PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ପିପିଲି ଉପନିର୍ବାଚନ ନେଇ ସ୍ଥଗିତାଦେଶ ଜାରି କଲେ ପୁରୀ ଏଡିଏମ
  • ||
  • କଟକ: ମାତା ମଠ ନିକଟରେ ସିଲଭରସିଟି ବୋଟିଂ କ୍ଲବର ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ: କାର୍ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ
  • ||
  • ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ବାତିଲ, ଦ୍ବାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ
  • ||
  • କର୍ଲାମୁଣ୍ଡା : କରୋନାରେ ଚାଲିଗଲା ଯୁବ ଶିକ୍ଷକଙ୍କ ଜୀବନ
  • ||
  • ତେଲକୋଇ: ଶାବକ ବାରହା ଢ଼ୁଡ ପୁଣି ନିଖୋଜ, ଗତ କିଛି ଦିନ ତଳେ ମାଆ କୁନ୍ତଳାଙ୍କ କୋଳକୁ ଫେରିଥିଲା
  • ||
  • ସମ୍ବଲପୁର: ଭିମସାରରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ସ୍ବାସ୍ଥ୍ୟ ସଚିବ ପ୍ରମୁଖଙ୍କ କୋଭିଡ ମୁକାବିଲା ସମୀକ୍ଷା, ବୁର୍ଲାରେ ମୋଟ୍ ୫୨୫ ଶଯ୍ୟା କୋଭିଡ ହସପିଟାଲ ହେବ ବୋଲି ଶ୍ରୀ ମହାପାତ୍ରଙ୍କ ସୂଚନା
  • ||
  • ନିଆଳି: ବାଲିକୁଦା ଜଙ୍ଗଲରୁ ମୃତଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ, ୩ଦିନ ଧରି ଏହି ଯୁବକ ନିଖୋଜ ଥିଲେ
  • ||
  • ମେଲଚ୍ଛାମୁଣ୍ଡା : ହାତୀ ଆକ୍ରମଣରେ ଜଣେ ମୃତ
  • ||
  • ବୌଦ୍ଧ: ବୌଦ୍ଧ ଆଇ.ଟି.ଆଇ. ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ଘେରିଲେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ
  • ||
  • ସାଲେପୁର: ବିଦ୍ୟୁତଘାତରେ କେବୁଲ ଅପେରେଟର ମୃତ୍ୟୁ। ବିଦ୍ୟୁତ ଖୁଣ୍ଟରେ ଚଢ଼ି କେବୁଲ କାର୍ଯ୍ୟ କରୁଥିବା ବେଳେ ଅଘଟଣ
  • ||
  • ଭୁବନେଶ୍ଵର: ରମ୍‌ଜାନ୍ ଓ ପଣା ସଂକ୍ରାନ୍ତି ଉପରେ ବିଏମ୍‌ସିର କଟକଣା, ଖୁବଶୀଘ୍ର ଆସିବ ଏସ୍‌ଓପି
  • ||
  • ଜଳେଶ୍ୱର: ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ
  • ||
  • ନୟାଗଡ଼: କଟକ ଅବକାରୀ ଗୋଇନ୍ଦା ବିଭାଗ ଦ୍ବାରା ୨କିଲୋ ୩୦୦ଗ୍ରାମ ଅଫିମ ଜବତ, ଜଣେ ଗିରଫ
  • ||
  • ପୁରୀ: ଶ୍ରୀମନ୍ଦିର ସହ ଜଡ଼ିତ ୨୩ଜଣ କରୋନା ପଜିଟିଭ୍ ଚିହ୍ନଟ : ସେବାୟତଙ୍କ ସମେତ ଏକାଧିକ କର୍ମଚାରୀ ସଂକ୍ରମିତ
  • ||
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||

ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ ଜଣ କରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୦୪ ଜଣ ବୃଦ୍ଧି

ଭୁବନେଶ୍ୱର, ୨୭/ ୦୨ : ରାଜ୍ୟ ପୁଣି କରୋନା ମହାମାରୀ ନୂଆ ଷ୍ଟ୍ରେନ୍ ଚିନ୍ତା ବଢ଼ାଇଛି।  ଯାହାର ଫଳ ସ୍ୱରୂପ ଏବେ ସଂକ୍ରମଣ ସାମାନ୍ୟ ବଢ଼ିଛି। ସଂକ୍ରମିତ କରୋନାର ଏଭଳି ରୂପ ଦେଖି ପୁଣି ଥରେ କଟକଣା ଫେରିଛି। ୨୪ ଘଣ୍ଟା ରାଜ୍ୟରେ ୨୧ଟି ଜିଲ୍ଲାରୁ ୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩୫ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୦୪ଜଣକୁ ବଢ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

୨୪ ଘଣ୍ଟା ମଧ୍ୟରେ ୨୧ଟି ଜିଲ୍ଲାରୁ ୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୧୦ ଜଣ, ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ୯ ଜଣ ଲେଖାଏଁ, ବାଲେଶ୍ବରରୁ ୭ ଜଣ, ବଲାଙ୍ଗୀରରୁ ୬ ଜଣ, କଟକ ଓ ମୟୂରଭଞ୍ଜରୁ ୫ ଜଣ ଲେଖାଏଁ, ବରଗଡ଼, ଯାଜପୁର, ଝାରସୁଗୁଡା ଓ ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ, ଅନୁଗୁଳ, କେନ୍ଦ୍ରାପଡ଼ା ଓ ନବରଙ୍ଗପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ଦେବଗଡ଼ରୁ ୨ ଜଣ, ଗଜପତି, କଳାହାଣ୍ଡି, ନୟାଗଡ଼, ନୂଆପଡ଼ା ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୩୭ ହଜାର ୧୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୬୭୩ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୩୪ ହଜାର ୪୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୮୩ ଲକ୍ଷ ୦୦ ହଜାର ୪୪୯ ସାମ୍ପୁଲ ଟେଷ୍ଟ୍ ହୋଇଛି।