ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ଆସିଲା ୮୦ ସଂକ୍ରମିତଙ୍କ ତଥ୍ୟ: କରୋନା ମ୍ୟାପ୍‌ରେ ନବରଙ୍ଗପୁର ଓ ଗଜପତି ଜିଲ୍ଲା ସାମିଲ୍

ଭୁବନେଶ୍ବର ୨୩/୫: ଓଡିଶାରେ ଉଦ୍‌ବେଗଜନକ ହାରରେ ବଢ଼ିବାରେ ଲାଗିଛି କରୋନା। ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୮୦ଜଣ ପଜିଟିଭ ଚିହ୍ନଟ୍ ହୋଇଛନ୍ତି। ଆଜି ଗୋଟିଏ ଦିନରେ ଦୁଇଟି ନୂଆ ଜିଲ୍ଲାରେ ପଞ୍ଝା ମାରି ଚାଲିଛି କରୋନା। ଆଜି ନବରଙ୍ଗପୁର ଓ ଗଜପତି ଜିଲ୍ଲାରେ ନୂଆ କରି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ୨୬ ଜିଲ୍ଲାରେ କରୋନା ଛୁଇଁଛି। ରାଜ୍ୟ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୬୯କୁ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ୮୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨ଜଣ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ୍ ହୋଇଛନ୍ତି। ବାକି ୭ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାପଡିଛି।

ଆଜି ଚିହ୍ନଟ୍ ହୋଇଥିବା ୮୦ଜଣ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀ ଜିଲ୍ଲାରୁ ୧୭ ଓ ଯାଜପୁର ୧୪, ସୁନ୍ଦରଗଡ଼, ନୟାଗଡ଼ ଓ ମାଲକାନଗିରି ଜିଲ୍ଲାରୁ ୫ଜଣ ଲୋଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଜପତି ଜିଲ୍ଲାରୁ ୪ଜଣ ଆକ୍ରାନ୍ତ ଚିହ୍ନଟ୍ ହୋଇଛନ୍ତି। ବାଲେଶ୍ବର ଏବଂ ଝାରସୁଗୁଡ଼ା ଜିଲ୍ଲାରୁ ୩ଜଣ ଲୋଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କନ୍ଦମାଳ ଜିଲ୍ଲାରୁ ୨ଜଣ ସଂକ୍ରମିତ ହୋଇଛନ୍ତି। ଆଜି କରୋନା ମ୍ୟାପରେ ନୂଆଜିଲ୍ଲା ଭାବରେ ନବରଙ୍ଗପୁର ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ। କଟକ ଓ ବଲାଙ୍ଗୀର ଜିଲ୍ଲାରୁ ବି ଜଣେ ଲୋଖାଏଁ ଆକ୍ରାନ୍ତ ଚିହ୍ନଟ୍ ହୋଇଥିବା ସୂଚନା ଦିଆଯାଇଛି।

ନୂଆ କରି ଗଜପତି ଜିଲ୍ଲାରେ ଚିହ୍ନଟ ୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଅନ୍ୟ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ କାହାର ସଂସ୍ପର୍ଶ ଆସିଛନ୍ତି ତାହାର କଣ୍ଟ୍ରାକ୍ ଟ୍ରେସିଂ ଚାଲିଛି।

ସେହିପରି ପୁରୀ ଜିଲ୍ଲାରୁ ଆଜି ୧୭ ଆକ୍ରାନ୍ତ ଚିହ୍ନଟ୍ ହୋଇଛନ୍ତି। ତେବେ ୧୧ ଜଣ ଗୁଜରାଟରୁ ଫେରିଥିବା ବେଳେ ୪ଜଣ ପଶ୍ଚମବଙ୍କ ଫେରନ୍ତା ଓ ଆନ୍ଧ୍ର ପ୍ରଦେଶ ଓ ତାମିଲନାଡ଼ୁର ଜଣେ ଲୋଖାଏଁ ଆକ୍ରାନ୍ତ ଫେରିବା ପରେ କ୍ବାରେଣ୍ଟାଇନ୍ ସେଣ୍ଟରେ ରହିଥିବା ସୂଚନା ମିଳିଛି।

