ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

୯ ଲୋକସଭା ଆସନରେ ୮ ନୂଆ ମୁହଁ

ଭୁବନେଶ୍ୱର ୧୮/୩: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ବିଜେଡି ତାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ମଧ୍ଯ ସାମିଲ ଅଛି । ମୁଖ୍ୟମନ୍ତ୍ରୀ, ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସହିତ ବରଗଡ଼ ଜିଲ୍ଲାର ବିଜେପୁରରୁ ମଧ୍ଯ ନିର୍ବାଚନ ଲଢ଼ୁଛନ୍ତି ।

ତେବେ ଲୋକସଭା ଆସନରେ ଲଢୁଥିବା ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୮ ନୂଆ ମୁହଁ ଦେଖିବାକୁ ମିଳିଛି । ତେବେ ଟିକେ ନଜର ପକାଇବା ଲୋକସଭା ଆସନରେ ଲଢୁଥିବା ପ୍ରାର୍ଥୀଙ୍କ ତାଲିକା ଉପରେ …..

ବ୍ରହ୍ମପୁର –  ଚନ୍ଦ୍ରଶେଖର ସାହୁ
ନବରଙ୍ଗପୁର – ରମେଶ ମାଝୀ
କୋରାପୁଟ – କୌଶଲ୍ୟା ହିକକ୍କା
କଳାହାଣ୍ଡି – ପୁଷ୍ପେନ୍ଦ୍ର ସିଂଦେଓ
ବରଗଡ- ପ୍ରସନ୍ନ ଆଚାର୍ଯ୍ୟ
ସୁନ୍ଦରଗଡ- ସୁନୀତା ବିଶ୍ବାଳ
ବଲାଙ୍ଗିର- କଳିକେଶ ସିଂଦେଓ
କନ୍ଧମାଳ- ଅଚ୍ୟୁତ ସାମନ୍ତ
ଆସ୍କା- ପ୍ରମିଳା ବିଶୋୟୀ

ଏହି ୯ ପ୍ରାର୍ଥୀଙ୍କ ମଧ୍ୟରୁ କେବଳ କଳିକେଷ ସିଂ ଦେଓଙ୍କ ବ୍ଯତୀତ ଅନ୍ୟ ସମସ୍ତେ ପ୍ରଥମ ଥର ପାଇଁ ଲୋକସଭା ଆସନରେ ନିର୍ବାଚନ ଲଢୁଛନ୍ତି । କେବଳ ବଲାଙ୍ଗିରରୁ କଳିକେଷ ପୁନର୍ବାର ପ୍ରାର୍ଥୀ ହୋଇଛନ୍ତି । ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୨ ରାଜ୍ଯସଭା ସାଂସଦ ତଥା ପ୍ରସନ୍ନ ଆଚାର୍ଯ୍ଯ ଓ ଅଚ୍ଯୁତ ସାମନ୍ତ ରହିଛନ୍ତି । ପ୍ରସନ୍ନ ଆଚାର୍ଯ୍ଯ ବରଗଡ ଏବଂ ଅଚ୍ଯୁତ, କନ୍ଧମାଳ ଆସନରୁ ନିର୍ବାଚନ ଲଢୁଛନ୍ତି । ପ୍ରାର୍ଥୀ ତାଲିକାରେ ୩ ମହିଳା ଅଛନ୍ତି । କୋରାପୁଟରୁ ସାଂସଦ ଝିନ୍ ହିକକ୍କାଙ୍କ ପତ୍ନୀ କୌଶଲ୍ଯା ହିକକ୍କା, ସୁନ୍ଦରଗଡରୁ ସୁନୀତା ବିଶ୍ୱାଳ ଓ ଆସ୍କାରୁ ପ୍ରମିଳା ବିଶୋୟୀ ପ୍ରାର୍ଥୀ ଅଛନ୍ତି । ପୂର୍ବରୁ ମହିଳା ପ୍ରାର୍ଥୀଙ୍କ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଦଳ ସୁପ୍ରିମୋ ସୂଚନା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.