PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୀମପୁର ନିକଟରେ ଚାଲିଥିଲା ଜୁଆ ଖେଳ, ଆଡ୍ଡା ଉପରେ ଚଢ଼ଉ କଲା ଜରଡା ପୁଲିସ, ୧ଲକ୍ଷ ୬୬ହଜାର ୪୬୦ ଟଙ୍କା ସହ ୮ ବାଇକ ଓ ୬ ମୋବାଇଲ ଫୋନ୍ ଜବତ, ୧୦ ଗିରଫ
  • ||
  • ପାରାଦୀପ: ଅଠରବାଙ୍କୀ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ,ହାଇଡ୍ରା ମେସିନ୍ ଧକ୍କାରେ ସାଇକେଲ ଆରୋହୀର ମୃତ୍ୟୁ
  • ||
  • ବଡମ୍ବା: ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ଜଣ ଆହତ ହୋଇ ଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର
  • ||
  • ଖୁଣ୍ଟା: କୂଅ ଭିତରୁ ମଲା ଛେଳି ଉଦ୍ଧାର କରିବାକୁ ଯାଇ ଶବ ପାଲଟି ଗଲେ ଯୁବକ, ଅଣନିଶ୍ୱାସୀ ହୋଇ ଜୀବନ ହାରିଲେ…
  • ||
  • ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଦୁର୍ବୃତ୍ତଙ୍କ ଆତଙ୍କରାଜ, ଏକାଧିକ ଗାଡି ଭାଙ୍ଗିଲେ
  • ||
  • କଟକ: ଆଜିଠୁ ଖୋଲିବ ଅଟୋମୋବାଇଲ୍‌ ସୋ-ରୁମ୍‌, ଆରମ୍ଭ ହେବ ନୂଆ ଗାଡ଼ି ପଞ୍ଜୀକରଣ
  • ||
  • ନୀଳଗିରି: ଗାଁ ଭିତରକୁ ପଶିଲା ଭାଲୁ, ନାକେଦମ ହେଲା ବନ ବିଭାଗ
  • ||
  • ଭୁବନେଶ୍ୱର: ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର , ଆଇସିୟୁରେ ଚାଲିଛି ଚିକିତ୍ସା
  • ||
  • କାମାକ୍ଷାନଗର: ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଗୁଳିମାଡରେ ୩ ଗୁରୁତର
  • ||
  • ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା , ୩ ଗିରଫ
  • ||
  • ଓଡ଼ିଶାରେ ହ୍ରାସ ପାଉଛି କରୋନା ଟ୍ରେଣ୍ଡ୍‌, ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ, ୩୯ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ସମ୍ଭାବନା; ୧୮ ଓ ୧୯ରେ ବର୍ଷା ବଢ଼ିବ, ୨୦ରୁ ପାଗ ବଦଳିବ
  • ||
  • ଭୁବନେଶ୍ୱର: ପଳାଶୁଣି ଓଭରବ୍ରିଜ ନିକଟରେ ଓଲଟିଲା କାଙ୍କଡ ବୋଝେଇ ଟ୍ରକ , ଘରକୁ ବୋହି ନେଲେ ଲୋକେ
  • ||
  • ବ୍ରହ୍ମପୁର: ଏମ୍‌କେସିଜିରେ ଅଦ୍ଭୁତ ଶିଶୁ ଜନ୍ମ, କପାଳରେ ରହିଛି ୨ଟି ଆଖି ଓ ନାକ
  • ||
  • ଭୁବନେଶ୍ୱର: ଆଜିଠୁ ଆଂଶିକ ଲକଡାଉନ୍: ୧୭ ଜିଲ୍ଲାରେ ଅପରାହ୍ଣ ୫ ଯାଏ ଦୋକାନ ଖୋଲା, ୧୩ ଜିଲ୍ଲାରେ ଦିନ ଗୋଟାଏ ଯାଏ କଟକଣା କୋହଳ
  • ||
  • ଓଡ଼ିଶାରେ ନୂଆ ଡିଜିପି ତଲାସ ଆରମ୍ଭ, ଦୌଡ଼ରେ ୧୪ ବରିଷ୍ଠ ଆଇପିଏସ୍‌ ଅଫିସ
  • ||

