ଘରୁ ଭିତରୁ ଉଦ୍ଧାର ହେଲା ୮ ନାଗ ଛୁଆ

ଭୁବନେଶ୍ୱର ୩୦/୦୬: ଘର ଭିତରେ ନାଗ ସାପ ଅଣ୍ଡା ଦେଇଥିଲା । ଅଣ୍ଡା ଫୁଟି ଛୁଆ ଗୁଡ଼ିକ ଘର ଭିତରେ ବୁଲିଲେ। ଏହା ଦେଖି ଘର ଲୋକ ଆତଙ୍କରେ ଶିହରି ଉଠିଲେ । ତୁରନ୍ତ ସ୍ନେକ୍‌ ହେଲପ ଲାଇନ୍‌କୁ ଖବର ଦେଲେ । ସ୍ନେକ୍‌ ହେଲ୍‌ପ ଲାଇନର ସଦସ୍ୟ ଅରୁଣ କୁମାର ବରାଳ ଘଟଣାସ୍ଥଳରେ ପହଞ୍ଚି ସାପ ଖୋଜା ଆରମ୍ଭ କରିଦେଲେ ।

ଏଭଳି ଘଟଣା ଘଟିଛି ପୁନାମା ଗେଟ୍‌ ନିକଟସ୍ଥ ବିନାୟକ ଦାସଙ୍କ ଘରେ । ଶ୍ରୀ ଦାସ ସକାଳେ ଘର ଭିତରେ ୭ଟି ନାଗଛୁଆ ବୁଲୁଥିବା ଦେଖିବାକୁ ପାଇଥିଲେ । ସ୍ନେକ୍‌ ହେଲପ ଲାଇନ୍‌ ସଦସ୍ୟ ଶ୍ରୀ ବରାଳ ଘର ସାରା ଦରାଣ୍ଡିବା ପରେ ପ୍ରଥମେ ୭ଟି ସାପ ଛୁଆକୁ ଧରିଥିଲେ । ଏହାପରେ ଘରେ ଥିବା ଏକ କାଠ ପଟା ଥାକ ତଳୁ ଆଉ ଏକ ନାଗ ଛୁଆକୁ ଧରିଥିଲେ । ତେବେ ମା’ ନାଗକୁ ଖୋଜି ପାଇ ନଥିଲେ ଶ୍ରୀ ବରାଳ । ସମସ୍ତ ସାପଛୁଆକୁ ଉଦ୍ଧାର କରି ଶ୍ରୀ ବରାଳ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦେଇଛନ୍ତି ।

   ସମ୍ବନ୍ଧିତ ଖବର


୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ମୁଣ୍ଡିଆ ମାରିଥିଲେ ବି ଶିଶୁ ବିଶେଷଜ୍ଞ ଆସିନଥିଲେ , ଚିକିତ୍ସା ଅଭାବରୁ ନବଜାତକର ମୃତ୍ୟୁ!

ନୂଆପଡାରେ ନିର୍ମାଣାଧୀନ ବ୍ରିଜରେ ଝୁଲିଲା ଟ୍ରକ୍‌, ଡ୍ରାଇଭର ଗୁରୁତର

ରହସ୍ୟ ଘେରରେ ବନ୍ଦ ଘର ! ସାଢ଼େ ତିନି ବର୍ଷ ଧରି ଝୁଲୁଛି ତାଲା

ଟ୍ୟୁସନ୍‌ ନ କଲେ ଫେଲ୍‌ ହେବାର ଧମକ! ରିପୋର୍ଟ ତଲବ

ପୁଅ ମୃତ୍ୟୁକୁ ନେଇ ବିଷ ଖାଇଲେ ମା’