୮୪ ବର୍ଷର ଶ୍ୟାମ ବାବୁ ଲଢିସାରିଲେଣି ୩୨ ଥର ନିର୍ବାଚନ, ନିଜ ଦଳ ପାଇଁ ସେ ଓ୍ବାନ୍ ମ୍ୟାନ୍ ଆର୍ମି, ଜାଣନ୍ତୁ ତାଙ୍କ ବିଷୟରେ…

ଭୁବନେଶ୍ବର,୭।୪: ହାତରେ ବ୍ୟାଟ୍, ଆଖିରେ ଚଷମା ଓ କୋଟ୍ ପିନ୍ଧିକି ବସିଛନ୍ତି ୮୪ ବର୍ଷୀୟ ଶ୍ୟାମ୍ ବାବୁ ସୁବୁଦ୍ଧି। ୧୯୬୨ ଲୋକସଭା, ବିଧାନସଭା ଓ ରାଜ୍ୟସଭା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବରେ ସେ ଲଗାତାର ଭାବରେ ନିର୍ବାଚନ ଲଢି ଆସୁଛନ୍ତି। ତାଙ୍କର ଏହି ଲଢେଇ ଦୁର୍ନୀତି ବିରୋଧରେ ରହିଛି। ତେଣୁ ଗତ କିଛି ଦଶକ ଧରି ନିର୍ବାଚନ ସେ ଲଢିଆସୁଛନ୍ତି। ଯଦିଓ ସେ ୩୨ ଥର ନିର୍ବାଚନ ଲଢିସାରିଛନ୍ତି କିନ୍ତୁ ଗୋଟେ ଥର ମଧ୍ୟ ଜିତିପାରି ନାହାଁନ୍ତି। କିନ୍ତୁ ସେ ଦୁର୍ନୀତି ବିରୋଧରେ ନିଜର ଲଢେଇ ଜାରି ରଖିଛନ୍ତି। ଏଥର ଶ୍ୟାମବାବୁ ଆସ୍କା ଓ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚନ ଲଢି ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି।
84-yr old Dr Shyam Babu Subudhi who has contested Lok Sabha,Assembly &Rajya Sabha polls as an independent since 1962&faced loss each time says,”I fought elections 32 times. I’ve to continue the fight against corruption. My election symbol is a bat&has’PM candidate’ written on it” pic.twitter.com/95G4wemg5e
— ANI (@ANI) April 7, 2019
ଶ୍ୟାମ ବାବୁ ନିଜର ନିର୍ବାଚନୀ ପ୍ରଚାର ଏକା ଏକା କରିଥାନ୍ତି। ସେ ଟ୍ରେନ୍, ବସ୍ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଯାଇ ଲୋକଙ୍କୁ ଭୋଟ ଦେବା କହିଥାନ୍ତି। ବ୍ୟାଟରେ ଲେଖା ହୋଇଥିବା ’ପ୍ରାଇମ ମିନିଷ୍ଟର କ୍ୟାଣ୍ଡିଡେଟ୍’କୁ ଶ୍ୟାମ ବାବୁ ନିଜର ନିର୍ବାଚନୀ ଚିହ୍ନ କରିଛନ୍ତି। ତାଙ୍କର କହିବା ଅନୁସାରେ ଜିତିବା କିମ୍ବା ହାରିବାରେ ତାଙ୍କୁ କିଛି ଫରକ ପଡେ ନାହିଁ, କିନ୍ତୁ ଦୁର୍ନୀତି ବିରୋଧରେ ତାଙ୍କର ଲଢେଇ ଜାରି ରହିବ।