PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଗାଁରେ ଗୋଷ୍ଠୀ ସଂକ୍ରମଣ ରୂପ ନେଲା କରୋନା ! ୮ଟି ଗ୍ରାମକୁ ୭ ଦିନ ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲା ପ୍ରଶାସନ, ଚାଲିଛି କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାକିଂ

ଢେଙ୍କାନାଳ,୦୧/୦୫: ଢେଙ୍କାନାଳ ଜିଲ୍ଲାର ଏକାଧିକ ଗାଁରେ କରୋନାର ଦ୍ୱିତୀୟ ଲହର ଗୋଷ୍ଠୀ ସଂକ୍ରମଣ ରୂପ ନେଲାଣି । ଏହାକୁ ନେଇ ଏବେ ପ୍ରଶାସନ ଚିନ୍ତାରେ ପଡ଼ିଛି । ଦୈନିକ ଟେଷ୍ଟିଂ, ଟ୍ରାକିଂ ସବୁ ଚାଲୁଥିବା ସତ୍ୱେ ବି ପଜିଟିଭ୍‌ କମିବା ବଦଳରେ ବଢ଼ି ବଢ଼ି ଚାଲିଛି । ଗୋଟିଏ ଗୋଟିଏ ଗାଁକୁ କରୋନା କବଳିତ କରିଦେଉଛି । ଏହାକୁ ନେଇ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହେଉଛି । ଅଧିକ ସଂକ୍ରମଣ ଥିବା ଢେଙ୍କାନାଳ ସହରର ଦେଉଳସାହି ସମେତ ୮ଟି ଗ୍ରାମକୁ ପ୍ରଶାସନ ପକ୍ଷରୁ ସୋମବାରଠାରୁ ୭ ଦିନ ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଛି ।

କାମାକ୍ଷାନଗର ବ୍ଲକ୍‌ ବାଲିଗୋରଡ଼ ପଞ୍ଚାୟତ ଅଧୀନ ବାଲିଗୋରଡ଼ (୩୯ ପଜିଟିଭ୍‌) ଓ ଏହାର ସଂଲଗ୍ନ ଖଟୁଆହତା (୧୧ ପଜିଟିଭ୍‌), ଓଡ଼ାପଡ଼ା ବ୍ଲକ୍‌ ଘଟିପିଟି ପଞ୍ଚାୟତ ଅଧୀନ ଘଟିପିରି (୧୫ ପଜିଟିଭ୍‌), ଓସ୍ତପାଳ (୧୧ ପଜିଟିଭ୍‌) ଓ ବୃନ୍ଦାବନପୁର (୧୦ ପଜିଟଭ୍‌), ଭୁବନ ବ୍ଲକ୍‌ ଅନ୍ତର୍ଗତ ଧଳପଡ଼ା (୩୪ ପଜିଟିଭ୍‌) ଓ ମୁରୁଗା (୧୪ ପଜିଟିଭ୍‌) ଏବଂ ଢେଙ୍କାନାଳ ପୌରାଞ୍ଚଳ ୭ ନଂ. ୱାର୍ଡ ଅନ୍ତର୍ଗତ ଦେଉଳସାହି (୧୭ ପଜିଟିଭ୍‌) ପ୍ରଭୃତି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଛି । ଏହି ସମସ୍ତ ଅଞ୍ଚଳରେ ଜାରି ହୋଇଥିବା କଟକଣା ୩୧ ତାରିଖ ସକାଳ ୭ ଘଟିକାଠାରୁ ଆସନ୍ତା ଜୁନ୍‌ ୭ ତାରିଖ ସକାଳ ୭ ଘଟିକା ଯାଏଁ ବଳବତ୍ତର ରହିବ । ଏହିସବୁ ଅଞ୍ଚଳରେ ଲୋକଙ୍କ ଯିବାଆସିବା ଓ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ସଂପୃକ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ରେ କଣ୍ଟାକ୍ଟ ଟ୍ରେସିଂ, ଟ୍ରାକିଂ ସହ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଯୋଗାଣ ଲାଗି ବ୍ଲକ୍‌ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର