ବିମାନ ଉଡ଼ାଣ ଉପରେ ଲାଗିଥିବା ପ୍ରତିବନ୍ଧକ ହଟିଲା

source;zeenews.india.com
ନୂଆଦିଲ୍ଲୀ,୨୭।୨: ଭାରତ ପାକିସ୍ତାନ ଭିତରେ ଲାଗିଥିବା ବିବାଦ ହେତୁ ବୁଧବାର ଶ୍ରୀନଗର, ଜମ୍ମୁ, ଲେହର୍, ପଠାନକୋଟ, ଅମୃତସର, ଗଗଲ, ଡେରାଡୁନ୍, ଚଣ୍ଡିଗଡ଼ ସମେତ କେତେକ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏବେ ସେହି ପ୍ରତିବନ୍ଧକ ହଟାଇ ଦିଆଯାଇଛି। ଉତ୍ତର ଭାରତରେ ଉଡାଣ ଉପରେ ଲାଗିଥିବା ରୋକକୁ ହଟାଇ ବିମାନ ଚଳାଚଳ ସ୍ବଭାବିକ ରହିବ ବୋଲି ଘୋଷଣା ହୋଇଛି। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ବୁଧବାର ପୂର୍ବାହ୍ନରେ ଜମ୍ମୁ, ଶ୍ରୀନଗର, ଅମୃତସର, ଚଣ୍ଡିଗଡ଼ର ସମସ୍ତ ୪ଟି ସେକ୍ଟରକୁ ମୁମ୍ବାଇ ବିମାନ ବନ୍ଦର ସମସ୍ତ ବିମାନ ବାତିଲ କରି ଦେଇଥିଲା। ଫଳରେ କୈାଣସି ବୈବସାୟିକ ବିମାନ ଚଳାଚଳ କରିବ ନାହିଁ ବୋଲି ସୂଚନା ରହିଥିଲା। କେବଳ ଭାରତ ନୁହେଁ, ପାକିସ୍ତାନ, ଲାହୋର, ମୁଲତାନ, ଫୈସଲାବାଦ୍, ସିଆଲକୋଟ୍ ଏବଂ ଇସଲାମବାଦ ବିମାନ ବନ୍ଦରରୁ ହଠାତ୍ ଘରୋଇ ଏବଂ ଅନ୍ତର୍ଜାତିୟ ବିମାନ ଉହାଣ ବନ୍ଦ କରି ଦେଇଥିବା ସୂଚନା ରହିଥିଲା।