PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ବିବାହର ୫୪ ବର୍ଷ ପରେ ଜାଆଁଳା ସନ୍ତାନ ଜନ୍ମ ଦେଲେ ମହିଳା,ସୃଷ୍ଟି ହେଲା ବିଶ୍ବରେକର୍ଡ

ହାଇଦ୍ରାବାଦ,୫।୯: ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ୭୪ ବର୍ଷୀୟ ଜଣେ ମହିଳା ଜାଆଁଳା ସନ୍ତାନ ଜନ୍ମ ଦେଇ ବିଶ୍ବ ରେକର୍ଡ କରିଛନ୍ତି। ଏହି ମହିଳା ଜଣକ ନିଜର ବିବାହର ୫୭ ବର୍ଷ ପରେ ଜାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ପିଲାଙ୍କ ଡେଲିଭରି ପାଇଁ  ହସ୍ପିଟାଲରେ ଡାକ୍ତରମାନେ ସମସ୍ତ ବ୍ୟବସ୍ଥା କରିଥିଲେ।ମହିଳାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁସାରେ, ପୂର୍ବ ଗୋଦାବରୀ ଜିଲ୍ଲାର ନେଲାପରାତିପାଦୁରେ ରହୁଥିବା ୟେରରାମତି ଜାରା ୨୨ ମାର୍ଚ୍ଚ, ୧୯୬୨ରେ ମଙ୍ଗାୟାମ୍ମାଙ୍କୁ ବିବାହ କରିତିଲେ। ବିବାହର କିଛି ବର୍ଷ ପରେ ତାଙ୍କର ପିଲା ହେବାର ଆଶା ଥିଲା, କିନ୍ତୁ ଏହି ସ୍ବପ୍ପ ପୂରଣ ହୋଇନଥିଲା। ଦୁହେଁ ବୁଢା ହୋଇଯାଇଥିଲେ ମଧ୍ୟ ତାଙ୍କର ଇଛା ପୂରଣ ହୋଇନଥିଲା।

ନିକଟରେ ତାଙ୍କ ଘର ପାଖରେ ରହୁଥିବା ଜଣେ ୫୫ ବର୍ଷୀୟ ମହିଳା ଆଇଭିଏଫ୍ ଟେକ୍ନୋଲୋଜିରେ ଗର୍ଭବତୀ ହୋଇଥିଲେ। ମଙ୍ଗାୟାମ୍ମା ତାଙ୍କ ଠାରୁ ପ୍ରେରଣା ନେଇ ନିଜର ସ୍ବାମୀଙ୍କ ସହିତ ଯାଇ ଗୁଣ୍ଟୁରର ଅହଲ୍ୟା ନର୍ସିଂ ହୋମ ସହିତ ଯୋଗାଯୋଗ କରିଥିଲେ। ସେଭଳି ଆଇଭିଏଫ୍ ଟେକ୍ନୋଲୋଜିର ବିଶେଷଜ୍ଞ ଡ. ସନକ୍କୟଲା ଉମାଶଙ୍କରଙ୍କୁ ଦେଖା କରିଥିଲେ। ଡାକ୍ତରଙ୍କ କହିବା ଅନୁସରେ ମଙ୍ଗାୟାମାଙ୍କ ସ୍ବାମୀ ସ୍ପର୍ମ ନେଇ ଏହାକୁ ଆଇଭିଏଫ୍ ପ୍ରଣାଳୀରେ ପ୍ରୟୋଗ କରାଯିବ ଓ ଡାକ୍ତରଙ୍କ ଚେଷ୍ଟା ସଫଳ ହେବ।

ମଙ୍ଗାୟାମ୍ମାଙ୍କ ସ୍ବାମୀ ରାଜା ରାଓ କହିଛନ୍ତି, ମୁଁ ବହୁତ ଖୁସି, ଆମେ ୯ ମାସ ପର୍ଯ୍ୟନ୍ତ ହସ୍ପିଟାଲରେ ରହିଥିଲୁ। ପିଲାକୁ ଦେଖିବା ପରେ ଆମେ ଜୀବନର ସବୁ କଷ୍ଟ ଭୁଲି ଯାଇଛୁ। ଆମେ ଦୁହେଁ ପିଲାର ଦେଖାଶୁଣା କରୁଛୁ। ମଙ୍ଗାୟାମ୍ମା ଗତ ୦ ମାସ ଧରି ନର୍ସିଂହୋମରେ ଡାକ୍ତରର ଦେଖାଶୁଣାରେ ଥିଲେ। ଡଃ ଉମାଶଙ୍କର ସକାଳ ୧୦ଟା ୩୦ ମିନିଟରେ ସିଜରିୟାନ କରିବାର ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ମଙ୍ଗାୟାମ୍ମା ଉତ୍ସାହର ସହିତ ନିଜର ଶିଶୁର ଅପେକ୍ଷା କରିଥିଲେ

ସମ୍ବନ୍ଧିତ ଖବର