PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ବାର୍ଷିକ ୧୮୪ କୋଟି ଟଙ୍କା ରୋଜଗାର କରୁଛନ୍ତି ଏହି ବାଳକ, ୟୁଟ୍ୟୁବରେ ଅଛନ୍ତି ୨ କୋଟି ସବସ୍କ୍ରାଇବର୍

ନୂଆଦିଲ୍ଲୀ, ୧୯|୧୨: ଇଣ୍ଟରନେଟ୍ ଓ ଭଲ ସ୍ମାର୍ଟଫୋନ ପାଇଁ ବିଭିନ୍ନ ଭିଡିଓ ଷ୍ଟ୍ରିମିଂ ସେବା ଟପରେ ରହିଛି। ୟୁଟ୍ୟୁବ, ଫେସବୁକ, ଟିକଟକ୍, ସେୟା ଚାଟ୍ ଓ ହାଲୋ ଆଦି ପ୍ଲାଟଫର୍ମରେ ଆପଣଙ୍କୁ ଅନେକ ଭିଡିଓ ମିଳିବ। ଏହି ଭିଡିଓରୁ ଲୋକମାନେ ଅନେକ ରୋଜଗାର ମଧ୍ୟ କରୁଛନ୍ତି।

ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଜଣେ ୮ ବର୍ଷର ବାଳକ ୨୦୧୯ରେ ୟୁଟ୍ୟୁବରୁ ସବୁଠାରୁ ଅଧିକ ଅର୍ଥ ଉପାର୍ଜନ କରିଛି। ୮ ବର୍ଷର ଏହି ବାଳକ ଗତ ୧୧ମାସରେ ୟୁଟ୍ୟୁବରୁ ୨୬ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୮୪.୪ କୋଟି ଟଙ୍କା ରୋଜଗାର କରିଛି। ଆସନ୍ତୁ ଜାଣିବା ଏହି ବାଳକ ବିଷୟରେ।

ଏହି କୋଟିପତି ବାଳକ ହେଉଛନ୍ତି ରିୟାନ କାଜୀ। ତାଙ୍କ ଅସଲି ନାମ ହେଉଛି ରିଆନ ଗୁଆନ। ରିୟାନ ୨୦୧୮ରେ ନିଜ ୟୁଟ୍ୟୁବ ଚ୍ୟାନେଲରୁ ୧୫୬ କୋଟି ଟଙ୍କା ରୋଜଗାର କରିଥିଲେ। ସେ ଫୋର୍ବସ୍ ତାଲିକାରେ ମଧ୍ୟ ସ୍ଥାନ ପାଇଛନ୍ତି। ତାଙ୍କ ଚ୍ୟାନେଲର ନାମ ହେଉଛି ରିୟାନ ଟଏ ରିଭ୍ୟୁ। ଏଥିରେ ସେ ଛୋଟ ପିଲାଙ୍କ ବିଭିନ୍ନ ଖେଳଣା ବାବଦରେ ବୁଝାଇଥାନ୍ତି। ଏଥିରେ ସେ ଖେଳିଥାନ୍ତି ମଧ୍ୟ। ଯାହାକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ତାଙ୍କ ଚ୍ୟାନେଲକୁ ୩୫ କୋଟି ଲୋକ ଦେଖି ସାରିଛନ୍ତି।