ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ଛଡିଶଗଡ: ନବରାତ୍ରରେ ୮ ଦିନ ଧରି ଉପବାସ ରଖିବା ପରେ ରାତିରେ ନିଜ ସ୍ତ୍ରୀକୁ ପୂଜାଘରେ ହତ୍ୟା କରିଛି ଜଣେ ପିଶାଚ ସ୍ବାମୀ । ପୋଲିସର ତଦନ୍ତରେ ଏହା ନରବଳି ବୋଲି ସନ୍ଦେହ କରିଛି । ଅଭିଯୁକ୍ତ ସ୍ବାମୀ ଗୁଣିଗାରେଡି ଓ ଝଡାଫୁଙ୍କା କାମ କରୁଥିବା ପୋଲିସ ସୂଚନା ପାଇଛି ।ଏଭଳି ଅଭାବନୀୟ ଘଟଣା ଘଟିଛି ଛଡିଶଗଡର ଅମ୍ବିକାପୁର ଜିଲ୍ଲାରେ ।

ସହରକୁ ଲାଗି ରହିଥିବା ସରଗଂବା ଗ୍ରାମରେ ଗତ ଶୁକ୍ରବାର ରାତିରେ ଅଭିଯୁକ୍ତ ସ୍ବାମୀ, ସ୍ତ୍ରୀକୁ ଶାବଳରେ ପିଟି ହତ୍ୟା କରିଥିଲା । ମୃତଦେହ ସାରା କ୍ଷତବିକ୍ଷତ ଚିହ୍ନ ରହିଥିବା ପୋଲିସ କହିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଘଟଣାସ୍ଥଳ ଦେଖିବା ପରେ ଆଶଙ୍କା କରାଯାଉଛି ଯେ ଅଭିଯୁକ୍ତ ନରବଳି ଦେଇଛି । ଏନେଇ ପୋଲିସକୁ ବାରମ୍ବାର ବୟାନ ବଦଳାଉଛି ଅଭିଯୁକ୍ତ । ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ ଥିଲା ସେଥିପାଇଁ ମୁଁ ହତ୍ୟା କରିଛି ବୋଲି ଅଭିଯୁକ୍ତ ସ୍ବାମୀ ସ୍ବୀକାର କରିଛି ।

ଦୁର୍ଗା ନବମୀ ଦିନ ଅଭିଯୁକ୍ତ ଜଣକ ରାତିରେ ଏପରି କାଣ୍ଡ ଘଟାଇଥିଲା । ରାତିରେ ଖାଇସାରିବା ପରେ ସ୍ତ୍ରୀକୁ ପୂଜାଘରକୁ ଡାକିନେଇ ହତ୍ୟାକାଣ୍ଡ ରଚିଥିଲା । ନିଜକୁ ନିର୍ଦ୍ଦୋଷ ସଜାଇବା ପାଇଁ ନାଟକୀୟ ଢଙ୍ଗରେ ତାକୁ ପୂଜାଘରେ ଛାଡି ଚାଲିଆସିଥିଲା । ପରିବାର ଲୋକଙ୍କୁ ଏହି ସୂଚନା ମିଳିବା ପରେ ସେମାନେ ପୋଲିସ ଓ ଗାଁ ଲୋକଙ୍କୁ ଖବର ଦେଇଥିଲେ ।

   ସମ୍ବନ୍ଧିତ ଖବର


୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣା, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…

‘ଲଭ୍ ଜିହାଦ୍’ ଦୋଷୀଙ୍କୁ ହୋଇପାରେ ୧୦ ବର୍ଷ ଜେଲ୍, ବିଲ୍ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ

ଆସନ୍ତା ବର୍ଷ ଠାରୁ ମୋବାଇଲ୍‌ ନମ୍ବର ଡାଏଲ ପୂର୍ବରୁ କରିବା ପାଇଁ ହେବ ଏହି କାମ- ବଦଳିଯିବ ଲ୍ୟାଣ୍ଡ ଲାଇନ୍‌ ଏବଂ ମୋବାଇଲ୍‌ ଫୋନ୍‌ରେ ଡାଏଲ୍‌ କରିବାର ପଦ୍ଧତି