ରାଜ୍ୟ ବାହାରୁ ଆସିଥିବା ୭୮, ୨୩୩ଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ: ଗଞ୍ଜାମରୁ ସର୍ବାଧିକ, ଫୁଲବାଣୀରୁ ସର୍ବନିମ୍ନ

ଭୁବନେଶ୍ୱର ୨୬/୩: ରାଜ୍ୟବାସୀଙ୍କୁ ବୁଧବାର ଚମକାଇଲା ଭଳି ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶାକୁ ରାଜ୍ୟ ବାହାରୁ ଆସିଛନ୍ତି ୭୮ ହଜାର ୨୩୩ ଜଣ ବ୍ୟକ୍ତି । ରାଜ୍ୟ ବାହାରୁ ଆସିଥିବା ଏ ବ୍ୟକ୍ତିମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯିବ । ଏଥିପାଇଁ ପଞ୍ଚାୟତର ସରପଞ୍ଚମାନେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଶ୍ୱସ୍ତର କଥା ହେଲା ରାଜ୍ୟରେ ପଜିଟିଭ୍‌ ୨ରେ ସୀମିତ ରହିଛି । ପରୀକ୍ଷା ପାଇଁ ଯାଇଥିବା ୧୬୪ ନମୁନାରୁ ମାତ୍ର ୨ଟି ପଜିଟିଭ୍‌ ବାହାରିଛି । ସରକାରଙ୍କ ସୂଚନା ଅନୁସାରେ, ରାଜ୍ୟ ବାହାରୁ ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୧୧ ହଜାର ୪୮ ଜଣ ଆସିଥିଲା ବେଳେ ବାଲେଶ୍ୱରକୁ ୬,୪୪୨ ଜଣ ଆସିଛନ୍ତି ।

କଳାହାଣ୍ଡିକୁ ୪,୪୪୮ ଏବଂ ଫୁଳବାଣୀକୁ ୪୩୦୬ ଜଣ ବ୍ୟକ୍ତି ଆସିଛନ୍ତି । ରାଜ୍ୟ ବାହାରୁ ଆସିଥିବା ଏ ବ୍ୟକ୍ତିମାନେ ସ୍ୱତଃପ୍ରବୃତ୍ତ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପଦକ୍ଷେପ ନିଆଯାଉଛି । ଓଡ଼ିଶାରେ କରୋନା ସଂକ୍ରମଣ ଚିହ୍ନଟ ୨ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ଉଭୟ ହସପିଟାଲରେ ଅଛନ୍ତି । ଏ ରୋଗୀଙ୍କ ସଂସ୍ପର୍ଶରେ ୫୫ ଜଣ ଆସିଥିଲା ବେଳେ ସମସ୍ତଙ୍କ ସହ ସରକାରଙ୍କ ଯୋଗାଯୋଗ ହୋଇଛି । ଭୁବନେଶ୍ୱରରେ ୧୦ଟି ମନିଟରିଂ ଟିମ୍‌ ଏ ରୋଗୀମାନଙ୍କ ସହ ଯୋଗାଯୋଗ କାମ କରୁଥିଲା ବେଳେ ରାଜ୍ୟରେ ୧୦୦ ମନିଟରିଂ ଟିମ୍‌ କାମ କରୁଛନ୍ତି ।

ବାହାରୁ ଆସୁଥିବା ଲୋକ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଥିଲା ବେଳେ ଏଯାଏ ୪୦୧୫ ଜଣ ୧୦୪ ହେଲପ ଲାଇନ୍‌ ଓ ପୋର୍ଟାଲ ଜରିଆରେ ପଞ୍ଜୀକରଣ କରିଛନ୍ତି । କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୩୬ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନରେ ରଖାଯାଇଛି ।

   ସମ୍ବନ୍ଧିତ ଖବର


ଦିବ୍ୟାଙ୍ଗ ଯୁବତୀ ୮ମାସର ଗର୍ଭବତୀ – ଦୁଷ୍କର୍ମ କରିଥିବା ବିବାହିତ ଯୁବକ ଫେରାର

ସୁଇସାଇଡ୍ ଜ୍ୟାକେଟ୍ ତିଆରି କରିବାର ଭିଡିଓ ଡାଉନଲୋଡ୍ କରି ଛାତ୍ର ଗିରଫ, ମିଳିଲା ୫ ବର୍ଷର ଜେଲଦଣ୍ଡ

ଆସନ୍ତା କାଲିଠାରୁ ଲାଗୁହେବ ଅନଲକ୍-୫, ଜାଣନ୍ତୁ କ’ଣ ରହିଛି ସ୍କୁଲ ଖୋଲିବା ନେଇ ନିୟମ

ବାବ୍ରି ମସଜିଦ୍ ରାୟ ଆସିବା ବେଳେ ଝିଅଙ୍କ ହାତ ଧରି ବସିଥିଲେ ଆଡଭାନୀ, ଦେଖନ୍ତୁ ଏହି ଭିଡିଓ

ଟ୍ରେନରେ ଆଉ ମିଳିବ ନାହିଁ ଖାଦ୍ୟ-ପେୟ ଜିନିଷ, ଜାଣନ୍ତୁ କାହିଁକି ରେଳ ମନ୍ତ୍ରଣାଳୟ ବନ୍ଦ କରିବାକୁ ଚାହୁଁଛି Rail Pantry

ଯକ୍ଷ୍ମା ରୋଗୀଙ୍କ ଉପରେ ଭାରୀ ପଡ଼ିବ କରୋନା!