ବାହୁଡାଯାତ୍ରାବେଳେ ଅଘଟଣ: ରଥଟଣା ଦେଖୁଥିବା ସମୟରେ ଛାତ ଭୁଶୁଡି ୮ ଛାତ୍ରୀ ଆହତ

ରାୟଗଡା ୧୨/୭: ରାୟଗଡା ଜିଲ୍ଲା ଟିକିରିରେ ବାହୁଡାଯାତ୍ରାବେଳେ ଅଘଟଣ । ବାହୁଡାଯାତ୍ରା ଦେଖୁଥିବା ସମୟରେ ସ୍କୁଲ୍ ଛାତ ଭୁଶୁଡି ୮ ଜଣ ଛାତ୍ରୀ ଆହତ ହୋଇଛନ୍ତି । ରଥଟଣା ଦେଖିବା ପାଇଁ ଛାତ୍ରୀମାନେ ସ୍କୁଲ୍ ଛାତ ଉପରେ ଚଢିଥିଲେ । ମାତ୍ର କିଛି ସମୟ ପରେ ଛାତ ଓ ସିଢି ଭୁଶୁଡି ପଡିଥିଲା । ଫଳରେ ଛାତ୍ରୀମାନେ ତଳେ ପଡିଯାଇଥିଲେ । ମାତ୍ର ସେମାନଙ୍କ ଉପରେ କଂକ୍ରିଟ୍ ସ୍ଲାପ୍ ଖସିପଡିବା ଫଳରେ ସେମାନେ ଆହତ ହୋଇଛନ୍ତି ।

ଆହତମାନଙ୍କୁ ଟିକିରି ମେଡିକାଲରେ ଭର୍ତ୍ତି କରାଯାଇଛି । ୮ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥିବାରୁ ସେମାନଙ୍କୁ କୋରାପୁଟ ଲକ୍ଷ୍ମଣନାୟକ ମେଡିକାଲ ତଥା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ଛାତି ଓ ପେଟରେ ସ୍ଲାପ୍ ପଡିଯାଇଥିଲା । ସମସ୍ତେ ଟିକିର ଉଚ୍ଚ ପ୍ରାଥମିକ ସ୍କୁଲର ଛାତ୍ରୀ ଥିବା ଜଣାପଡିଛି । ସୂଚନା ଅନୁସାରେ ଛାତଟି ବହୁତ ପୂରୁଣା ହୋଇଯାଇଥିଲା ତେଣୁ ତାହା ଭୁଶୁଡି ପଡିଥିଲା ।

   ସମ୍ବନ୍ଧିତ ଖବର


ସରକାର ଗଠନ ନେଇ ଶିବସେନା-କଂଗ୍ରେସ ଓ ଏନସିପି ମଧ୍ୟରେ ସହମତି,ଏବେ ମନ୍ତ୍ରଣାଳୟ ବଣ୍ଟନ ନେଇ ହେବ ଆଲୋଚନା

ଦେଶର ବହୁଚର୍ଚ୍ଚିତ ଓ ବଡ ‘ ଭ୍ୟାପମ ଦୁର୍ନୀତି’ ମାମଲାରେ ୩୧ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୨୫ରେ ପ୍ରକାଶ ପାଇବ ଦଣ୍ଡାଦେଶ

ଇତିହାସ ରଚିଲେ ମୟଙ୍କ ପ୍ରତାପ ସିଂ, ହେଲେ ଦେଶର ସବୁଠାରୁ କମ୍ ବୟସ୍କ ବିଚାରପତି

ପ୍ରତି ଘଣ୍ଟାରେ ‘ସଡ଼କ ଦୁର୍ଘଟଣା’ରେ ଯାଉଛି ୧୭ ଜୀବନ: ଦ୍ରୁତ ଗାଡ଼ି ଚଲାଇବା ମୁଖ୍ୟ କାରଣ, ଶୀର୍ଷରେ ରହିଛି ତାମିଲନାଡୁ