ଛୁରି ଭୁସି ୮ ସ୍କୁଲ ପିଲାଙ୍କୁ ହତ୍ୟା

ବେଜିଂ ୪/୯ : ଚୀନ୍‌ର କେନ୍ଦ୍ରୀୟ ହୁବେଇ ପ୍ରଦେଶର ଏକ ପ୍ରାଥମିକ ସ୍କୁଲରେ ଜଣେ ଆତତାୟୀ ଛୁରି ଭୁସି ୮ ଜଣ ପିଲାଙ୍କୁ ହତ୍ୟା କରିଛି । ଆକ୍ରମଣରେ ଅନ୍ୟ ୨ ଜଣ ପିଲା ଗୁରୁତର ଆହତ ହୋଇଛନ୍ତି । ପୁଲିସ ଏହି ଘଟଣାରେ ୟୁ ନାମକ ଜଣେ ୪୦ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି । ହୁବେଇ ପ୍ରଦେଶର ବୈଙ୍ଗାଙ୍ଗପିଙ୍ଗ ସହରରେ ଥିବା ଚାଓଟାଙ୍ଗପୋ ପ୍ରାଥମିକ ବିଦ୍ୟାଳୟରେ ସୋମବାର ସକାଳ ୮ଟାରେ ଏହି ଅଘଟଣ ଘଟିଛି । ଦୁଇମାସର ଗ୍ରୀଷ୍ମାବକାଶ ପରେ ସୋମବାର ସ୍କୁଲ ଖୋଲିଥିଲା ।

ପିଲାମାନେ ସ୍କୁଲରେ ବସିଥିଲା ବେଳେ ଅଭିଯୁକ୍ତ ହଠାତ ଏକ ଛୁରି ଧରି ଭିତରେ ପ୍ରବେଶ କରିବା ସହିତ ପିଲାଙ୍କୁ ଆକ୍ରମଣ କରିଥିଲା । ପୁଲିସର ସୂଚନା ଅନୁସାରେ ଅଭିଯୁକ୍ତ ୟୁ ପୂର୍ବରୁ ନିଜ ପ୍ରେମିକାଙ୍କ ଆଖି ତାଡି ଦେଇଥିବାରୁ ଗିରଫ ହୋଇ ଜେଲ୍‌ ଯାଇଥିଲା । ଦୀର୍ଘ ୮ ବର୍ଷ ଜେଲ୍‌ରେ ରହିବା ପରେ ଗତ ମେ’ରେ ମୁକୁଳିଥିଲା ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର