7th pay commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେବେ ସରକାର, ଜାଣନ୍ତୁ କ’ଣ ନୂଆ ନିଷ୍ପତ୍ତି…

ନୂଆଦିଲ୍ଲୀ ୨୦/୧୦: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ପୂର୍ବରୁ ମିଳିବ ବଡ ଉପହାର । କରୋନା କାଳରେ କେନ୍ଦ୍ର ସରକାର ସେପ୍ଟେମ୍ବରର ଶେଷ ସପ୍ତାହରେ(ପିଛିଲା ଭାବେ) କାରଖାନା ଶ୍ରମିକଙ୍କ ପାଇଁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କର ବେସ ଇୟରରେ ପରିବର୍ତ୍ତନ କରିପାରନ୍ତି । ଯଦି ଏମିତି ହେବ ତେବେ କେନ୍ଦ୍ର ସରକାରଙ୍କ ୪୮ ଲକ୍ଷ କର୍ମଚାରୀ ଓ ପେନସନ୍ ଭୋଗୀଙ୍କୁ ଏହାର ସିଧା ଫାଇଦା ମିଳିବ । କେବଳ ସେତିକି ନୁହେଁ, ଏଥିରେ ଆଗାମୀ ଦିନରେ ସେମାନଙ୍କ ଡିଏ ବଢିଯିବ କାରଣ ଏହି ସୂଚକାଙ୍କ ଆଧାରରେ ଡିଏ କାଲକୁଲେସନ କରାଯାଇଥାଏ । ତେବେ ବର୍ତ୍ତମାନ କାରଖାନା ଶ୍ରମିକଙ୍କ ପାଇଁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କର ବେସ୍ ଇୟର ୨୦୦୧ ଅଛି ଏବଂ ଏବେ ଏହାକୁ ୨୦୧୬ କରିବା ପାଇଁ ପ୍ରସ୍ତୁତି କରାଯାଉଛି । ଅର୍ଥାତ୍ ଯଦି ବେସ ଇୟରରେ ୧୫ ବର୍ଷର ଫରକ ହେବ ତେବେ ଡିଏ ବଢିବା ନିଶ୍ଚିତ ।

ଏହି ନିଷ୍ପତ୍ତିରେ ଦେଶରେ ୩ କୋଟି କାରଖାନା ଶ୍ରମିକଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିବ ଏବଂ ସେମାନଙ୍କ ଦରମା ବୃଦ୍ଧି ପାଇବ । ଅବଶ୍ୟ ଏଥିରେ ପ୍ରତ୍ୟକ୍ଷ ଭାବେ ଏବେ ଲାଭ ମିଳିବନି କାରଣ କେନ୍ଦ୍ର ସରକାର ଜୁନ୍ ୨୦୨୧ ପର୍ଯ୍ୟନ୍ତ ଡିଏ ବୃଦ୍ଧି ଉପରେ ରୋକ ଲଗାଇ ଦେଇଛନ୍ତି । ତେବେବି ସିପିଆଇର ବେସ୍ ଇୟରରେ ପରିବର୍ତ୍ତନ ଫଳରେ ଭବିଷ୍ୟତରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ସିଧା ଫାଇଦା ମିଳିବ ।

ଏବେ ମିଳୁଛି ୧୭ ପ୍ରତିଶତ ଡିଏ
ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କୁ ୧୭ ପ୍ରତିଶତ ମହଙ୍ଗା ଭତ୍ତା ଅର୍ଥାତ୍ ଡିଏ ମିଳୁଛି । ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ କର୍ମଚାରୀଙ୍କୁ ଫେଷ୍ଟିଭଲ ସିଜନର ଉପହାର ଦେଇ ସେମାନଙ୍କ ପାଇଁ ଫେଷ୍ଟିଭଲ ଆଡଭାନ୍ସ ସ୍କିମ୍ ଲଞ୍ଚ୍ କରିଛନ୍ତି । ଏହି ଯୋଜନା ଅନୁସାରେ ସମସ୍ତ କର୍ମଚାରୀଙ୍କୁ ୧୦,୦୦୦ ଟଙ୍କା ଆଡଭାନ୍ସ ଦିଆଯିବ । ଏହି ରାଶି ସମ୍ପୂର୍ଣ୍ଣ ଭାବେ ସୁଧ ମୁକ୍ତ ଏବଂ ୧୦ଟି କିସ୍ତିରେ ଏହାରୁ ଫେରସ୍ତ କରିବାକୁ ପଡିବ ଅର୍ଥାତ୍ ଆମେ କହିପାରିବା ଯେ କର୍ମଚାରୀଙ୍କ ପାଇଁ ଏହା ଅତି ସହଜ କରାଯାଇଛି ।

ଉତ୍ସବ କାର୍ଡ ଜରିଆରେ ମିଳିବ ଫେଷ୍ଟିଭାଲ ଆଡଭାନ୍ସ
କର୍ମଚାରୀଙ୍କୁ ଏସବିଆଇ ତରଫରୁ ରୂପେ କାର୍ଡ ଜାରି କରାଯାଇଛି ଯାହାର ନାଁ ‘ଉତ୍ସବ କାର୍ଡ’ ରଖାଯାଇଛି । ଏହି କାର୍ଡରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରାଶି ରହିବ ଯାହାକୁ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । କେବଳ ସେତିକି ନୁହେଁ, ସରକାର ଏଲଟିସିର ରାଶି ମଧ୍ୟ କ୍ୟାଶ୍ ରୂପେ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

   ସମ୍ବନ୍ଧିତ ଖବର


୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

SBIର କୋଟି କୋଟି ଗ୍ରାହକଙ୍କୁ ଉପହାର, ଆପ୍‌ରେ ଲଞ୍ଚ୍ ହେଲା ନୂଆ ସେବା

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣା, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…

‘ଲଭ୍ ଜିହାଦ୍’ ଦୋଷୀଙ୍କୁ ହୋଇପାରେ ୧୦ ବର୍ଷ ଜେଲ୍, ବିଲ୍ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