ସିରିୟସ୍‌ ମେନ୍‌’ର ଟ୍ରେଲର ରିଲିଜ୍‌

ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ୍‌ ସିଦ୍ଦିକିଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ସିରିୟସ୍‌ ମେନ୍‌’ର ଟ୍ରେଲର ଏବେ ସାମ୍ନାକୁ ଆସିଛି । ସୁଧୀର ମିଶ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନୱାଜ୍‌ଙ୍କୁ ଜଣେ ନିମ୍ନ ମଧ୍ୟବିତ୍ତ ପରିବାରର ବ୍ୟକ୍ତି ଅୟନ ମଣିଙ୍କ ଚରିତ୍ରରେ ଦେଖିବାକୁ ମିଳୁଛି ।

ସେ ନିଜ ୧୦ ବର୍ଷର ପୁଅକୁ ବଡ଼ ଅଫିସ୍‌ରେ ବସୁଥିବା ଧନୀ ଲୋକଙ୍କ ଭଳି କରିବା ଲାଗି ସାଧ୍ୟମତେ ଉଦ୍ୟମ କରୁଛନ୍ତି । ସେଥିଲାଗି ତାକୁ ଦୁନିଆ ଆଗରେ ଜଣେ ଜିନିୟସ୍‌ ଭାବେ ଉପସ୍ଥାପନ କରୁଛନ୍ତି । ଏହାପରେ କାହାଣୀ କେଉଁ ମୋଡ଼ ନେଉଛି ତାହା ଜାଣିବା ଲାଗି ସେ ଫିଲ୍ମଟିକୁ ଦେଖିବାକୁ ଅନୁରୋଧ କରିଛନ୍ତି ।

ଅକ୍ଟୋବର ୨ରେ ନେଟ୍‌ଫ୍ଲିକ୍ସରେ ଏହା ରିଲିଜ୍‌ ହେବ । ଏଥିରେ ନୱାଜ, ଶିଶୁ କଳାକାର ଅକ୍ଷତ ଦାସଙ୍କ ସହ ଇନ୍ଦିରା ତିୱାରୀ, ଶ୍ୱେତା ବାସୁ ପ୍ରସାଦଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

   ସମ୍ବନ୍ଧିତ ଖବର


ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ

ସୋସିଆଲ ମିଡିଆରେ ନିଆଁ ଲଗାଇଲା କିମ୍ ଶର୍ମାଙ୍କ ବିକିନି ଅବତାର

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଗୋଟିଏ ରାତିରେ ସଟର ଭାଙ୍ଗି ୮ଟି ଦୋକାନ ଲୁଟିଲେ ଦୁର୍ବୃତ୍ତ: ନଗଦ ଟଙ୍କା ଓ ସମଗ୍ରୀ ଲୁଟ୍