PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଗୁପ୍ତ ଢ଼ଙ୍ଗରେ ରାଜ୍ୟ ବାହାରକୁ କରାଯାଉଥିଲା ଚାଲାଣ : କାର୍ ସହ ୮୦କେଜି ଗଞ୍ଜେଇ ଜବତ, ୨ ଅଟକ

ଲମତାପୁଟ ୧୮।୧୨: କୋରାପୁଟ ଜିଲ୍ଲା  ଲମତାପୁଟ ନିକଟ କଡ୍ରି ଗାଁ ନିକଟରୁ ୮୦କେଜି ଗଞ୍ଜେଇ ସହ ଏକ ମହିନ୍ଦ୍ରା କାର ଜବତ ହୋଇଛି। ଗଞ୍ଜେଇ ଓ କାର ସହ ୨ଜଣଙ୍କୁ ଅଟକ ରଖିଛି ପୋଲିସ । ରାତି ସମୟରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଜବତ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ କଡ୍ରି ଗାଁ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ମହିନ୍ଦ୍ରା କାରକୁ ଅଟକାଇଥିଲେ । କାର୍ ଚେକ୍ କରିବା ସମୟରେ ୮୦କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ । 

ପୋଲିସ ଗାଡି ଯାଞ୍ଚ କରିବାରୁ ଦୁଇ ଅଭିଯୁକ୍ତ ଗାଡିରେ କିଛି ନାହିଁ ବୋଲି କହିବା ସହ ଅଯଥା ସମୟ ନଷ୍ଟ କରି ଗାଡିକୁ କଣ ପାଇଁ ଅଟକାଇ ଥିବା କହିଥିଲେ । କିନ୍ତୁ ଗାଡିରେ ଅନ୍ୟ ନମ୍ବର ପ୍ଳେଟ ଦେଖି ସନ୍ଦେହ କରି ଗାଡିକୁ ଯାଞ୍ଚ କରିଥିଲା ପୋଲିସ । 

ତେବେ ଗାଡିରେ ଗୁପ୍ତ ଢ଼ଙ୍ଗରେ ଗଞ୍ଜେଇ ରଖାଯାଇଥିଲା ଜାଣିବାକୁ ପାଇଥିଲା ପୋଲିସ । ଗାଡିର ଡୋର ଇଣ୍ଡିକେଟର ଲାଇଟ ଏବଂ ଗାଡିର ପଛପଟ ବମ୍ଫର ଗୁଡିକରେ ଗଞ୍ଜେଇ ଲୁଚେଇ ରଖାଯାଇଥିଲା । ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶରୁ  ଜଗଦଲପୁରକୁ ଚୋରା ଚାଲାଣ କରାଯାଉଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪  ଲକ୍ଷ ଟଙ୍କା ହେବା ବୋଲି ସନ୍ଦେହ କରୁଛି ପୋଲିସ ।