କଲୋମ୍ବୋ ସିରିଜ୍ ଆତ୍ମଘାତୀ ବିସ୍ଫୋରଣ: ଜଣେ ମହିଳାଙ୍କ ସମେତ ୯ ଆତଙ୍କବାଦୀଙ୍କ ଥିଲା ହାତ, ଜାଣନ୍ତୁ ପୁରା ଘଟଣା…

କଲୋମ୍ବୋ ୨୪।୪: ଶ୍ରୀଲଙ୍କାର କଲୋମ୍ବୋରେ ଗତ ରବିବାର ଦିନ ଘଟି ଯାଇଥିବା ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ସର୍ବମୋଟ ୯ ଜଣ ଆତଙ୍କବାଦୀ ସାମିଲ ଥିଲେ। ଆଉ ଏହି ୯ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ମହିଳା ଆତଙ୍କବାଦୀ ରହିଥିଲେ। ମାନବ ବୋମା ଭାବେ ଏହି ମହିଳା ଆତଙ୍କବାଦୀ ଜଣକ ଚର୍ଚ୍ଚ ମଧ୍ୟକୁ ପ୍ରବେଶ କରିବା ପରେ ନିଜ ଶରୀରରେ ଖଞ୍ଜିଥିବା ଡିଟୋନେଟରରେ ବିସ୍ଫୋରଣ ଘଟାଇ ଏହି ଆତଙ୍କବାଦୀ ହାମ୍‌ଲା ଘଟାଇଥିଲେ। ଏବେ ଚଚ୍‌ର୍ ବାହାରୁ ଏହି ମହିଳା ଆତଙ୍କବାଦୀଙ୍କ ଚପଲ ମିଳିବା ପରେ ଏହି ଘଟଣା ଜଣାପଡ଼ିଥିବା କହିଥିବା କହିଛନ୍ତି ଶ୍ରୀଲଙ୍କାର ଉପ ପ୍ରତିରକ୍ଷା ମନ୍ତ୍ରୀ ରୁଆନ୍‌ ଓ୍ଵାଜିଓ୍ଵର୍ଦ୍ଧନେ।

ଅନ୍ୟପକ୍ଷରେ ଶ୍ରୀଲଙ୍କାର ପୁଲିସ୍‌ ପ୍ରବକ୍ତା ରୁଓ୍ଵାନ ଗୁଣଶେଖର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ ଏଇ ୯ ଜଣ ଆତଙ୍କବାଦୀ କଲୋମ୍ବୋର ଚାରିଟି ପଞ୍ଚତାରକା ହୋଟେଲ ଓ ୩ଟି ଚର୍ଚ୍ଚରେ ସିରିଜ୍‌ ବିସ୍ଫୋରଣ ଘଟାଇ ଏହି ନରସଂହାର ଘଟାଇଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୩୫୯ ଜଣଙ୍କର ମୁତ୍ୟୁ ଘଟି ସାରିଥିବା ବେଳେ ୫୦୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇ ଜୀବନ ମୁତ୍ୟୁ ସହ ସଂଗ୍ରାମ ଚଳାଇଛନ୍ତି। ଏହି ଆତ୍ମଘାତୀ ବିସ୍ଫୋରଣ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍ଏସ୍‌ ଘଟାଇଛି ବୋଲି ଦାବୀ କରୁଥିବା ବେଳେ ଶ୍ରୀଲଙ୍କାର ପୁଲିସ୍‌ ପ୍ରବକ୍ତା ରୁଓ୍ଵାନ ଗୁଣଶେଖର କହିଛନ୍ତି ଯେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଆମେ ୬୦ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛୁ। ତଦନ୍ତ ପରେ ହିଁ ଘଟଣା ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିବ।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