ରେସ୍ତୋରାଁ ଏସିରୁ ବ୍ୟାପିଲା କରୋନା,୯ଜଣ ହେଲେ ସଂକ୍ରମିତ

ବେଜିଂ ୨୩/୪: ଚୀନ୍‌ରେ ଏକ ରେସ୍ତୋରାଁରେ ଲାଗିଥିବା ଏସି ଯୋଗୁ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଠାରୁ ଆଉ ୯ ଜଣ ଲୋକଙ୍କ ପାଖକୁ ଭାଇରସ ଡେଇଁଥିବା ଘଟଣା ସାମ୍ନାକୁ ଆସିଛି । ଚୀନ୍‌ର ଗୁଆଙ୍ଗଝୋଉ ସହରରେ ଜାନୁଆରୀ ମାସରେ ଏହି ଘଟଣା ଘଟିଥିଲା । ସେଠାରେ ଥିବା ଏକ ରେଷ୍ଟୁରାଂଟକୁ ୱୁହାନ ସହରରୁ ଫେରିଥିବା ଏକ ପରିବାର ଖାଇବା ପାଇଁ ଯାଇଥିଲେ ।

ସେମାନଙ୍କ ଭିତରୁ ଜଣେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ । ହେଲେ ତାଙ୍କ ଦେହରେ ଭାଇରସ ଜନିତ କିଛି ଲକ୍ଷଣ ନଥିଲା । ଦୁଇ ସପ୍ତାହ ପରେ ସେଇ ବ୍ୟକ୍ତି ଜଣକ ଅସୁସ୍ଥ ହୋଇପଡିଲେ ଏବଂ ସେ କରୋନା ଦ୍ୱାରା ସଂକ୍ରମିତ ହୋଇଥିବାର ଜଣାପଡିଥିଲା । ତାଙ୍କ ସହିତ ତାଙ୍କ ପରିବାରର ବାକି ସଦସ୍ୟ ଏବଂ ସେଦିନ ରେସ୍ତୋରାଁରେ ସେମାନଙ୍କ ଟେବୁଲ ନିକଟରେ ଥିବା ବାକି ଦୁଇଟି ଟେବୁଲରେ ବସି ଖାଇଥିବା କିଛି ଲୋକ ବି କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ ।

ତାଙ୍କ ବ୍ୟତୀତ ଆଉ ୯ ଜଣ ବ୍ୟକ୍ତି ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ଯାଂଚରୁ ଜଣାପଡିଥିଲା କି ରେସ୍ତୋରାଁରେ ସେମାନଙ୍କ ଟେବୁଲ ଠାରୁ ଗୋଟିଏ ମିଟର ଦୂରତାରେ ଆଉ ଦୁଇଟି ଟେବୁଲ ଥିଲା । ତେଣୁ ଏତେ ଦୂରରେ ଥାଇ ବି ସେଇ ଦୁଇଟି ଟେବୁଲରେ ବସିଥିବା ଲୋକ କିପରି ଭାଇରସ ଦ୍ୱାରା ସଂକ୍ରମିତ ହେଲେ ବୋଲି ପ୍ରଶ୍ନ ଉଠିଲା । ଏହା ତ ନିଶ୍ଚିତ ହୋଇଗଲା ଯେ ବାୟୁରେ ମିଶିଥିବା କରୋନା ଭାଇରସ ଯୋଗୁ ସେମାନେ ସଂକ୍ରମିତ ହୋଇଥିଲେ । କିନ୍ତୁ ବାୟୁର କଣିକାରେ ମିଶୁଥିବା ଭାଇରସ ଏତେ ଦୂର ଯାଇପାରିବ ନାହିଁ ଏବଂ ଅଧିକ ସମୟ ତିଷ୍ଠିପାରିବ ନାହିଁ ବୋଲି ସମସ୍ତେ ଜାଣନ୍ତି । ତେଣୁ ମନେ କରାଯାଉଛି କି ସେଠାରେ ଥିବା ଏସି ଯୋଗୁ କରୋନା ଭାଇରସ ସମ୍ମିଶ୍ରିତ ବାୟୁ କଣିକା ଅଧିକ ଦୂର ଯାଏଁ ଯାଇଥିଲା ଏବଂ ଅନ୍ୟ ଦୁଇଟି ଟେବୁଲରେ ବସିଥିବା ଲୋକଙ୍କୁ ସଂକ୍ରମିତ କରିଥିଲା ।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