PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ରାଜଧାନୀର ୭୧ତମ ପ୍ରତିଷ୍ଠା ଦିବସ, ‘ପୂର୍ବ ଭାରତର ସାଂସ୍କୃତିକ ପ୍ରାଣକେନ୍ଦ୍ର’

ଭୁବନେଶ୍ୱର,୧୩ ।୪(ବ୍ୟୁରୋ): ୧୯୪୮ ଏପ୍ରିଲ ୧୩ ତାରିଖ ନୂଆ ରାଜଧାନୀର ଶୁଭ ଦିଆଯାଇଥିଲା । ପ୍ରାୟ ସହସ୍ରାଧିକ ବର୍ଷର ଐତିହ୍ୟ ଧାରଣ କରିଥିବା ଭୁବନେଶ୍ୱର ସହରରେ ହିନ୍ଦୁ, ବୌଦ୍ଧ, ଜୈନ କୀର୍ତ୍ତିରାଜି ସାଙ୍ଗକୁ କଳଙ୍ଗି ଶୈଳୀର ସ୍ଥାପତ୍ୟ ରହିଛି ଓ ଏହା ମନ୍ଦିରମାଳନୀ ସହର ଭାବେ ପ୍ରସିଦ୍ଧି ଅର୍ଜନ କରିଛି । ଏହି ସହର ଏବେ ପୂର୍ବ ଭାରତର ସାଂସ୍କୃତିକ ପ୍ରାଣକେନ୍ଦ୍ର ପାଲଟିଛି । ରାଜଧାନୀ ଭୁବନେଶ୍ୱରର ୭୧ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଅତିଥିମାନେ ଏପରି ମତବ୍ୟକ୍ତ କରିଥିଲେ । ଶନିବାର ପାଳିତ ହୋଇଯାଇଛି ରାଜଧାନୀର ୭୧ତମ ପ୍ରତିଷ୍ଠା ଦିବସ । ଠିକ୍ ଆଜିର ଏହି ଦିନରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହରୁ ରାଜଧାନୀ ପ୍ରତିଷ୍ଠାର ଶୁଭ ଦେଇଥିଲେ ।

ସେହି ଗୌରବମୟ ଘଟଣାର ସ୍ମୃତିଚାରଣ ନିମନ୍ତେ ଆଜି ସକାଳେ ସଚିବାଳୟ ସମ୍ମୁଖ ଭିତ୍ତିପ୍ରସ୍ତର ଫଳକ ନିକଟରେ ସୂଚନା ଓ ଲୋକସମ୍ପର୍କ ବିଭାଗ କମିଶନର ତଥା ଶାସନ ସଚିବ ସଞ୍ଜୟ କୁମାର ସିଂହ ଯୋଗଦେଇ ରାଜଧାନୀବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ଶାସନ ସଚିବ ଶୁଭେନ୍ଦ୍ର କୁମାର ନାୟକ, ଉପ-ନିର୍ଦ୍ଦେଶକ ବିପିନ ବିହାରୀ ବାରିକ, ବରଦା ପ୍ରସନ୍ନ ଦାସ, ସହକାରୀ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ପ୍ରଦ୍ୟୁମ୍ନ ମହାନ୍ତି ଓ ସାଧାରଣ ସମ୍ପାଦକ ସନତ୍‌ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ କହିଥିଲେ, ୧୯୫୨ରେ ଏନ୍‌ଏସି, ୧୯୭୯ରେ ପୌରସଂସ୍ଥା, ୧୯୯୪ରେ ମହାନଗରନିଗମ ହୋଇଥିବା ଭୁବନେଶ୍ୱର ଆଜି ଦେଶର ସ୍ମାର୍ଟ ସିଟି ତାଲିକାରେ ଶୀର୍ଷରେ ରହିଛି । ୧୯୫୧ରେ ମାତ୍ର ୧୭ ହଜାର ଜନସଂଖ୍ୟା ରହିଥିବା ଭୁବନେଶ୍ୱରରେ ଏବେ ପ୍ରାୟ ସାଢ଼େ ୯ ଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି । ଜର୍ମାନ ସ୍ଥପତି ଓଟୋ ଏଚ୍‌ କେନିକ୍ସ ବର୍ଗରଙ୍କ ନକ୍ସା ଅନୁସାରେ ନିର୍ମିତ ରାଜଧାନୀ ଭୁବନେଶ୍ୱର ପରବର୍ତ୍ତୀ ପରିସ୍ଥିତିରେ ସ୍ୱାସ୍ଥ୍ୟକର ଜଳବାୟୂ, ପ୍ରାକୃତିକ ସୌନ୍ଦର୍ଯ୍ୟ, ସମୃଦ୍ଧ ଐତିହ୍ୟ, ମହାନ କଳା ସ୍ଥାପତ୍ୟ, ସ୍ୱାସ୍ଥ୍ୟ-ଶିକ୍ଷା-ଜୀବନଶୈଳୀକ୍ରୀଡ଼ା-ଭିତ୍ତିଭୂମି-ଯୋଗାଯୋଗରେ ଯଥେଷ୍ଟ ଅଗ୍ରଗତି କରଛି ।

ଏହି ଅବସରରେ ସନ୍ଧ୍ୟାରେ ଜୟଦେବ ଭବନ ପରିସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସଂସ୍କୃତି ବିଭାଗ ଆନୁକୁଲ୍ୟରେ ପ୍ରଶାନ୍ତ ପାଢ଼ୀ ଓ ତାଙ୍କ ଦଳ, ବଦିଶିା ଦାସ ଓ ଦଳ, ଭଜନ ପରିବେଷଣ କରିଥିଲେ । ବଲାଙ୍ଗୀରର ଢ଼ୋଲ ମହୁରୀ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ଓ ଭୁବନେଶ୍ୱରର ‘ତ୍ରିଧାରା’ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହା ବ୍ୟତୀତ ୟୁନିଟ-୬ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀମାନେ ଡାଲଖାଇ, ପଟିଆ ସ୍ଥିତ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସ୍‌ନାଲ ସ୍କୁଲର ଛାତ୍ରଛାତ୍ରୀ ଓମ୍‌ ନମଃ ଶିବାୟ, ସତ୍ୟନଗରସ୍ଥିତ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସ୍‌ନାଲ ସ୍କୁଲର ଛାତ୍ରଛାତ୍ରୀ ବନ୍ଦେ ଉତ୍କଳ ଜନନୀ, ଅମିତ କଲେଜର ଛାତ୍ରୀ ସୁଶ୍ରୀ ସଙ୍ଗୀତା ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ।

ସମ୍ବନ୍ଧିତ ଖବର