ଓଡ଼ିଶାରେ ୭୩.୦୮% ମତଦାନ, ରାଜଧାନୀରେ ସର୍ବନିମ୍ନ

ଭୁବନେଶ୍ୱର ୧/୫: ରାଜ୍ୟରେ ନିର୍ବାଚନ ଶେଷ ହୋଇଯାଇଛି । ତେବେ ୪ର୍ଥ ପର୍ୟ୍ୟାୟ ପରେ ଓଡିଶାରେ ସମୁଦାୟ ୭୩.୦୮% ମତଦାନ ହୋଇଛି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ସର୍ବନିମ୍ନ ମତଦାନ ହୋଇଛି । ସେହିଭଳି ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ସର୍ବାଧିକ ମତଦାନ ହୋଇଛି ।

ଓଡିଶାରେ ୭୩.୦୮% ମତଦାନ ହୋଇଛି । ଲୋକସଭା କ୍ଷେତ୍ରରେ ନବରଙ୍ଗପୁରରେ ସର୍ବାଧିକ ୭୮.୮୯% ମତଦାନ ହୋଇଛି । ସେହିଭଳି ବିଧାନସଭା କ୍ଷେତ୍ରରେ ସର୍ବାଧିକ କୋଟପାଡରେ ମତଦାନ ହୋଇଛି । କୋଟପାଡରେ ମତଦାନ ହାର ଥିଲା ୮୬.୮୩ ପ୍ରତିଶତ । ଲୋକସଭା କ୍ଷେତ୍ର ଏବଂ ବିଧାନସଭା କ୍ଷେତ୍ରରେ ସର୍ବନିମ୍ନ ମତଦାନ ଭୁବନେଶ୍ୱରରେ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଲୋକସଭା ନିର୍ବାଚନ ମତଦାନ ହାର ୫୯.୬୦ ପ୍ରତିଶତ ଥିବାବେଳେ ବିଧାନସଭା ନିର୍ବାଚନରେ ମତଦାନ ହାର ଥିଲା ୪୩.୦୪% । ଏନେଇ ବୁଧବାର ପ୍ରେସମିଟରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ବାତ୍ଯା ଫୋନିକୁ ଦୃଷ୍ଟିରେ ରଖି ଇଭିଏମ୍ ଥିବା ଷ୍ଟ୍ରଙ୍ଗ ରୁମର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ଷ୍ଟ୍ରଙ୍ଗ ରୁମର ସୁରକ୍ଷା ଓ ସୁଦୃଢୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସିଇଓ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ବାତ୍ୟା ରୂପ ନେବା ସମ୍ଭାବନା: ଆସନ୍ତା ୨-୩ ବଢ଼ିବ ଥଣ୍ଡା

୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କଲେ ଅନୁରୋଧ