୮ଟି ଭାଷାକୁ ଟ୍ରାନ୍ସଲେଟ୍ କରିବ ଫେସ୍ ମାସ୍କ

ନୂଆଦିଲ୍ଲୀ ୨୮/୦୮: କରୋନା ସଙ୍କଟ କାଳରେ ବର୍ତ୍ତମାନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥା ଅତ୍ୟାବଶ୍ୟକ ସାମଗ୍ରୀ ହେଉଛି ଫେସ୍‌ ମାସ୍କ । ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ଅଧିକାଂଶ କମ୍ପାନି ଫେସ୍‌ ମାସ୍କକୁ ଅଧିକ ପ୍ରଭାବଶାଳୀ ଓ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ଏଥିରେ ଅନେକ ଉନ୍ନତ ଟେକ୍ନୋଲୋଜି ପ୍ରୟୋଗ କରୁଛନ୍ତି । ଫଳରେ ଉନ୍ନତ ଟେକ୍ନୋଲୋଜିରେ ବିକଶିତ ଫେସ୍‌ ମାସ୍କ ବଜାରରେ ଉପଲବ୍ଧ ହେଉଛି ।

ଏବେ ଜାପାନର ଏକ ଟେକ୍‌ କମ୍ପାନି ଏକ ଫେସ୍‌ ମାସ୍କ ପ୍ରସ୍ତୁତ କରିଛି, ଯାହା ଦୁଇ ପ୍ରକାର କାର୍ଯ୍ୟକଳାପ ମାଧ୍ୟମରେ ୟୁଜର୍‌ଙ୍କ ଜୀବନକୁ ଅଧିକ ସହଜ କରିବ । ଡୋନଟ୍‌ ରୋବୋଟିକ୍ସ ନାମକ କମ୍ପାନି ଏହି ମାସ୍କ ପ୍ରସ୍ତୁତ କରିଛି, ଯାହା ଭାଷାଗୁଡ଼ିକର ଅନୁବାଦ କରିବାରେ ସକ୍ଷମ । ଏହାର ନାମ ‘ସି-ଫେସ୍‌ ସ୍ମାର୍ଟ ମାସ୍କ’ । ଏହା ବାର୍ତ୍ତା ପ୍ରସାର ସହିତ ଜାପାନୀ ଭାଷାକୁ ଅନ୍ୟ ୮ ଭାଷାରେ ଅନୁବାଦ କରିପାରେ । ସ୍ମାର୍ଟଫୋନ୍‌ ଆପ୍‌ ସହିତ ସଂଯୁକ୍ତ ହେବା ପାଇଁ ମାସ୍କଟି ବ୍ଲୁଟୁଥ୍‌ ଟେକ୍ନୋଲୋଜି ବ୍ୟବହାର କରେ, ଯାହା ପାଠ ଓ କଲ୍‌ରେ ଭାଷାର ଅନୁବାଦ କରେ । ଏହି ମାସ୍କ ପିନ୍ଧିଥିବା ବ୍ୟକ୍ତିଙ୍କର ସ୍ୱରକୁ ଏହି ଆପ୍‌ ବଢ଼ାଇପାରେ ଏବଂ ୧୦ ମିଟର ଦୂରତା ପର୍ଯ୍ୟନ୍ତ ଡିଭାଇସ୍‌ ସହ ସଂଯୁକ୍ତ ହୋଇପାରେ । ଡୋନଟ୍‌ ରୋବୋଟିକ୍ସର ଇଞ୍ଜିନିୟରମାନେ କରୋନା ମହାମାରୀ ସମୟରେ ସେମାନଙ୍କ ବ୍ୟବସାୟକୁ ବଢ଼ାଇବା ପାଇଁ ନୂଆ ଉତ୍ପାଦ ଉପରେ ଗବେଷଣା କରିବାବେଳେ ଏହି ଫେସ୍‌ ମାସ୍କ ବିଷୟରେ ବିଚାର କଲେ ।

ଏ ନେଇ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତାଇସୁକେ ଓନୋ କହନ୍ତି ‘ଦୀର୍ଘ ବର୍ଷ ଧରି ଆମେ ଏକ ରୋବୋ ନିର୍ମାଣ କ୍ଷେତ୍ରରେ କାମ କରିଛୁ। ବର୍ତ୍ତମାନର କରୋନା ସଙ୍କଟରେ ସେହି ଟେକ୍ନୋଲୋଜିକୁ ମାସ୍କ ଉପରେ ପ୍ରୟୋଗ କଲୁ। ଏହି ମାସ୍କ ଓ ଆପ୍‌ ଖୁବ୍‌ ସାହାଯ୍ୟକାରୀ । ଆସନ୍ତା ବର୍ଷ ଆରମ୍ଭରୁ ମାସ୍କଟି ବଜାରରେ ଉପଲବ୍ଧ ହେବ । ଏହାର ମୂଲ୍ୟ ପ୍ରାୟ ୪୦ ଡଲାର ରହିବ।’

   ସମ୍ବନ୍ଧିତ ଖବର


ଜାପାନରେ କରୋନାଠୁ ବି ବଡ ବିପଦ, ଲଗାତର ମରୁଛନ୍ତି ଲୋକ

ବିବାହରେ ଲୋକଙ୍କୁ ଏମିତି କରାଗଲା ସାନିଟାଇଜ୍‌ , ଆଇଏଏସ୍‌ ଅଫିସର କହିଲେ …

ଆଉ ଦୁଇ ଦିନ – ବୁଧବାରଠାରୁ ଏନ୍‌ଏଚ୍‌ଏସ୍‌ ହସ୍ପିଟାଲମାନଙ୍କରେ ଦିଆଯିବ କରୋନା ଟିକା

ଡିସେମ୍ବର ମାସରେ ପ୍ରାୟ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା

୧୩ ବର୍ଷିୟା ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ – ୨ ଗିରଫ

ଭାରତରେ ଲଞ୍ଚ ହେଲା ଶସ୍ତା 5G ସ୍ମାର୍ଟଫୋନ୍‌, ଜାଣନ୍ତୁ ଏହାର ଫିଚର୍ସ ଓ ଦାମ୍‌ କେତେ?