ଭିକ୍ଷା ମାଗି ରଖିଥିଲେ ଟଙ୍କା, ଲୋକଙ୍କ ଦୁଃଖ ସହି ନପାରି କରିଦେଲେ ଦାନ

ବିଳାସପୁର, ୨୨।୫: କରୋନା ସଙ୍କଟ କାଳ ଭିତରେ ଅନେକ ଲୋକ ଅଛନ୍ତି ଯିଏକି ଦେଖାଇଛନ୍ତି ମାନବିକତା।  ସାଧାରଣ ଲୋକ, ପୋଲିସ କର୍ମୀ ହୁଅନ୍ତୁ କିମ୍ବା ସ୍ବାସ୍ଥ୍ୟକର୍ମୀ ସମସ୍ତେ ଏହି ବିପତ୍ତି ସମୟରେ ପାଲଟି ଯାଇଛନ୍ତି ଜଣେ ଜଣେ ଯୋଦ୍ଧା। ଏସବୁ ଭିତରେ ଜଣେ ୭୨ ବର୍ଷୀୟ ମହିଳା  ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ନିଜର ଉଦାର ହୃଦୟର ପରିଚୟ ସମସ୍ତଙ୍କର ମନ କିଣି ନେଇଛି। ସେ ହେଉଛନ୍ତି ସୁଖମତୀ ମନିକପୁରୀ। ରାୟପୁରର ବିଳାସପୁରରେ ସେ ରୁହନ୍ତି।  ନିଜେ ଭିକ୍ଷା ମାଗି ଯାହା ରୋଜଗାର କରିଥିଲେ ତାକୁ ସେ ଲୋକଙ୍କ ଭିତରେ ବାଣ୍ଟି ଦେଇଛନ୍ତି।

ଦରକାରୀ ଲୋକଙ୍କୁ ୧ କ୍ବିଣ୍ଟାଲ ଚାଉଳ, ୧୦-୧୨ ଟି ଶାଢୀ ଓ କିଛି ଟଙ୍କା ସେ ଦାନ କରିଛନ୍ତି। ଏସବୁ ସୁଖମତୀ ନିଜେ ଭିକ୍ଷା ମାଗି ସଞ୍ଚୟ କରି ରଖିଥିଲେ। ସୁଖମତୀଙ୍କ କହିବା ଅନୁସାରେ, ମୁଁ ଲକଡାଉନ ସମୟରେ କିଛି ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିଛି, କାରଣ ମୁଁ ନିଜେ ଜଣେ ଅସହାୟ , ସେଥିପାଇଁ ତାଙ୍କର ଦୁଃଖ ବୁଝିପାରୁଛି।  ମୋ ଦ୍ବାରା ଯେତିକି ସମ୍ଭବ ତାହା ମୁଁ କରିଛି। ବିଳାସପୁର ନଗର ନିଗମକୁ ଏସବୁ ମୁଁ ଦାନ କରିଛି। ଏହି ଖରାପ ସମୟରେ ଆମେ ପରସ୍ପରକୁ ସାହାଯ୍ୟ କରିବା ଦରକାର।

ମୁଁ ଭୋକର ଦୁଃଖ ବୁଝିଛି। ତେଣୁ ଦରକାରୀ ଓ ଅସହାୟ ଲୋକଙ୍କୁ ସବୁ ପ୍ରକାର ସୁବିଧା ଦେବା ପାଇଁ ଅଧିକରୁ ଅଧିକ ଭିକ୍ଷା ମାଗିଥିଳି, କାରଣ କାହାକୁ ଉପାସରେ ଶୋଇବା ଉଚିତ୍ ନୁହେଁ। ବିଳାସପୁର ଜିଲ୍ଲାପାଳ ସଞ୍ଜୟ ଅଲଙ୍ଗ ଭିକ୍ଷା ମାଗି ନିଜର ପେଟ ପୋଷୁଥିବା ସୁଖମତୀଙ୍କୁ ଏହି କାମ ପାଇଁ ଖୁବ୍ ପ୍ରଶଂସା କରିଛନ୍ତି। ସୁଖମତୀ ନିଜେ ଭିକ୍ଷା ମାଗୁଥିଲେ ମଧ୍ୟ ନିଜର ଦୁଇ ନାତୁଣୀଙ୍କୁ ବଡ ମଣିଷ କରିବାର ସ୍ବପ୍ନ ଦେଖନ୍ତି। ତେଣୁ ସେ ନିଜର ଦୁଇ ନାତୁଣୀ ରାଜ ଲକ୍ଷ୍ମୀ(୧୬) ଓ  ଋଷି(୧୦)ଙ୍କୁ ପାଠ ପଢାଉଛନ୍ତି। ଦୁହେଁ ସ୍ଥାନୀୟ ଏକ ସରକାରୀ ସ୍କୁଲରେ ପଢୁଛନ୍ତି। ସୁଖମତୀ ଗତ ୧୦ ବର୍ଷ ହେବ ଭିକ ମାଗି ନିଜର ପେଟ ପୋଷୁଛନ୍ତି।

   ସମ୍ବନ୍ଧିତ ଖବର


ବାଇକ୍ ସାନିଟାଇଜ୍ କରୁଥିଲେ କର୍ମଚାରୀ, ହଠାତ୍ ଲାଗି ନିଆଁ ଲାଗିବା ପରେ ସମ୍ପୂର୍ଣ୍ଣ ଜଳିଗଲା

ଫୋନରୁ ଖୋଜି ଖୋଜି ସବୁ ଚାଇନିଜ୍ ଆପ୍ସକୁ ଡିଲିଟ୍ କରିବ ଏହି ଭାରତୀୟ ଆପ୍: ଖାଲି ଥରେ ଡାଉନଲୋଡ୍ କରନ୍ତୁ ବାସ୍, ସେତିକି…

କଷ୍ଟମର କେୟାର କହି ଆକାଉଣ୍ଟରୁ ଉଡାଇନେଲେ ୯ ଲକ୍ଷ ଟଙ୍କା,ସିମ୍ ସ୍ବାପିଂ ଠକେଇ

ବଢୁଛି ସୁନା-ରୂପା ଦାମ୍, ୨୦୨୧ ସୁଦ୍ଧା ଛୁଇଁପାରେ ୮୦ ହଜାର ଟଙ୍କା

ସ୍ବାଭିମାନୀ ଚୋର: ସ୍ତ୍ରୀ-ପିଲାଙ୍କୁ ଘରକୁ ନେବା ପାଇଁ ଚୋରି କରିଥିଲେ ବାଇକ୍, ପରେ ପାର୍ସଲ କରି ମାଲିକଙ୍କୁ ଫେରାଇଦେଲେ

ଏଥର ବିମାନରେ ମଝି ସିଟ୍‌କୁ ଖାଲି ରଖିବାକୁ ପଡ଼ିବ !