ବଜ୍ରାଘାତରେ ୮ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷୟିତ୍ରୀ ଆହତ, ଗୁରୁତର ଛାତ୍ରୀଙ୍କୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର

ଜି.ଉଦୟଗିରି ୨୪।୯: କନ୍ଧମାଳ ବ୍ରାହ୍ମଣପାଦଠାରେ ଥିବା ବିରୂପାକ୍ଷ ଉଚ୍ଚ ବିଦ୍ୟାଳୟରେ ବଜ୍ରାଘାତରେ ୮ଜଣ ଛାତ୍ରଛାତ୍ରୀଙ୍କ ସହ ଜଣେ ଶିକ୍ଷୟିତ୍ରୀ ଆହତହୋଇଛନ୍ତି । ସେମାନଙ୍କୁ ବ୍ରାହ୍ମଣପାଦ ମେଡିକାଲରେ ଭର୍ତ୍ତି କରାଯାଇଛି । ଜଣେ ଛାତ୍ରୀ ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଛାତ୍ରଛାତ୍ରୀମାନେ ଶ୍ରେଣୀ ଗୃହରେ ଥିବା ସମୟରେ ବଜ୍ରପାତ ହୋଇଥିଲା । ଫଳରେ ବଜ୍ରାଘାତରେ ୮ ଜଣ ଛାତ୍ରଛାତ୍ରୀ ଏବଂ ସେଠାରେ ଥିବା ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ବ୍ରାହ୍ମଣପାଦ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ ଜିଲ୍ଲା ଶିକ୍ଷା ଅଧିକାରୀ ପହଁଚି ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ।ତେବେ ବିଭିନ୍ନ ଶ୍ରେଣୀ ଗୃହରେ ବିଦ୍ୟୁତ୍ ତାର ପୋଡିଯାଇଥିବା ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


ଗୋରୁ ବୋଝେଇ ଗାଡ଼ି ଜବତ, ଡ୍ରାଇଭର ସମେତ ଦୁଇ ଅଟକ

ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ

ବନବିଭାଗ ଫରେଷ୍ଟ ଗାର୍ଡ ନିଖୋଜ, ଥାନାରେ ଏତଲା

ବାଲେଶ୍ୱର ସଦର ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଜି

ଗୁପ୍‌ଚୁପ୍‌ ଖୁଆଇବା ବାହାନାରେ ଦିବ୍ୟାଙ୍ଗ ଯୁବତୀକୁ ଘରୁ ଡାକି ନେଇ ଦୁଷ୍କର୍ମ, ମାମଲା ରୁଜୁ ପରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

କୂଅରୁ ମା’, ପୁଅଙ୍କ ମୃତଦେହ ଉଦ୍ଧାର