କୂଅ ଭିତରୁ ମିଳିଲା ୯ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଘନେଇଲା ସନ୍ଦେହ

ହାଇଦ୍ରାବାଦ,୨୩।୫: ତେଲେଙ୍ଗାନାରେ ଲୋମହର୍ଷଣକାରୀ  ଘଟଣା। ଗୋଟିଏ କୂଅ ଭିତରୁ ମିଳିଲା ୯ଟି ମୃତଦେହ। ​ଏବେ ପୋଲିସ ମଧ୍ୟ ଚିନ୍ତାରେ ପଡଯାଇଛି ଏହା ଆତ୍ମହତ୍ୟା ନା ସାମୁହିକ ହତ୍ୟାକାଣ୍ଡ। ତେଲେଙ୍ଗାନା ପୋଲିସର ସୂଚନା ଅନୁସାରେ, ଓ୍ବାରଙ୍ଗଲ  ଜିଲ୍ଲାର ଏକ ଗାଁରେ ଥିବା କୂଅ ଭିତରୁ ମୃତଦେହ ମିଳିଥିଲା। ମୃତକଙ୍କ ଭିତରେ ୬ ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ବାକି ୩ଟି ମୃତଦେହରୁ ୨ଟି ବିହହାର ଓ ଗୋଟିଏ ତ୍ରିପୁରାର ବୋଲି ଜଣାପଡିଛି।

ପୋଲିସ ପ୍ରଥମେ ଗୁରୁବାର କୂଅ ଭିତରୁ ୪ଟି ମୃତଦେହ ଉଦ୍ଧାର କରିବା ପରେ ଶୁକ୍ରବାର  ଆହୁରି ୫ଟି ମୃତଦେହ ସେଠାରୁ ଉଦ୍ଧାର କରିଥିଲା।  ମୃତଦେହ ଗୁଡିକରେ କୌଣସି ପ୍ରକାର କ୍ଷତ ଚିହ୍ନ ନାହିଁ। ଓ୍ବାରଙ୍ଗଲ ପୋଲିସ ମୁଖ୍ୟ ଭି.ରବିନ୍ଦର କହିଛନ୍ତି ଯେ, ସନ୍ଦିଗ୍ଧଙ୍କ ମୃତ୍ୟୁ ମାମଲା ରୁଜୁ  କରାଯାଇଛି ଓ ତଦନ୍ତକାରୀ ଦଳ ଏହି ଜାଣିବାକୁ ଚେଷ୍ଟା କରୁଛନ୍ତି ତାହା ଆତ୍ମହତ୍ୟା ନା ହତ୍ୟା।

କୁହାଯାଉଛି ଯେ, ମୃତକଙ୍କ ଭିତରୁ ୭ ଜଣ ଏକ ଅଖା ସିଲେଇ ୟୁନିଟରେ କାମ କରୁଥିଲେ। ସମସ୍ତେ ଜଣେ ଶ୍ରମିକଙ୍କ ଝିଅର ତୃତୀୟ ଜନ୍ମଦିନରେ ଖାଇବାକୁ ଆସିଥିଲେ, ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ଏବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହୋଇଯିବ ବୋଲି ପୋଲିସ କହିଛି।

   ସମ୍ବନ୍ଧିତ ଖବର


ହ୍ୱାଟ୍ସଆପରେ ଏକାଠି ୫୦ ଲୋକଙ୍କୁ କରିପାରିବେ ଭିଡିଓ କଲ୍, ଜାଣନ୍ତୁ ସହଜ ଉପାୟ

ଏହି ଦେଶର ପ୍ରଧାନମନ୍ତ୍ରୀ ଓ ସମ୍ପୂର୍ଣ୍ଣ ପରିବାର ସଦସ୍ୟ କରୋନା ପଜିଟିଭ

ସେକ୍ସ ୱାର୍କରଙ୍କୁ ମିଳିଲା ସୁଯୋଗ …କିନ୍ତୁ ସାମାଜିକ ଦୂରତା ଅନିବାର୍ଯ୍ୟ ..ଜାଣନ୍ତୁ କଣ ରହିଛି ଗାଇଡ୍‌ ଲାଇନ୍

ବାଇକ୍ ସାନିଟାଇଜ୍ କରୁଥିଲେ କର୍ମଚାରୀ, ହଠାତ୍ ଲାଗି ନିଆଁ ଲାଗିବା ପରେ ସମ୍ପୂର୍ଣ୍ଣ ଜଳିଗଲା

ଫୋନରୁ ଖୋଜି ଖୋଜି ସବୁ ଚାଇନିଜ୍ ଆପ୍ସକୁ ଡିଲିଟ୍ କରିବ ଏହି ଭାରତୀୟ ଆପ୍: ଖାଲି ଥରେ ଡାଉନଲୋଡ୍ କରନ୍ତୁ ବାସ୍, ସେତିକି…

କଷ୍ଟମର କେୟାର କହି ଆକାଉଣ୍ଟରୁ ଉଡାଇନେଲେ ୯ ଲକ୍ଷ ଟଙ୍କା,ସିମ୍ ସ୍ବାପିଂ ଠକେଇ