ଦେଶର ୮ଟି ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ଜାରି ହେଲା ଆର୍ଲଟ

ନୂଆଦିଲ୍ଲୀ,୨୮।୪: ଦେଶର ୮ଟି ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ଭୟରେ ଏବେ ସେଠାରେ  ଆଲର୍ଟ ଜାରି କରାଯାଇଛି। ବେଙ୍ଗାଲୁର ପୋଲିସକୁ ସୂଚନା ମିଳିଛି ଯେ ବହୁ ସହରରେ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି।ତାମିଲନାଡୁର ରାମାନାଇପୁରମରେ ଆତଙ୍କବାଦୀଙ୍କ ଗୋଷ୍ଠୀ ରହିଛି। ଏହି ଆର୍ଲଟ ସେହି ସମୟରେ ଜାରି ହୋଇଛି ଯେବେ ସୁରକ୍ଷା ଓ ଗୁଇନ୍ଦା ଏଜେନ୍ସି ଭାରତରେ  ସ୍ଳିପର ସେଲଙ୍କୁ ନେଇ ଚିନ୍ତିତ ଅଛନ୍ତି, ଯେଉଁମାନଙ୍କର ଶ୍ରୀଲଙ୍କା ଆକ୍ରମଣ କରିଥିବା ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ ରହିଥାଇପାରେ।

କର୍ଣ୍ଣାଟକର ଡିଜିପି ଏହି ସମସ୍ତ ରାଜ୍ୟକୁ ଆଲର୍ଟ ଜାରି କରିଦେଇଛନ୍ତି। ପୋଲିସକୁ ଫୋନ୍ କରିଥିବା ବ୍ୟକ୍ତିକୁ ଲରି ଡ୍ରାଇଭର ବୋଲି କୁହାଯାଉଛି। ସେ ପୋଲିସକୁ କହିଥିଲା ତାମିଲନାଡୁ, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୋଆ, ମହାରାଷ୍ଟ୍ର ଓ ପୁଡୁଚେରି ଆଦି ସହର ଗୁଡିକ ଉପରେ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି, ଏହା ଟ୍ରେନରେ ମଧ୍ୟ ହୋଇନାରେ। ଏଥିରେ ୧୯ ଜଣ ଆତଙ୍କବାଦୀ ସାମିଲ ଅଛନ୍ତି। କର୍ଣ୍ଟାଟକର ଜଣେ ପୋଲିସ ଅଧିକାରୀ କହିଛନ୍ତି ଆମ ପାଖରେ ଯେଉଁ ଇନପୁଟ ରହିଛି ସେଥିରୁ ଜରାପଡୁଛି ଆତଙ୍କବାଦୀମାନେ ରାମନାଥପୁରମ ଦେଇ ଆସିପାରନ୍ତି।

ରାମନାଥପୁରମ ପୂର୍ବ ଉପକୂଳରେ ଥିବା ରାମେଶ୍ବରମ କିଛି କିଲୋମିଟର ପଶ୍ଚିମରେ ରହିଛି। ଯାହାକି ଶ୍ରୀଲଙ୍କା ଠାରୁ ବହୁତ କମ୍ ଦୂରରେ ସମୁଦ୍ରପଥରେ ରହିଛି। ତାମିଲନାଡୁର ସମସ୍ତ ଜିଲ୍ଲା ଓ ଉପକୂଳବର୍ତ୍ତୀ ଅଧିକାରୀଙ୍କୁ ଆଲର୍ଟ କରିଦିଆଯାଇଛି। ଉଲ୍ଲେଖନୀୟ ଯେ, ଗତ ୨୧ରେ ଇଷ୍ଟର ଅବସରରେ ଶ୍ରୀଲଙ୍କାରେ ଆଇଏସ୍ ଆତଙ୍କବାଦୀମାନେ ବିସ୍ଫୋରଣ କରିଥିଲେ। ଏଥିରେ ୨୫୦ରୁ ଅଧିକ ଲୋକଙ୍କର ପ୍ରାଣହାନୀ ହୋଇଥିଲା।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…