wp:html /wp:html

ସେହିପରି ନୟାଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫ ସଂକ୍ରମିତଙ୍କ ମଧ୍ୟରୁ ଦୁଇ ଜଣ ସୁରଟ, ଦୁଇ ଜଣ ତେଲେଙ୍ଗାନା ଏବଂ ଜଣେ ପଶ୍ଚିମବଙ୍ଗରୁ ଫେରିଥିଲେ । ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଗୁଜୁରାଟରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ବାଲେଶ୍ବର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଜଣ ସଂକ୍ରମିତ ସୁରଟରୁ ଫେରିଥିବା ବେଳେ ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।

{"id":123972,"sizeSlug":"large"}

ସେହିପରି ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ଜଣ ସୁରଟ ​‌ଫେରିଥିବା ବେଳେ ମହାରାଷ୍ଟ୍ରରୁ ଜଣେ ଫେରିଛନ୍ତି ଏବଂ ଅନ୍ୟ ୩ଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାପଡିଛି। ଏଥି ମଧ୍ୟରୁ ୧୬ କ୍ବାରେଣ୍ଟାଇନ୍ ସେଣ୍ଟରେ ରଖାଯାଇଥିବା ସୂଚନା ଦିଆଯାଇଛି। ଏଥି ସହିତ ଯାଜପୁର ଜିଲ୍ଲାରୁ ଆଜି ୧୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୮ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ୫ଜଣ ଆନ୍ଧ୍ରପ୍ରଦେଶ, ଜଣେ ଗୁଜରାଟରୁ ଫେରିବା ପରେ କ୍ବାରେଣ୍ଟାଇନ୍ ସେଣ୍ଟରର ରହିଛନ୍ତି। ସେହିପରି ସୁନ୍ଦଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବର ୫ଜଣ ଆକ୍ରାନ୍ତ ସୁରଟ ଫେରିଥିବା ବେଳେ ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି।

wp:html /wp:html

ସେହିପରି କନ୍ଧମାଳ ଜିଲ୍ଲାରୁ ଆଜି ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟାଇନ ସେଣ୍ଟରେ ଥିବା ବେଳେ ତେଲେଙ୍ଗାନା ଫେରନ୍ତା ହୋଇଥିବା ସୂଚନା ଦିଆଯାଇଛି।

ଝାରସୁଗୁଡ଼ା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଉତ୍ତରପ୍ରଦେଶ ଓ ଜଣେ ଆକ୍ରାନ୍ତ ମହାରାଷ୍ଟ୍ର ଫେରିଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳ ସଂକ୍ରମିତଙ୍କ କଣ୍ଟ୍ରାକରେ ଆସିବା ପରେ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ଆକ୍ରାନ୍ତ ହୋମ୍ କ୍ବାରେଣ୍ଟାଇନରେ ରହିଥିବା ସୂଚନା ଦିଆଯାଇଛି।

wp:html /wp:html

ସେହିପରି ମାଲକାନଗିରି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫ଜଣ ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ତାମିଲନାଡ଼ୁରୁ ଫେରିଥିବା ବେଳେ ଜଣେ ଆକ୍ରାନ୍ତ ତେଲେଙ୍ଗାନା ଫେରିଛନ୍ତି। ଏବଂ ଜଣେ ସ୍ଥାନୀୟ ବାସିନ୍ଦା କରୋନାରେ ସଂକ୍ରମିତ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ କ୍ବାରେଣ୍ଟାଇନ୍ ସେଣ୍ଟରେ ରଖାଯାଇଛି। ଆଜି ନୂଆ କରି ନବରଙ୍ଗପୁର ଜିଲ୍ଲାର ଜଣେ ଆକ୍ରାନ୍ତ ଚିହ୍ନଟ୍ ହୋଇଛନ୍ତି। ତାଙ୍କର ଆନ୍ଧ୍ରପ୍ରଦେଶ ଲିଙ୍କ ରହିଛି। ସେହିପରି ବଲାଙ୍ଗିରୀ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ତେଲେଙ୍ଗାନାରୁ ଫେରିବା ପରେ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.