PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଜଭବନରେ କରିବେ ରାତ୍ରିଯାପନ
  • ||
  • ଫ୍ରାନ୍ସ: ଫାଇଟର ଜେଟ୍ ରାଫେଲ ତିଆରି କରୁଥିବା କମ୍ପାନୀର ମାଲିକ ଓଲିଭର ଡାସଲ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ
  • ||
  • ଭବାନୀପାଟଣା: ଏକ ତରଫା ପ୍ରେମରୁ ହତ୍ୟା, ଯୁବତୀଙ୍କୁ ଛୁରି ଭୁସି ଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମାଆ ମୃତ
  • ||
  • ପାରାଦୀପ : ଅଠରବାଙ୍କୀ ରେଳବାଇ କଲୋନୀ ପଛପଟ ଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ନୀଳଗିରି : ନୀଳଗିରି ବ୍ଲକ ଅଧିନ ମଛୁଆ ଗ୍ରାମର ଉମାକାନ୍ତ ସିଂ ଓ ଲକ୍ଷ୍ମୀ ସିଂଙ୍କ ଝିଅ ସୌଭାଗ୍ୟବତୀଙ୍କ ମୁଣ୍ଡ ଅସ୍ଵାଭାବିକ ଭାବରେ ବୃଦ୍ଧି ପାଉଛି, ଚିକିତ୍ସା ପାଇଁ ପରିବାର ନିକଟରେ ନାହିଁ ସମ୍ବଳ, ଝିଅ ପାଇଁ ହାତୁଡି ଧରି ପଥର ସହ ସଙ୍ଘର୍ଷ କରୁଛି ମାଆ
  • ||
  • ସୋର : ସୋର ଅଞ୍ଚଳରେ ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ, ୩ ଗୁରୁତର, ୭ ଏକର ଜମିର ଧାନ ଜଳିଗଲା ୧୦ ବଖରା ପୋଡି ପାଉଁଶ
  • ||
  • ବାଲେଶ୍ବର: ଖଇରା ଓ ନୀଳଗିରି ଅଞ୍ଚଳରେ ଅଚାନକ ଚଢ଼ାଉ କଲେ ନୀଳଗିରି ଏସଡିପିଓ, ୩ ବେଆଇନ ପଥର ବୋଝେଇ ଡ଼ମ୍ଫର ଜବତ,୪ ଅଟକ
  • ||

ଦେଶରେ ରହିଛି ୭ହଜାର ୬୮୪ ପ୍ରକାରର କରୋନା ଭାଇରସ୍, ସବୁଠୁ ଅଧିକ ସ୍ଵରୂପ ଦେଖିବାକୁ ମିଳିଛି ଦକ୍ଷିଣ ରାଜ୍ୟରେ…

ନୂଆଦିଲ୍ଲୀ, ୨୧/୦୨ : କରୋନା ସଙ୍କଟ ମଧ୍ୟରେ ବୈଜ୍ଞାନିକମାନେ କରୋନା ଭୂତାଣୁକୁ ନେଇ ଏକ ନୂତନ ତଥ୍ୟ ଦେଇଛନ୍ତି। ହାଇଦ୍ରାବାଦ ସ୍ଥିତ ସିସିଏମବିର ବୈଜ୍ଞାନିକଙ୍କ ଦାବି ଅନୁଯାୟୀ, ଦେଶରେ କରୋନାର ପ୍ରାୟ ୭ ହଜାର ୬୮୪ ସ୍ଵରୂପ ଦେଖିବାକୁ ମିଳିଛି। ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ, ଦକ୍ଷିଣୀ ରାଜ୍ୟ ଗୁଡିକରେ କରୋନାର ଅଧିକ ସ୍ଵରୂପ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି। ତେଲେଙ୍ଗାନାରେ ୯୮୭ ପ୍ରକାରର କରୋନା ସଂକ୍ରମଣ ହେଉଥିବା ବେଳେ ଆନ୍ଧ୍ର ପ୍ରଦେଶରେ ୨୯୬ ପ୍ରକାରର କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି।

ସୂଚନାନୁଯାୟୀ, ଦେଶରେ ୨୨ଟି ରାଜ୍ୟରୁ ୩୫ଟି ଲ୍ୟାବରେ ସାମ୍ପୁଲ ଏକତ୍ରିତ କରିବା ପରେ ବୈଜ୍ଞାନିକମାନେ ଜିନୋମ ସିକ୍ଵେନସିଂ କରିଥିଲେ। ଏଥିରୁ ଏକ ଡର୍ଜନରୁ ଅଧିକ କରୋନା କ୍ଲେଡ ରହିଛି। ହାଇଦ୍ରାବାଦ ସ୍ଥିତ ସିଏମଆଇଆଇ କୋଶିକୀୟ ଏବଂ ଆଣବିକ ଜୀବ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡା. ରାକେଶ ମିଶ୍ରଙ୍କ କହିବା ଅନୁଯାୟୀ, ଭାରତରେ ଏବେ ସୁଦ୍ଧା ୭ ହଜାରରୁ ଅଧିକ କରୋନା ଭୂତାଣୁର ସ୍ଵରୂପ ଦେଖିବାକୁ ମିଳିଛି। ଏଥିପାଇଁ ଆଉ ଏକ ଭିନ୍ନ ଅଧ୍ୟୟନ କରିବା ଜରୁରୀ। ଦକ୍ଷିଣ ରାଜ୍ୟ ଗୁଡିକରେ ତୀବ୍ର ଗତିରେ କରୋନା ବ୍ୟାପିବାର କାରଣ କରୋନାର ଏହି ସବୁ ସ୍ଵରୂପ ହୋଇଥାଇପାରେ।

ଡା. ରାକେଶ ପୁଣି କହିଛନ୍ତି ଯେ, ଏନ୪୪୦ର ପ୍ରସାରର ସ୍ଥିତି ବିଷୟରେ ବୁଝିବା ଆବଶ୍ୟକ। ବହୁ ଦେଶରେ ଆତଙ୍କ ସୃଷ୍ଟି କରିଥିବା କରୋନାର ନୂଆ ସ୍ଵରୂପ ଏବେ ଭାରତରେ ଖୁବ୍ ଅଛି। ଏଥିରୁ ଇ୪୮୪ ଏବଂ ଏନ୫୦୧ୱାଇ ସ୍ଵରୂପ ସାମିଲ ଅଛି। ସ୍ଥିତି ବିଗିଡିବା ପୂର୍ବରୁ କରୋନାର ନୂଆ ସ୍ଵରୂପ ବିଷୟରେ ଅଧ୍ୟୟନ କରି ସଚେତନ ରହିବା ଜରୁରୀ। ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କୋଭିଡ ଗାଇଡଲାଇନ କଡାକଡି ଭାବରେ ପାଳନ କରିବା ନିହାତି ଜରୁରୀ।

ଭୂତାଣୁ ପ୍ରାକୃତିକ ଉପାୟରେ ନିଜର ସଂରଚନାରେ ପରିବର୍ତ୍ତନ ଆଣନ୍ତି। ସାଧାରଣତଃ ମାସରେ ଭୂତାଣୁ ର ଗୋଟିଏ କିମ୍ବା ଦୁଇଟି ପରିବର୍ତ୍ତନ ହୋଇଥାଏ। କରୋନା ଭୂତାଣୁ କ୍ଷେତ୍ରରେ ମଧ୍ୟ ଏପରି ହୋଇଥାଏ।

ସମ୍ବନ୍ଧିତ ଖବର