୭୮ ବର୍ଷର ଏହି ଆଥଲେଟ୍ ଗୋଲ୍ଡ ମେଡାଲ୍ ଜିତିବା ପରେ ହେଲା ଏମିତି…

ନୁଆଦିଲ୍ଲୀ ୨୧/୧୧: ସ୍ପୋର୍ଟର ସ୍ପିରିଟ୍ କିଛି ଅଲଗା । ଏଥିପାଇଁ ଜଣେ ଖେଳାଳୀ କିଛି ବି କରିପାରେ । ନିକଟରେ ଏମିତି ଏକ ଘଟଣା ଘଟିଛି ଯାହା ଜାଣିବା ପରେ ଆପଣଙ୍କ ମନରେ ଖେଳ ଓ ଖେଳାଳୀଙ୍କ ପାଇଁ ଗର୍ବ ପୂର୍ବ ଅପେକ୍ଷା ଅଧିକ ବଢିଯିବ । ଖବର ଜଣେ ୭୮ ବର୍ଷର ଆଥଲେଟଙ୍କ ସମ୍ପର୍କରେ । ସେ ୧୫୦୦ ମିଟର ରେସ୍ ଜିତିଲେ ଏବଂ ଏହା ପରେ ତାଙ୍କର ମୃତ୍ୟୁ ହୋଇଗଲା ।

ସମ୍ପୂର୍ଣ୍ଣ ଘଟଣା
ପଞ୍ଜାବ ମାଷ୍ଟର ଆଥଲେଟିକ୍ ଆସୋସିଏସନ୍ ବୟସ୍କମାନଙ୍କ ପାଇଁ ଏକ ଏଥଲେଟିକ୍ ମିଟ୍ କରାଇଥିଲା । ହୋସିଆରପୁରର ଜଲୋୱାଲରେ ରହୁଥିବା ବୟସ୍କ ଆଥଲେଟ୍ ବଖଶିଶ୍ ସିଂହ ମଧ୍ୟ ଏଥିରେ ଭାଗ ନେଇଥିଲେ । ସେ ୮୦୦ ମିଟର ରେସରେ ତୃତୀୟ ନମ୍ବରରେ ରହିଲେ । ଏହା ପରେ ୧୫୦୦ ମିଟର ରେସ୍ ଥିଲା । ଏଥିରେ ସେ ପ୍ରଥମ ନମ୍ବରରେ ରହିଲେ । ୧୫୦୦ ମିଟର ରେସ୍ ପୂରା କରିବା ପରେ ହାର୍ଟ ଆଟାକରେ ତାଙ୍କର ମୃତ୍ୟୁ ହୋଇଗଲା । ସୂଚନା ଅନୁସାରେ ଜିତିବା ପରେ ସେ ବହୁତ ଖୁସି ଥିଲେ । ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଥିଲେ । ଜିତିବା ପରେ ସେ ଥକି ଯାଇଥିଲେ ଏବଂ ଏକ ସ୍ଥାନରେ ବସି ବିଶ୍ରାମ ନେଉଥିଲେ । ଏହି ସମୟରେ ହାର୍ଟ ଆଟାକରେ ତାଙ୍କର ମୃତ୍ୟୁ ହୋଇଗଲା ।

ବଖଶିଶ୍ ଆର୍ମିର ରିଟାୟର ଥିଲେ । ଅବସର ନେବା ପରେ ସେ ଶିକ୍ଷକ ମଧ୍ୟ ଥିଲେ । ତାଙ୍କୁ ଦୌଡାଦୌଡି ବହୁତ ପସନ୍ଦ ଥିଲା । ୧୯୮୨ ମସିହାରେ ସେ ଖେଳରେ ଭାଗ ନେବା ଆରମ୍ଭ କରିଥିଲେ । ଅନେକ ରାଜ୍ୟରେ ଖେଳିଛନ୍ତି । ୨୦୦ରୁ ଅଧିକ ମେଡାଲ୍ ଜିତିସାରିଛନ୍ତି । ସେ ସବୁବେଳେ ନିଜ ବନ୍ଧୁମାନଙ୍କୁ କହୁଥିଲେ ଯେ ମେଡିକାଲ୍ ବେଡରେ ମରିବା ଅପେକ୍ଷା ସେ ମଇଦାନରେ ଦୌଡିବା ସମୟରେ ମରିବା ପାଇଁ ପସନ୍ଦ କରିବେ ।

   ସମ୍ବନ୍ଧିତ ଖବର


ପୋକସୋ ଆକ୍ଟ ନେଇ ରାଷ୍ଟ୍ରପତିଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ, ଶିଶୁ ଦୁଷ୍କର୍ମକାରୀଙ୍କୁ ରାଜକ୍ଷମା ଆବେଦନରୁ ବାଦ୍ ଦିଆଯାଉ

ଏଣିକି ପୋଷ୍ଟମ୍ୟାନ୍ ଓ ଗ୍ରାମୀଣ ଡାକ ସେବକ ବିକ୍ରି କରିବେ ଇନସ୍ୟୁରାନ୍ସ ପଲିସି, ଗାଇଡଲାଇନ୍ ଜାରି

ହାଇଦ୍ରାବାଦ ଦୁଷ୍କର୍ମକାରୀଙ୍କ ମୃତଦେହ ନେବାକୁ ମନାକଲେ ପରିବାର ଲୋକ, ପୋଲିସ କରିପାରେ ଅନ୍ତିମ ସଂସ୍କାର

ପିସ୍ତଲ ଛଡାଇ…ଫାୟରିଂ କଲେ… ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ଏନକାଉଣ୍ଟର ଘଟଣାକ୍ରମ ସମ୍ପର୍କରେ ସୂଚନା ଦେଲେ କମିଶନର