PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୨୮ ପଜିଟିଭ୍ ଚିହ୍ନଟ
  • ||
  • ନୂଆଦିଲ୍ଲୀ : ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୧୮ରୁ ପୁଣି ବଢ଼ିବ ବର୍ଷା, ଉତ୍ତର ଓଡିଶାରେ ପ୍ରବଳ ଛେଚିବ
  • ||
  • ସମ୍ବଲପୁର : ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତିି
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ସୁନିଆଁ ପର୍ବ ପାଳନ, ଜଗା ଦର୍ଶନ ବନ୍ଦ
  • ||
  • ଭୁବନେଶ୍ୱର : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ
  • ||
  • ନୀଳଗିରି : ଡାକବଙ୍ଗଳା ରାସ୍ତାରେ ବୁଲୁଛି ଭାଲୁ
  • ||
  • ସାନଖେମୁଣ୍ଡି : ଗାଧୋଇ ଯିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ମହିଳା ମୃତ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ୧୨ ଘଣ୍ଟିଆ ବନ୍ଦ, ୪ ଦଫା ଦାବି ନେଇ ବନ୍ଦ ଡ଼କରା ଦେଇଛି ଟ୍ରକ୍ ମାଲିକ ସଙ୍ଘ
  • ||
  • ଜଳେଶ୍ଵର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଜଳମଗ୍ନ ୫ଟି ପଞ୍ଚାୟତ
  • ||
  • ପାଟଣା : ଦାଉ ସାଧିଲା ଲଗାଣ ବର୍ଷା, ବନ୍ଧ ଭାଙ୍ଗି ବାଲି ଚରିଗଲା ଏକର ଏକର ଚାଷ ଜମି
  • ||

କରୋନା ଦେଉଛି ଆହୁରି ଭୟଙ୍କର ରୋଗ : ୱୁହାନ୍‌ରେ ସୁସ୍ଥ ହେଉଥିବା ୯୦ ପ୍ରତିଶତ ଲୋକଙ୍କ ଫୁସ୍‌ଫୁସ୍‌ ଖରାପ

ବେଜିଂ ୦୭/୦୮: ଚୀନ୍‌ର ୱୁହାନ ସହରରେ କରୋନା ସଂକ୍ରମଣ ନେଇ ଆଉ ଏକ ଚିନ୍ତାଜନକ ରିପୋର୍ଟ ଆସିଛି । ସେଠାକାର ଗବେଷକମାନେ କହିଛନ୍ତି ଯେ କରୋନାରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ଭିତରୁ ୯୦% ଲୋକଙ୍କ ଫୁସ୍‌ଫୁସ୍‌ ଖରାପ ଥିବାର ଜଣାପଡିଛି । ୱୁହାନର ଝୋଙ୍ଗନାନ୍‌ ହସ୍ପିଟାଲର ୧୦୦ ଜଣ ରୋଗୀଙ୍କ ଉପରେ ଅଧ୍ୟୟନ କରି ଏହି ରିପୋର୍ଟ ଦିଆଯାଇଛି । ଏଥିରେ କୁହାଯାଇଛି କି ସୁସ୍ଥ ହେବାର ତିନି ମାସ ପରେ ସେମାନଙ୍କ ଫୁସ୍‌ଫୁସ୍‌ ପୂରା ଠିକ୍‌ ହୋଇନାହିଁ ।

ଏହା ସ୍ୱାଭାବିକ ଭାବେ କାମ କରୁନାହିଁ । ଜଣେ ସୁସ୍ଥ ବ୍ୟକ୍ତି ୬ ମିନିଟରେ ହାରାହାରି ୫୦୦ ମିଟର ଯାଏଁ ଚାଲିପାରୁଥିଲା ବେଳେ ଏମାନେ ୪୦୦ ମିଟର ଯାଏଁ ଯାଇପାରୁଛନ୍ତି । ଫୁସଫୁସ ଦୁର୍ବଳ ଥିବାରୁ ଏପରି ହେଉଛି । ସେମାନଙ୍କ ଭିତରୁ ଅନେକଙ୍କୁ ଏବେ ବି ଭେଂଟିଲେଟର ସୁବିଧା ଦରକାର ପଡୁଛି ।

ଆହୁରିମଧ୍ୟ, ଏହି ରୋଗୀମାନଙ୍କ ଭିତରୁ ୫% ପୁଣି ଥରେ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲା ବେଳେ ୧୦% ଲୋକଙ୍କ ଦେହରେ ତିଆରି ହୋଇଥିବା ଆଂଟିବଡି ଗାଏବ୍‌ ହୋଇଯାଇଛି ।