ବାପା ଶଯ୍ୟାଶାୟୀ, ମାନସିକ ବିକାରଗ୍ରସ୍ତ ମା’: ୮ବର୍ଷର କଅଁଳ ଶିଶୁକନ୍ୟାର କାନ୍ଧରେ ୫ ପ୍ରାଣୀ କୁଟୁମ୍ବର ବୋଝ

ବୌଦ୍ଧ ୧୭/୦୯: ବାପା ଦୁର୍ଘଟଣାରେ ଗୁରୁତର ହୋଇ ଶଯ୍ୟଶାୟୀ ଅବସ୍ଥାରେ ଏବଂ ମୋ ମାନସିକ ବିକାରଗ୍ରସ୍ତ। ଏଭଳି ସ୍ଥିତିରେ ପରିବାରର ସବୁତକ ବୋଝ ଘରର ବଡ଼ ଝିଅ ଉପରେ। ଆଉ ବଡ଼ ଝିଅର ବୟସ ହେଲା ମାତ୍ର ୮ ବର୍ଷ। ଏବେ ଖେଳକୁଦ କରି ଦୁନିଆଁକୁ ଚିହ୍ନି ଶିଖିବା ବୟସରେ ୫ ପ୍ରାଣୀ କୁଟୁମ୍ବର ବୋଝ କଅଁଳ ଶିଶୁକନ୍ୟା କାନ୍ଧକୁ ଚାଲିଆସିଛି। ୮ବର୍ଷର ଏକ କଅଁଳ ଶିଶୁ ଏପଟେ ପରିବାର ପେଟକୁ ଦାନା ଯୋଗାଡ଼ କରିବ ନା ମା’-ବାପଙ୍କ ସେବା ସୁଶ୍ରୁଷା ନା ସେମାନଙ୍କ ଚିକିତ୍ସା ଲାଗି ଅର୍ଥ ଯୋଗାଡ଼ କରିବା ଯାହା ଯେମିତି ଯୋଗାଡ଼ କରି ଲୋକଙ୍କ ସହାୟତାରେ ପେଟକୁ ଦାନା ଯୋଗାଡ଼ ହୋଇଯାଉଛି। କେବେ ମିଳୁଛି ତ କେବେ ମିଳିବା କଷ୍ଟକର ହୋଇପଡୁଛି। ଗରିବ ପରିବାର ଉପରେ ଦୁର୍ଭାଗ୍ୟ ତାଡ଼ନାର ଏଭଳି ଏକ କରୁଣ ଚିତ୍ର ରାଧାନଗର ପଞ୍ଚାୟତ ସଦର ମହକୁମର ରାଧାନଗର ଗାଁରେ।

ରାଧାନରଗର ଗାଁରେ ବାସ କରନ୍ତି ଅରକ୍ଷିତ କାରିଗରଙ୍କ ପାଞ୍ଚପ୍ରାଣୀ କୁଟୁମ୍ବ। ୩ ଜଣ ଛୋଟ ଛୁଆ ଓ ମାନସିକ ଭିନ୍ନକ୍ଷମ ପତ୍ନୀଙ୍କୁ ନେଇ ପରିବାର।ରାଡ଼ାନଗର ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଗୋଟିଏ ପରିତ୍ୟକ୍ତ ଘରେ ରୁହନ୍ତି ପରିବାର। ମୁଲ ଲାଗି ପରିବାର ଚଳାଇ ନେଉଥିଲେ ଅରକ୍ଷିତ। ମାସେତଳେ ମଧୁପୁର ଛକ ନିକଟରେ ଏକ ଦୁର୍ଘଟଣାରେ ଗୁରୁତର ହେବା ପରେ ଏବେ ଶଯ୍ୟଶାୟୀ। ପିତାମାତାଙ୍କ ଏଭଳି ଅବସ୍ଥା ପରେ ଶଯ୍ୟାଶାୟୀ ବାପା ଓ ମାନସିକ ରୋଗୀ ମାଆର ସେବା ସହ ଛୋଟ ଛୋଟ ଦୁଇ ଭାଇ ଭଉଣୀଙ୍କ ବୋଝ ଉଠାଉଛି କୁନି ଝିଆ। କୌଣସି ସରକାରୀ ଯୋଜନାରେ ଏହି ପରିବାର ସାମିଲ ହୋଇ ପାରି ନଥିବାରୁ ୫ କୋଜି ଚାଉଳ ବି ମିଳୁନାହିଁ। ଆଠବର୍ଷର ଶିଶୁ ଟିଏ କେମିତି ଓ କେତେଦିନ ଏଭଳି ପରିସ୍ଥିତିରେ ପରିବାର ପ୍ରତିପୋଷଣ କରିବ ତାହା ଭଗବାନ ଉପରେ ଭରସା।ଉକ୍ତ ପରିବାର ସମ୍ପର୍କରେ ପ୍ରଶାସନ ପଦକ୍ଷେପ ନେଇ ତୁରନ୍ତ ସରକାରୀ ସହାୟତା ଯୋଗଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

   ସମ୍ବନ୍ଧିତ ଖବର


ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୨ ପୋଲିସ କର୍ମଚାରୀ ମୃତ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ଜମ୍ମୁ କଶ୍ମୀର ପୁଲଓ୍ବାମାରେ ଏନକାଉଣ୍ଟର, ଟଳିଲେ ଦୁଇ ଆତଙ୍କବାଦୀ …

ଭାସିଗଲେ ମଇଁଷି…

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା, ପାର୍ବଣ ସମୟରେ କରୋନା କଟକଣା ମାନିବା ପାଇଁ ଦେଲେ ପରାମର୍ଶ