PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

୭ମ ବେତନ କମିଶନ: ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର ! ୧ ଜୁଲାଇରୁ ଏତେ ବଢିଯିବ ଦରମା

ନୂଆଦିଲ୍ଲୀ ୧/୬: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୧ ଲକ୍ଷ ପେନସନର୍ସଙ୍କ ମହଙ୍ଗା ଭତ୍ତା ୧ ଜୁଲାଇରୁ ବଢିବାକୁ ଯାଉଛି । କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଏବେ ୧୭ ପ୍ରତିଶତ ଦରରେ ମିଳୁଛି ଯାହା ଏବେ ସିଧା ୨୮ ପ୍ରତିଶତ ହୋଇଯିବ । ଏହି ବୃଦ୍ଧିର ଫାଇଦା ସେମାନଙ୍କୁ ସାଲାରୀରେ ବୃଦ୍ଧି ରୂପେ ମିଳିବ ।

ଏହା ବ୍ୟତୀତ କର୍ମଚାରୀଙ୍କ ପାଇଁ ଆଉ ଏକ ଭଲ ଖବର ଏହା ଯେ ସେମାନଙ୍କୁ ସେମାନଙ୍କ ଅଟକି ଥିବା ୩ କିସ୍ତି ମଧ୍ୟ ପୈଠ କରାଯିବ । କେନ୍ଦ୍ରୀୟ କର୍ମଚାରୀଙ୍କୁ ଏବେ ୧୭ ପ୍ରତିଶତ ଦରରେ ଡିଏ ପୈଠ କରାଯାଉଛି ଯାହା ୧୧ ପ୍ରତିଶତ ବଢି ୨୮ ପ୍ରତିଶତ ହୋଇଯିବ । ଅର୍ଥାତ୍ କର୍ମଚାରୀଙ୍କ ଦରମାରେ ଜବରଦସ୍ତ ବୃଦ୍ଧି ହେବ । କର୍ମଚାରୀଙ୍କୁ ସିଧା ୨ ବର୍ଷର ଡିଏର ଫାଇଦା ଏକାଥରେ ମିଳିବ । କାରଣ ଜାନୁୟାରୀ ୨୦୨୦ରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢିଥିଲା । ପରେ ଦ୍ୱିତୀୟ ୬ମାସିକ ଜୁନ୍ ୨୦୨୦ରେ ୩ ପ୍ରତିଶତ ବୃଦ୍ଧି ହୋଇଥିଲା । ଏବେ ଜାନୁୟାରୀ ୨୦୨୧ରେ ମହଙ୍ଗା ଭତ୍ତା ପୁଣି ୪ ପ୍ରତିଶତ ବଢିଛି ଅର୍ଥାତ୍ କାଲି ୨୮ ପ୍ରତିଶତ ହୋଇଯାଇଛି କିନ୍ତୁ ଏହି ୩ କିସ୍ତିର ପୈଠ ଏପର୍ଯ୍ୟନ୍ତ ହୋଇନି ।

ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କ ପେ-ମ୍ୟାଟ୍ରିକ୍ସ ଅନୁସାରେ ସର୍ବନିମ୍ନ ସାଲାରୀ ୧୮ହଜାର ଟଙ୍କା ରହିଛି । ଏଥିରେ ୧୫ ପ୍ରତିଶତ ମହଙ୍ଗା ଭତ୍ତା ଯୋଡିବା ଆଶା କରାଯାଉଛି । ଏହି ଦୃଷ୍ଟିରୁ ୨୭୦୦ ଟଙ୍କା ମାସିକ ସିଧା ସାଲାରୀରେ ଯୋଡାଯିବ । ବାର୍ଷିକ ଆଧାରରେ ଯଦି ଦେଖାଯାଏ ତେବେ ମହଙ୍ଗା ଭତ୍ତା ୩୨୪୦୦ ଟଙ୍କା ବଢିଯିବ । ଏବେ ଯଦି କଣସି କର୍ମଚାରୀର ସର୍ବନିମ୍ନ ମୁଳ ବେତନ ପେ ମ୍ୟାଟ୍ରିକ୍ସ ଅନୁସାରେ ୧୮ ହଜାର ଟଙ୍କା ରହିଛି ତେବେ ବେତନ ୧୮,୦୦୦ x ୨.୫୭ = ୪୬,୨୬୦ ଟଙ୍କା । ଏହି ବେତନ ବିନା ଭତ୍ତାର । ଏହି ବେତନରେ ଏବେ ମହଙ୍ଗା ଭତ୍ତା(DA), ଯାତ୍ରା ଭତ୍ତା(TA),  ମେଡିକାଲ କମ୍ପନସେସନ ଓ HRA ଭଳି ଭତ୍ତା ମଧ୍ୟ ଯୋଡାଯିବ ଏବଂ ଏହା ପରେ ଫାଇନାଲ ସାଲାରୀ ନିର୍ଦ୍ଧାରିତ ହେବ ।

ଜୁନ୍ ମାସରେ ୪ ପ୍ରତିଶତ ବଢିବ ଡିଏ
ଜୁନ୍ ୨୦୨୧ରେ ମହଙ୍ଗା ଭତ୍ତା ନେଇ ମଧ୍ୟ ଘୋଷଣା କରାଯିବ । ସୂଚନା ଅନୁସାରେ ୪ ପ୍ରତିଶତ ଡିଏ ବଢିବା ଅନୁମାନ କରାଯାଉଛି । ଯଦି ଏମିତି ହେଉଛି ତେବେ ୧ ଜୁଲାଇରେ ୩ କିସ୍ତି ପୈଠ ପରେ ଆଗାମୀ ୬ ମାସରେ ୪ ପ୍ରତିଶତ ଅତିରିକ୍ତ ପୈଠ ହେବ । ମହଙ୍ଗା ଭତ୍ତା ସମୁଦାୟ ୩୨ ପ୍ରତିଶତ ପହଞ୍ଚିପାରେ । ବର୍ତ୍ତମାନ ଡିଏର ପେମେଣ୍ଟ ୧୭ ପ୍ରତିଶତ ହିସାବରେ ହେଉଛି । କେନ୍ଦ୍ର ସରକାର ପ୍ରତି ୬ ମାସରେ ଏହାକୁ ରିଭାଇସ କରନ୍ତି । ଏହାର କାଲକୁଲେସନ ବେସିକ୍ ପେକୁ ଆଧାର କରି ପ୍ରତିଶତରେ ହୋଇଥାଏ । ଏବେ କର୍ମଚାରୀ ଓ ପେନସନର୍ସଙ୍କୁ ଅଲଗା ଅଲଗା ଡିଏ ମିଳୁଛି ।

ସମ୍ବନ୍ଧିତ ଖବର