PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ରାଜ୍ୟରେ ତଳକୁ ଖସିଲା ସଂକ୍ରମଣ ଗ୍ରାଫ୍ : ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୭୨୯୧ ଜଣ କରୋନା ପଜିଟିଭ

ଭୁବନେଶ୍ୱର,୨୪/୦୧: ରାଜ୍ୟର ଦ୍ରୁତ ସଂକ୍ରମଣରେ ବ୍ରେକ୍‌ ଲାଗୁନି । କିନ୍ତ ଦୈନିକ ସଂକ୍ରମଣ ହାର ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୭୨୯୧ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏଥିରେ ୧୮ ବର୍ଷରୁ କମ୍‌ ୯୫୪ ଜଣ ଅଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୪୨୨୬ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୩୦୬୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧୧୯୫୧ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୦୫ ଜଣ, ସୁନ୍ଦରଗଡ଼ରୁ ୬୪୬ ଜଣ, କଟକରୁ ୫୬୧ ଜଣ, ବାଲେଶ୍ବରରୁ ୩୪୩ ଜଣ,ରାୟଗଡ଼ାରୁ ୨୯୫ ଜଣ, ସୋନପୁରରୁ ୨୮୨ ଜଣ, ମୟୂରଭଞ୍ଜରୁ ୨୨୯ ଜଣ, ବଲାଙ୍ଗୀରରୁ ୨୧୮ ଜଣ, ଯାଜପୁରରୁ ୨୦୩ ଜଣ, ନୟାଗଡ଼ାରୁ ୧୯୨ ଜଣ, ଅନୁଗୁଳରୁ ୧୮୩ ଜଣ, ସମ୍ବଲପୁରରୁ ୧୭୬ ଜଣ,କଳାହାଣ୍ଡିରୁ ୧୭୩ ଜଣ, ନୂଆପଡ଼ାରୁ ୧୬୦ ଜଣ, ନବରଙ୍ଗପୁରରୁ ୧୪୮ ଜଣ,କେନ୍ଦୁଝରରୁ ୧୩୨ ଜଣ,ବରଗଡ଼ରୁ ୧୩୦ ଜଣ, ଜଗତସିଂହପୁରରୁ ୧୨୧ ଜଣ, ପୁରୀରୁ ୧୧୬ ଜଣ, କୋରାପୁଟରୁ ୧୧୧ ଜଣ, କେନ୍ଦ୍ରାପଡ଼ାରୁ ୧୦୯ ଜଣ, କନ୍ଧମାଳରୁ ୯୮ ଜଣ, ଭଦ୍ରକରୁ ୯୭ ଜଣ, ଢ଼େଙ୍କାନାଳରୁ ୯୬ ଜଣ, ଗଜପତିରୁ ୯୫ ଜଣ, ଝାରସୁଗୁଡ଼ାରୁ ୮୩ ଜଣ, ଦେବଗଡ଼ରୁ ୬୨ ଜଣ, ମାଲକାନଗିରିରୁ ୫୭ ଜଣ,ବୌଦ୍ଧରୁ ୫୫ ଜଣ, ଗଞ୍ଜାମରୁ ୫୦ ଜଣ ଏବଂ ଷ୍ଟେଟ ପୁଲ୍‌ରୁ ୩୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୧୧୯୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୧୭୬୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୧୨୧୬୦୮ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୭୧୯୩୮୫୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।