7th pay commission: କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାରଙ୍କ ବଡ ଉପହାର

ନୂଆଦିଲ୍ଲୀ ୧୫/୧୦: କେନ୍ଦ୍ର କର୍ମଚାରୀଙ୍କୁ ସରକାର ଚଳିତ ବର୍ଷ ଲିଭ୍ ଟ୍ରାଭେଲ୍ ଆଲାଉନ୍ସ(LTA) ଓ ଲିଭ୍ ଟ୍ରାଭେଲ୍ କନସେସନ୍(ଏଲଟିସି)ରେ ଅନେକ ଆଶ୍ୱସ୍ତି ଦେଇଛନ୍ତି । ଏଲଟିଏ ଓ ଏଲଟିସିର ସୁବିଧାକୁ ଅଧିକ ସହଜ କରିବା ଓ ଅଧିକରୁ ଅଧିକ କର୍ମଚାରୀଙ୍କୁ ଏଥିରେ ଯୋଡିବା ପାଇଁ ସରକାର ଅନେକ ବଡ ବଡ ନିଷ୍ପତ୍ତି ନେଇଛନ୍ତି । ଏଥିରେ ସର୍ବପ୍ରଥମେ ନିଷ୍ପତ୍ତି ଜୁନ ମାସରେ ନିଆଯାଇଥିଲା । ଏହା ପରେ ଅନ୍ୟ ୨ ନିଷ୍ପତ୍ତି ଅକ୍ଟୋବରରେ ନିଆଯାଇଛି । ସରକାରଙ୍କ କହିବାନୁସାରେ ଏହି ନିଷ୍ପତ୍ତିରେ କର୍ମଚାରୀଙ୍କୁ ଫାଇଦା ହେବ ଏବଂ ସମୟ ଓ ଶକ୍ତି ଉଭୟ ବଞ୍ଚିବ ।

ଜୁନର ନିଷ୍ପତ୍ତି କଥା କହିବା ତ ଏଲଟିଏ ପାଇଁ ଆବେଦନ କଲେ ସେମାନଙ୍କୁ ବୋର୍ଡିଂ ପାସ୍ ଦେବା ଆବଶ୍ୟକ ନାହିଁ ବୋଲି ସରକାର ନିର୍ଦ୍ଧାରଣ କରିଥିଲେ । ଏପର୍ଯ୍ୟନ୍ତ ବିନା ବୋର୍ଡିଂ ପାସରେ ଏଲଟିଏ କ୍ଲେମ୍ କରାଯାଇପାରୁନଥିଲା । ତେବେ କର୍ମଚାରୀଙ୍କୁ ଏହା ବଦଳରେ ସେଲ୍ଫ ଡିକ୍ଲୟରେସନ ଦେବାକୁ ପଡିବ । କର୍ମଚାରୀମାନେ ସେଲ୍ଫ ଡିକ୍ଲୟରେସନ ଏଲଟିଏ କ୍ଲେମ୍ ସହିତ ଦେଇପାରିବେ ।

ଏହା ପରେ ସରକାର ପୂର୍ବୋତ୍ତର, ଲଦାଖ, ଆଣ୍ଡାମାନ ନିକୋବର ଦ୍ୱୀପ ସମୂହ ଓ ଜମ୍ମ କଶ୍ମୀର ଯାତ୍ରା ପାଇଁ ଏଲଟିସିର ସୁବିଧା ୨ ବର୍ଷ ପାଇଁ ବଢାଇଦେଲେ । କର୍ମଚାରୀଙ୍କୁ ଏଲଟିସି ପାଇଁ ସବେତନ ଛୁଟି ସହିତ ଯିବା-ଆସିବା ଟ୍ରାଭେଲ୍ ଆଲାଉନ୍ସ ପୈଠ କରାଯିବ ।

ଏହି ୨ ସପ୍ତାହ ପରେ ସରକାର କରୋନା ସଙ୍କଟ ମଧ୍ୟରେ ଇକୋନୋମିକୁ ସୁଧାରିବା ପାଇଁ ଦିପାବଳୀ ପୂର୍ବରୁ କର୍ମଚାରୀଙ୍କ ପାଇଁ ଏଲଟିସି ଭାଉଚର ସ୍କିମ୍ ଆଣିଛନ୍ତି । ଏଥିରେ କର୍ମଚାରୀ ଛୁଟି ବଦଳରେ ରେଳ କିମ୍ବା ବିମାନ ଭଡାର ୩ ଗୁଣା ବରାବର ଭାଲ୍ୟୁ ବା ଗୁଡ୍ସ ସର୍ଭିସେଜ୍ କ୍ରୟ କରିପାରିବେ । ଅର୍ଥାତ୍ କୌଣସି ସ୍ଥାନକୁ ଯାତ୍ରା ନକରି ଆପଣ ଟ୍ୟାକ୍ସ ସେଭିଂର ଲାଭ ଉଠାଇ ପାରିବେ ।

ତେବେ ଏଥିପାଇଁ ଆପଣଙ୍କୁ ଏମିତି ସାମଗ୍ରୀ କିଣିବାକୁ ପଡିବ ଯେଉଁଥିରେ ୧୨ ପ୍ରତିଶତ ଜିଏସଟି ଲାଗୁଥିବ । ଏଥିରେ କାର୍, ଲାପଟପ୍, ଟିଭି, ଫ୍ରିଜ୍ ଓ ସ୍ମାର୍ଟଫୋନ୍ ସାମିଲ । କହିରଖୁଛୁ କେନ୍ଦ୍ର କର୍ମଚାରୀ ଏଲଟିଏ ଅନୁସାରେ ବୁଲିବାକୁ ଗଲେ ଟ୍ରାଭେଲ୍ ଆଲାଉନ୍ସରେ କ୍ଲେମ୍ ଆଶ୍ୱସ୍ତି ମିଳେ । କର୍ମଚାରୀ ନିଜ ପରିବାର ସହିତ କିମ୍ବା ଏକା ବୁଲିବାକୁ ଯାଇପାରିବେ ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now