PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଓଡ଼ିଶାରେ କରୋନା ସ୍ଥିତି ଏବେ ତଳମୁହାଁ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮ ହଜାର ୮୩୯ ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୦ ହଜାର ପାର୍

ଭୁବନେଶ୍ୱର, ୦୩/୦୬ : ରାଜ୍ୟରେ କରୋନା ଟ୍ରେଣ୍ଡ ଧୀରେ ଧୀରେ କମୁଛି। ଘାତକ କରୋନାର ଏ ରୂପ ଦେଖି ସବୁଠି ଛନକା ପଶିଲାଣି । ହେଲେ ସଂକ୍ରମଣ ସ୍ଥିର ହୋଇଯିବା କିଛି ମାତ୍ରାରେ ଆଶ୍ୱାସନା ଦେଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ହଜାର ୮୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ପଜିଟିଭ ଆକ୍ରାନ୍ତ ୪୯୪୮ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୮୯୧ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୦ ହଜାର ୯୭୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୨୩୫ ଜଣ, କଟକରୁ ୭୬୯ ଜଣ, ମୟୂରଭଞ୍ଜରୁ ୫୮୩ ଜଣ, ଢ଼େଙ୍କାନାଳରୁ ୫୧୦ ଜଣ,ଯାଜପୁରରୁ ୪୯୩ ଜଣ, ପୁରୀରୁ ୪୩୮ ଜଣ,ଭଦ୍ରକରୁ ୪୧୯ ଜଣ, ଅନୁଗୁଳରୁ ୪୧୪ ଜଣ, ବାଲେଶ୍ବରରୁ ୩୯୫ ଜଣ, ସୁନ୍ଦରଗଡ଼ରୁ ୩୩୮ ଜଣ, ଜଗତସିଂହପୁରରୁ ୩୧୭ ଜଣ, କେନ୍ଦ୍ରପଡ଼ାରୁ ୩୦୨ ଜଣ,ନୟାଗଡ଼ରୁ ୨୪୬ ଜଣ,ରାୟଗଡ଼ାରୁ ୨୧୬ ଜଣ, ଗଞ୍ଜାମରୁ ୧୯୬ ଜଣ, ସମ୍ବଲପରରୁ ୧୯୪ ଜଣ, ବରଗଡ଼ରୁ ୧୯୩ ଜଣ, କେନ୍ଦୁଝରରୁ ୧୮୮ ଜଣ, ବୌଦ୍ଧରୁ ୧୭୯ ଜଣ,କଳାହାଣ୍ଡିରୁ ୧୪୫ ଜଣ,ନବରଙ୍ଗପୁରରୁ ୧୨୯ ଜଣ, ଝାରସୁଗୁଡ଼ାରୁ ୧୨୧ ଜଣ,ସୋନପୁରରୁ ୧୧୮ ଜଣ, କୋରାପୁଟରୁ ୯୯ ଜଣ, ବଲାଙ୍ଗୀରୁ ୮୯ ଜଣ,ମାଲକାନଗିରିରୁ ୮୫ ଜଣ, ଦେବଗଡ଼ରୁ ୮୪ ଜଣ,କନ୍ଧମାଳରୁ ୫୮ ଜଣ, ଗଜପତିରୁ ୫୨ ଜଣ,ନୂଆପଡ଼ାରୁ ୩୪ ଜଣଏବଂ ଷ୍ଟେଟ୍ ପୋଲ୍‌ରୁ ୨୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭ ଲକ୍ଷ ୯୦ ହଜାର ୯୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୮୫ ହଜାର ୪୨୩ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭ ଲକ୍ଷ ୦୨ ହଜାର ୬୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୮୩୧ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୧୯୭୨୨୨୬ସାମ୍ପୁଲ ଟେଷ୍ଟ୍ ହୋଇଛି।