ବଡ଼ଆଖଡ଼ା ମଠ ଧରାଶାୟୀ: ୭୫ ଭାଗ ଉଚ୍ଛେଦ ଶେଷ

ପୁରୀ ୯/୯ : ଆମିକସ୍‌ କ୍ୟୁରି ଓ ସଲିସିଟର ଜେନେରାଲଙ୍କ ପୁରୀ ଗସ୍ତ ପରେ ଶ୍ରୀମନ୍ଦିର ଚୌହଦି ୭୫ ମିଟର ମଧ୍ୟରେ ଥିବା ବିପଦସଙ୍କୁଳ କୋଠା ଭଙ୍ଗା ଜୋର ଧରିଛି । ଗତରାତିରୁ ଉଚ୍ଛେଦ ପ୍ରସ୍ତୁତି ଚାଲିଥିଲା ।
ସନ୍ଥ ରାମାନନ୍ଦ ସଂପ୍ରଦାୟର ବଡ ଆଖଡ଼ା ମଠ ଉପରେ ଆଜି ବୁଲ୍‌ଡୋଜର ଚାଲିଛି । ୪ଦିନର ନିରବତା ପରେ ଉଚ୍ଛେଧ ଅଭିଯାନ ପୁଣି ଚାଲିଛି । ବଡ଼ଆଖଡ଼ା ମଠ ସାମନାରେ ଥିବା ୩୬ ଦୋକାନ ଘର ମଧ୍ୟରୁ ୩୧ଟି ଆଜି ଭଙ୍ଗାଯାଇଛି । ବାକି ଦୋକାନ ସାମନାରେ ଗଣେଶ ମେଢ଼ ବସିଥିବାରୁ ଆଜି ରାତି କିମ୍ବା ଆସନ୍ତାକାଲି ସକାଳୁ ଭଙ୍ଗାଯିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ଆଜି ଭୋର ସାଢ଼େ ୭ଟାରୁ ପ୍ରଶାସନର ଉଚ୍ଛେଦ ଆରମ୍ଭ ହୋଇଥିଲା । ଆଠଟି ବୁଲ୍‌ଡୋଜର ଲାଗିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ ଆରମ୍ଭ ହୋଇଥିଲା । ଦୁଇଟି ସିଫ୍ଟରେ ୨୪ ପ୍ଳାଟୁନ୍‌ ପୁଲିସ ଫୋର୍ସ ଉଚ୍ଛେଦ ସ୍ଥାନକୁ ଘେରି ରହିଥିଲେ । ଶାନ୍ତିଶୃଙ୍ଖଳାର ସହ ଉଚ୍ଛେଦ ସମ୍ପନ୍ନ ହୋଇଥିଲା ।

ବିପଦସଙ୍କୁଳ ମଠ ସମ୍ପୂର୍ଣ୍ଣ ଭଙ୍ଗାଗଲେ ଶ୍ରୀମନ୍ଦିର ପୂର୍ବ-ଉତ୍ତର କୋଣରୁ ବଡଦାଣ୍ଡକୁ ଲମ୍ବି ଯାଇଥିବା ରାସ୍ତା କଡରେ ୫୦୬ ଡିସିମିଲ (୫.୦୬ ଏକର) ଜମି ଖାଲି ହେବ । ମଠ ସାମନାରୁ ଭଙ୍ଗା ଯାଇଥିବା ବିପଦସଙ୍କୁଳ କୋଠାଗୁଡିକ ଏକଦା ଦେଶର ବିଭିନ୍ନ ପ୍ରାନ୍ତରୁ ପୁରୀ ଆସୁଥିବା ନାଗା ବାବାଙ୍କ ଆଶ୍ରୟ ସ୍ଥଳ ରହିଥିଲା । ମଠର ବିପଦସଙ୍କୁଳ କୋଠାଗୁଡିକୁ ଭଙ୍ଗାଯାଉଛି । ମଠ ମହନ୍ତ ରହୁଥିବା ନୂତନ ଦୁଇ ମହଲା କୋଠାକୁ (ଦୁଇ ମହଲାର ଦଶ ପ୍ରକୋଷ୍ଠ) ବର୍ତ୍ତମାନ ଉଚ୍ଛେଦ କରାଯାଉ ନାହିଁ ।

