦେଖାଇ ଦଲାଲ୍‌ କିମ୍ୱା ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ନିରୀହ ଲୋକଙ୍କ ପରିଚୟପତ୍ର ହାସଲ ପରେ ଏଗୁଡ଼ିକୁ ଅପବ୍ୟବହାର କରି ଜିଏସ୍‌ଟି ପଞ୍ଜିକରଣ ନେବା ସହିତ ବିଭିନ୍ନ ବ୍ୟାଙ୍କ୍‌ରେ କରେଣ୍ଟ ଆକାଉଟ୍‌ ଖୋଲୁଥିଲେ।

ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଶ୍ରୀ ଅଗ୍ରୱାଲ୍‌ ୧୧୩.୮୧ କୋଟି ଟଙ୍କାର ଇନ୍‌ପୁଟ୍‌ ଟ୍ୟାକ୍ସ୍‌ କ୍ରେଡିଟ୍‌ ବ୍ୟବହାର କରି ସେ ସୃଷ୍ଟି କରିଥିବା ଏହି ଜାଲ୍‌ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ନାମରେ ଜାଲ୍‌ ବିଲ୍‌ ବଳରେ ଅନ୍ୟ ବ୍ୟବସାୟୀଙ୍କୁ ୧୨୯ କୋଟି ଟଙ୍କାର ଇନ୍‌ପୁଟ୍‌ ଟ୍ୟାକ୍ସ ହସ୍ତାନ୍ତର କରିଛି। ଓଡ଼ିଶାର ଯେଉଁ ବ୍ୟବସାୟୀମାନେ ଏହି ଜାଲ୍‌ ଇନ୍‌ପୁଟ୍‌ ଟାକ୍ସ କ୍ରେଡିଟ୍‌ ବ୍ୟବହାର କରି ଟିକସ ଫାଙ୍କିଛନ୍ତି ସେମାନଙ୍କଠାରୁ ଟିକସ ଫାଙ୍କିର ପରିମାଣ ଏବଂ ସୁଧ ସହ ଜରିମାନା ଆଦାୟ କରାଯିବା ଦିଗରେ ବିଭାଗ ତରଫରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାହାର ରାଜ୍ୟର ଯେଉଁ ବ୍ୟବସାୟୀମାନେ ଏହି ଜାଲ୍‌ ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ ନେଇଛନ୍ତି ସେମାନଙ୍କଠାରୁ ଏହି ଠକେଇ ଅର୍ଥ ସୁଧ ଓ ଜରିମାନା ସହ ଆଦାୟ କରିବା ସହିତ ଜିଏସ୍‌ଟି ଆଇନରେ ଥିବା ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ସଂପୃକ୍ତ ରାଜ୍ୟ ଜିଏସ୍‌ଟି କମିସନରଙ୍କୁ ଅନୁରୋଧ କରାଯାଉଛି ବୋଲି ଓଡ଼ିଶା ଜିଏସ୍‌ଟି କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର