ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଖୁସୀ ଖବର; କମୁଛି କରୋନା ସକ୍ରିୟ ହାର, ୧୮ ରାଜ୍ୟରେ ସ୍ଥିତି ସୁଧୁରିଛି, ଏବେ ବି ୯୦% ଜିଲ୍ଲା କରୋନା ହଟ୍‌ସ୍ପଟ୍

ନୂଆଦିଲ୍ଲୀ: ଦୀର୍ଘ ଦୁଇ ମାସ କରୋନା ପିକ୍‌ ମୋଡ୍‌ରେ ରହିବା ପରେ ସୋମବାର ଠାରୁ ଦେଶରେ କରୋନା ସକ୍ରିୟ ମାମଲା ହ୍ରାସ ଦେଖିବାକୁ ମିଳିଛି। ମଙ୍ଗଳବାର ମଧ୍ୟ ଆକ୍ଟିଭ ସଂଖ୍ୟାରେ ହ୍ରାସ ହୋଇଛି। ତେବେ ଦୈନିକ ସଂକ୍ରମଣ କିନ୍ତୁ ୩ ଲକ୍ଷ ପାର ହେଉଥିବା ବେଳେ ସୁସ୍ଥ ହାର ସୁଧୁରିବାରେ ଲାଗିଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ୧୮ଟି ରାଜ୍ୟରେ କରୋନା ସଂକ୍ରମଣ କମୁଥିବାର ଦେଖିବାକୁ ମିଳୁଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି- ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ,ଛତିଶଗଡ଼, ତେଲେଙ୍ଗାନା ଓ ବିହାର। ଏହି ସବୁ ରାଜ୍ୟଗୁଡ଼ିକ କରୋନାର ଦ୍ୱିତୀୟ ଲହରରେ ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ଏବେ ଏଠାରେ ସଂକ୍ରମ ଧୀରେ ଧୀରେ କମୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି।

ସେହିପରି ଭାରତର କେତେଗୁଡ଼ିଏ ରାଜ୍ୟ ଯଥା ଓଡ଼ିଶା, ତାମିଲନାଡୁ,କେରଳ, କର୍ଣ୍ଣାଟକା, ଗୋଆ, ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ୨୦୨୦ ଠାରୁ ସଂକ୍ରମଣ ଉଗ୍ର ରୂପରେ ରହୁଛି।

୯୦ % ଜିଲ୍ଲା କରୋନା ହଟ୍‌ସ୍ପଟ

ଦେଶରେ ପ୍ରକୃତ କରୋନା ସମସ୍ୟା ତୃଣମୂଳସ୍ତରରେ ରହିଛି। ୯୦ ପ୍ରତିଶତ ଜିଲ୍ଲାରେ କରୋନା ସକ୍ରିୟ ହାର ୧୦ ପ୍ରତିଶତରୁ ଅଧିକ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦର୍ଶାଇଛି। ଏନେଇ ମଙ୍ଗଳବାର ସୂଚନା ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପ୍ରବକ୍ତା ଲବ ଅଗରୱାଲ। ସେ କହିଥିଲେ " ଯଦିଓ ଦେଶରେ ସକ୍ରିୟ ହାର ୧୮ ପ୍ରତିଶତ ରହିଛି, ତେବେ ଦେଶର ୭୩୪ ଜିଲ୍ଲାଗୁଡ଼ିକ ମଧ୍ୟରୁ ୫୩୩ ଜିଲ୍ଲାରେ ସକ୍ରିୟ ହାର ୧୦ ପ୍ରତିଶତରୁ ଅଧିକ ରହିଛି। ୧୬ ଦିନ ପୂର୍ବରୁ ଏହି ତଥ୍ୟ ଦେଖାଯାଇଥିଲା।" ସେହିପରି ୭୩୪ ଜିଲ୍ଲାଗୁଡ଼ିକ ମଧ୍ୟରୁ ୪୦ ପ୍ରତିଶତ (୩୧୦ ଟି) ଜିଲ୍ଲାରେ କରୋନା ସକ୍ରିୟ ହାର ଜାତୀୟ ହାର ଠାରୁ ଅଧିକ ରହିଥିଲା।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଯଦି କରୋନା ସକ୍ରିୟ ମାମଲା ୫ ପ୍ରତିଶତରୁ ଅଧିକ ଥାଏ ତେବେ ଖୁବ୍ ଦ୍ରୁତ ଗତିରେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଗତ ଦୁଇ ସପ୍ତାହ ମଧ୍ୟରେ ଦେଶରେ କରୋନା ସକ୍ରିୟ ହାର ୨୦-୨୨ ପ୍ରତିଶତ ରହିଥିଲା। ନିକଟ ସପ୍ତାହଗୁଡ଼ିକରେ ବେଙ୍ଗାଲୁରୁ,ମୟୂଶୁର, ଚେନ୍ନାଇ, ଚେନଗଲପଟ୍ଟୁ, ଥିରୁଭଲ୍ଲୁର, ଏର୍ନାକୁଲନ ଏବଂ ମଲାପ୍ପୁରମ, କୋଲକାତା, ଏବଂ ଉତ୍ତର ୨୪ ପ୍ରଗଣା ଏବଂ ପଞ୍ଜାବର ସାତାରା ଆଜି ସହରଗୁଡ଼ିକରେ କରୋନାର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.