ମଠ ପରିସରରେ ରହିଛି ମଠର ପ୍ରତିଷ୍ଠାତା ଯୋଗ ମୂଦ୍ରାରେ ବସିଥିବା ଜଗତଗୁରୁ ସ୍ୱାମୀ ରାମାନନ୍ଦ ଆଚାର୍ଯ୍ୟଙ୍କ ପୂର୍ଣ୍ଣାବୟବ ପିତ୍ତଳ ମୂର୍ତ୍ତି ।ତା ସହ ମଠ ମହନ୍ତଙ୍କ ଗାଦି, ମଠ ମୁଖ୍ୟ ମନ୍ଦିରରେ ବିଜେ ମଠ ଦେବତା ଶ୍ରୀରାମ ଲକ୍ଷ୍ମଣ ସୀତା, ନାଗା ଆଖଡାର ମୁଖ୍ୟ ଦେବତା ଶ୍ରୀହନୁମାନ, ଧାମାଧୀପତି ଶ୍ରୀଜଗନ୍ନାଥ, ଶାଳଗ୍ରାମ, ଚାରିଧାମ ଠାକୁର ପ୍ରତିନିଧିଙ୍କ ମନ୍ଦିର ସୁରକ୍ଷିତ ରହିଛି । ବଡ଼ଆଖଡ଼ାର ଏହି ସବୁ ଐତିହ୍ୟ ସମ୍ପନ୍ନ ସ୍ମୃତିକୁ ଉଚ୍ଛେଦ କରାଯିବ ନାହିଁ ବୋଲି ପ୍ରଶାସନ ସୂଚନା ଦେଇଛି ଏହାକୁ ସୁରକ୍ଷିତ ରଖିବାକୁ ପ୍ରଶାସନ ଘୋଷଣା କରିଛି । ବଡ ଆଖଡ଼ା ମଠର ମହନ୍ତ ଶ୍ରୀମହନ୍ତ ହରି ନାରାୟଣ ଦାସ କହନ୍ତି ମଠ ସାମନାରେ ୩୦ ଦୋକାନ ଏବଂ ପଛରେ ୭ଟି ଦୋକାନ ନିର୍ମାଣ ହୋଇଥିଲା । ଦୋକାନ ଭଡ଼ା ଉପାର୍ଜନରୁ ମଠ ଚାଲିଥିଲା । ମଠ ସାମନାରେ ବର୍ତ୍ତମାନ ଦିଆଯାଇଥିବା ଦୋକାନଗୁଡିକ ପୂର୍ବରୁ ପୁରୀ ଆସୁଥିବା ନାଗା ବାବାମାନଙ୍କ ଆସ୍ଥାନ ଥିଲା । ଏହା ବ୍ୟତୀତ ସିଂହଦ୍ୱାର ପୁଲିସ ଥାନା ପାଇଁ ମଠ ଘରକୁ ଭଡା ଦିଆଯାଇଥିଲା । ଦୁଇ ମହଲା ବିଶିଷ୍ଟ ମଠରେ ମୋଟ ୮୫ଟି ପ୍ରକୋଷ୍ଠ ରହିଛି । ଅଗଣା ଛାଡି ମଠ ଛାତର ଇଲାକା ହେଉଛି ୧୮ ହଜାର ବର୍ଗ ଫୁଟ । ନାଗା ବାବାମାନଙ୍କ ଏହି ମଠ ପରିସର ଏବେ ପଦା ହୋଇ ଯାଇଛି । ପ୍ରଶାସନର ଉଚ୍ଛେଦ ଅଭିଯାନ ଆଗାମୀ ଦିନରେ ଜୋର ହେବ । ପ୍ରଥମେ ବିପଦସଙ୍କୁଳ ମଠ କୋଠା, ଘରୋଇ କୋଠା, ବେଆଇନ ନିର୍ମାଣ ଭଙ୍ଗାଯିବ । ଏହା ପରେ ଆପୋସ ଆଲୋଚନା ଜରିଆରେ ଶ୍ରୀମନ୍ଦିର ଚାରି ପାଖର ୭୫ ମିଟର ମଧ୍ୟରେ ଥିବା ଅନ୍ୟ କୋଠାଗୁଡିକୁ ଜମି ଅଧିଗ୍ରହଣ, ପୁନର୍ବାସ, ଥଇଥାନ ଆଇନ ମୁତାବକ ଭଙ୍ଗାଯିବାକୁ କାଗଜାତ ପ୍ରସ୍ତୁତି ଚାଲିଛି ।

ଏହା ବ୍ୟତୀତ ସିଂହଦ୍ୱାର ପୁଲିସ ଥାନା ପାଇଁ ମଠ ଘରକୁ ଭଡା ଦିଆଯାଇଥିଲା । ଦୁଇ ମହଲା ବିଶିଷ୍ଟ ମଠରେ ମୋଟ ୮୫ଟି ପ୍ରକୋଷ୍ଠ ରହିଛି । ଅଗଣା ଛାଡି ମଠ ଛାତର ଇଲାକା ହେଉଛି ୧୮ ହଜାର ବର୍ଗ ଫୁଟ । ନାଗା ବାବାମାନଙ୍କ ଏହି ମଠ ପରିସର ଏବେ ପଦା ହୋଇ ଯାଇଛି । ପ୍ରଶାସନର ଉଚ୍ଛେଦ ଅଭିଯାନ ଆଗାମୀ ଦିନରେ ଜୋର ହେବ । ପ୍ରଥମେ ବିପଦସଙ୍କୁଳ ମଠ କୋଠା, ଘରୋଇ କୋଠା, ବେଆଇନ ନିର୍ମାଣ ଭଙ୍ଗାଯିବ । ଏହା ପରେ ଆପୋସ ଆଲୋଚନା ଜରିଆରେ ଶ୍ରୀମନ୍ଦିର ଚାରି ପାଖର ୭୫ ମିଟର ମଧ୍ୟରେ ଥିବା ଅନ୍ୟ କୋଠାଗୁଡିକୁ ଜମି ଅଧିଗ୍ରହଣ, ପୁନର୍ବାସ, ଥଇଥାନ ଆଇନ ମୁତାବକ ଭଙ୍ଗାଯିବାକୁ କାଗଜାତ ପ୍ରସ୍ତୁତି ଚାଲିଛି ।