ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ହରିୟାଣାରେ ଟୁରିଷ୍ଟ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ: ୮ ଯାତ୍ରୀ ଜୀବନ୍ତ ଦଗ୍ଧ, ୨୪ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ ୧୮/ ୦୫: ହରିୟାଣାରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ହରିୟାଣାର ନୁଂହ ଜିଲ୍ଲାରେ ଏକ ଟୁରିଷ୍ଟ ବସ୍‌ରେ ଅଗ୍ନିକାଣ୍ଡ।  ନିଆଁ ଲାଗି ୮ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ। ୨୪ରୁ ଅଧିକ ଯାତ୍ରୀ  ଗୁରୁତର। ବସ୍‌ରେ ଥିଲେ ୬୦ରୁ ଅଧିକ ଯାତ୍ରୀ। ସମସ୍ତଙ୍କ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛ। କିଛି ଯାତ୍ରୀ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। 

ମିଳିଥିବା ସୂଚନା ଅନୁଯାୟୀ, ବସ୍ ପ୍ରାୟ ୬୦ ଜଣ ଯାତ୍ରା କରୁଥିଲେ। ଯେଉଁମାନେ ପଞ୍ଜାବ ଏବଂ ଚଣ୍ଡିଗଡ଼ର ବାସିନ୍ଦା ବୋଲି କୁହାଯାଉଛି। ଏହା ରାତି ପ୍ରାୟ ୧.୩୦ ସମୟରେ ଏହି ଦୁର୍ଘଟଣା ଘଟିଛି । ବନାରସ ଏବଂ ବୃନ୍ଦାବନ ପରିଦର୍ଶନ କରିବା ପରେ ଯାତ୍ରୀମାନେ ଫେରୁଥିଲେ। ଆହତ ପର୍ଯ୍ୟଟଙ୍କ  ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି। ଏହି ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ ସାବୀର, ନାସିମ ଏବଂ ସେମାନଙ୍କ ସାଙ୍ଗମାନେ କହିଛନ୍ତି ଯେ ବସ୍ ପଛ ପଟରୁ ଜଳୁଛି ଏବଂ ଯାତ୍ରୀମାନେ ଚିତ୍କାର କରୁଛନ୍ତି। ସେ ବାଇକରେ ବସକୁ ଫଲୋ କରି ଡ୍ରାଇଭରଙ୍କୁ ଜଣାଇ ବସ୍ ଅଟକାଇଥିଲେ। ଯାତ୍ରୀମାନେ ଓହ୍ଲାଇବା ବେଳକୁ ନିଆଁ ପୁରା ବସ୍ ଲାଗିଯାଇଥିଲ। ଯାତ୍ରୀମାନେ ଅଗ୍ନିକାଣ୍ଡ ସମ୍ପର୍କରେ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ଯାତ୍ରୀଙ୍କୁ ରେସ୍କ୍ୟୁ କରିଥିବା ଜଣାପଡିଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.