ଏସ୍‌ସିବିରେ ୮ ଜଣ କରୋନା ବିଜୟୀ ଦେଲେ ପ୍ଲାଜ୍‌ମା

କଟକ,୧୯।୮: ଏସ୍‌ସିବି ପ୍ଲାଜମା ବ୍ୟାଙ୍କ୍‌ରେ ଆଜି ୮ ଜଣ କରୋନା ବିଜୟୀ ପ୍ଲାଜମା ଦାନ କରିଛନ୍ତି । ବାଲେଶ୍ୱର ଜିଲ୍ଲାର ୫ ଜଣ ଏବଂ ଏନ୍‌ଡିଆର୍‌ଏଫ୍‌ର ୩ ଜଣ ଯବାନ୍‌ ଆଜି ପ୍ଲାଜମା ଦାନ କରିଥିବା ସୂଚନା ମିଳିଛି । ରାଜ୍ୟ ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ମନ୍ତୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ବାଲେଶ୍ୱର ଜିଲ୍ଲାର ଏହି ୫ କରୋନା ବିଜୟୀ ଏସ୍‌ସିବିକୁ ଆସି ପ୍ଲାଜ୍‌ମା ଦାନ କରିଥିଲେ । ଏସ୍‌ସିବି ପ୍ଲାଜ୍‌ମା ବ୍ୟାଙ୍କରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଉପସ୍ଥିତ ରହି ନିଜ ନିର୍ବାଚନୀ ମଣ୍ଡଳୀର ପ୍ଲାଜ୍‌ମାଦାତାଙ୍କୁ ଉତ୍ସାହିତ କରିଥିଲେ । ମନ୍ତ୍ରୀଙ୍କ ସହଯୋଗରେ ଆଜି ୭ଜଣ କରୋନା ବିଜୟୀ ପ୍ଲାଜମା ଦାନ ପାଇଁ ଆସିଥିଲେ । ଏଥିରେ ୨ ଜଣଙ୍କୁ ଡାକ୍ତର ଅନଫିଟ୍‌ ଘୋଷଣା କରିଥିବା ବେଳେ ବାକି ଆଉ ୫ ଜଣଙ୍କୁ ପ୍ଲାଜମା ଦାନ କରିଥିଲେ । ବାଲେଶ୍ୱର ଜିଲ୍ଲାରୁ ଅଦ୍ୟାବଧି ୧୬ ଜଣ ପ୍ଲାଜମା ଦାନ କରିଥିବା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

ଆସନ୍ତା ୨୪ ତାରିଖରେ ନୀଳଗିରି ଅଞ୍ଚଳର କେତେକ କରୋନା ବିଜୟୀ ଏସ୍‌ସିବିରେ ପ୍ଲାଜ୍‌ମା ଦାନ କରିବେ ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟ ଗୁରୁତର କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ପ୍ଲାଜ୍‌ମାର ବହୁ ଆବଶ୍ୟକ ରହିଛି । ଏଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ରହିଛି । ପ୍ଲାଜ୍‌ମା ଥେରାପି ଚିକିତ୍ସାର ଗୁରୁତ୍ୱକୁ ଉପଲବଧି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜମା ଦାନ ପାଇଁ ଆଗ୍ରହ ସୃଷ୍ଟି କରିବା ସହ ଉକ୍ତ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ରାଜ୍ୟର ବିଭିନ୍ନ ମନ୍ତ୍ରୀମାନଙ୍କୁ ଜିଲ୍ଲା ୱାରି ଦାୟିତ୍ୱ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମନ୍ତ୍ରୀମାନେ ଏବେ ବିଭିନ୍ନ ଜିଲ୍ଲା ଗସ୍ତ କରି ପ୍ଲାଜ୍‌ମା ଦାନ ପାଇଁ କରୋନା ବିଜୟୀଙ୍କୁ ଉତ୍ସାହିତ କରିବା ସହ ଅନ୍ୟାନ୍ୟ ବନ୍ଦୋବସ୍ତ ମଧ୍ୟ କରାଉଛନ୍ତି ।

   ସମ୍ବନ୍ଧିତ ଖବର


କାଳିଆକୁ ଦେଖିବା ଜିଦ୍‌ରେ ତା’ ବେଡ୍‌ ପାଖରେ ଘୂରି ବୁଲୁଛି ଜଗା, ମା’ ସହ ଭାଇର ଫେରିବା ବାଟକୁ ଅନେଇ ବସିଛି…

ଡି’ବ୍ରଦର୍ସର ପ୍ରମୁଖ ସହଯୋଗୀ ଭାରତ ସ୍ୱାଇଁକୁ ତଡ଼ିପାର୍‌ କଲା ପୁଲିସ, ୩ ମାସ ଯାଏଁ କଟକ କମିସନ୍‌ରେଟ୍‌ ଅଞ୍ଚଳରେ ପଶିପାରିବନି

IIFL ଡକାୟତି ଘଟଣା: ସିକ୍ୟୁରିଟି ଗାର୍ଡ ପାଖରେ ଦୁଇ ଦାମୀ କାର ଜବତ, ପୁଣି ରିମାଣ୍ଡ୍‌ରେ ଲାଲା ଓ ତାର ଦୁଇ ସହଯୋଗୀ

ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ପୁଲିସର ଚଢ଼ାଉ, ମାଲିକ ଛୁ

ଅବକାରୀ ଗୁଇନ୍ଦା ପଞ୍ଝାରେ ନିଶା ବେପାରୀ, ୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର୍‌ ଜବତ

ଓସିଏର ନୂଆ ଚୟନ କମିଟିର ଅଧ୍ୟକ୍ଷ ହେଲେ ପ୍ରଭଞ୍ଜନ ମଲ୍ଲିକ