PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଲା ପୋଲିସ, ପ୍ରାୟ ୮ କେ.ଜି ଗଞ୍ଜେଇ ଜବତ, ୨ ଗିରଫ

ପାଟଣାଗଡ, ୦୨/୦୬ : ଲକଡାଉନ୍ ବେଳେ ସବୁକିଛି ବନ୍ଦ ଥିବା ବେଳେ ଜମୁଛି ଗଞ୍ଜେଇ ବେପାର। ମାଲେମାଲ ହେଉଛନ୍ତି ଗଞ୍ଜେଇ ମାଫିଆ। ଆଜି ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ଜଣଙ୍କୁ ଗିରଫ କରିବା ସହ ପ୍ରାୟ ୮ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରିଛି।

ଲକଡାଉନ ବେଳେ ଗଞ୍ଜେଇ ବେପାରୀ ସକ୍ରିୟ ହେଉଥିବା ପାଟଣାଗଡ଼ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଏହାପରେ ପାଟଣାଗଡ଼ ପୋଲିସ ପାଟଣାଗଡ଼-ବଲାଙ୍ଗିର ମୁଖ୍ୟ ରାସ୍ତା ଭଇଁଷା ଛକ ଠାରେ ଜଗି ବସିଥିଲା। ଏହି ସମୟରେ ଫୁଲବାଣୀ ଅଞ୍ଚଳରୁ ପାଟଣାଗଡ଼ ଥାନା ଅନ୍ତର୍ଗତ ନେହେନାବନ୍ଧ ଗ୍ରାମକୁ ପାଣ୍ଡବ ବାଗ ଓ କେରବେଡା ଗାଁର ଗୋବିନ୍ଦ କୁମ୍ଭାର ଗଞ୍ଜେଇ ଧରି ବାଇକରେ ଆସୁଥିବା ବେଳେ ପୋଲିସ ଚଢଉ କରିଥିଲା। ସେମାନଙ୍କ ନିକଟରୁ ପ୍ରାୟ ୮ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ ହୋଇଛି। ଏହି ସମୟରେ ପାଣ୍ଡବ ବାଗ ଓ ଗୋବିନ୍ଦ କୁମ୍ଭାର ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା। ଏନେଇ ଥାନାରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।