ରାଜଧାନୀରେ ୯୦୦ ଲୋକ ରହିବେ କ୍ବାରେଣ୍ଟାଇନ୍‌ରେ, ମୋହଲ୍ଲା କ୍ଲିନିକ୍‌ ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ୍

ନୂଆଦିଲ୍ଲୀ ୨୬।୩ : ଦିଲ୍ଲୀରେ ୯୦୦ ଲୋକଙ୍କୁ କ୍ବାରେଣ୍ଟାଇନ୍ କରାଯିବ। ପ୍ରକୃତରେ ଜଣେ ମହିଳା ସାଉଦିରୁ ଫେରି ମୌଜପୁରର ମୋହଲ୍ଲା କ୍ଲିନିକରେ ଚିକିତ୍ସିତ ହୋଇଥିଲେ। ଏହି ମହିଳାଙ୍କଠାରୁ ମୋହଲ୍ଲା କ୍ଲିନିକର ଡାକ୍ତର ଏବଂ ପରେ ଡାକ୍ତରଙ୍କ ପତ୍ନୀ ଏବଂ ଝିଅଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ବର୍ତ୍ତମାନ ମୌଜପୁର ଅଞ୍ଚଳର ୯୦୦ ଲୋକଙ୍କୁ କ୍ବାରେଣ୍ଟାଇନ୍ କରାଯିବ।

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ କହିଛନ୍ତି ଯେ ସାଉଦି ଆରବରୁ ଆସିଥିବା ଶାମା ନାମକ ଜଣେ ମହିଳା ୧୨ ମାର୍ଚ୍ଚରେ ମୌଜପୁର ମୋହଲ୍ଲା କ୍ଲିନିକରେ ଡାକ୍ତର ଗୋପାଳ ଝାଙ୍କୁ ଭେଟିଥିଲେ। ଏହି ମହିଳାଙ୍କ ଯୋଗୁଁ ଡକ୍ଟର ଗୋପାଳ ଝା, ତାଙ୍କ ପତ୍ନୀ ଏବଂ ଝିଅଙ୍କ ସମେତ ମୋଟ ୮ଜଣ ଲୋକ ସଂକ୍ରମିତ ହୋଇଥିଲେ। ଡକ୍ଟର ଗୋପାଳ ବର୍ତ୍ତମାନ ଭଲ ଅଛନ୍ତି। ଏବେ ପ୍ରାୟ ୯୦୦ ଲୋକଙ୍କୁ କ୍ବାରେଣ୍ଟାଇନ୍ କରାଯିବ।

କରୋନାକୁ ନେଇ ସମଗ୍ର ଦେଶରେ ଏ​‌ବେ ଲକ୍ ଡାଉନ୍ ହୋଇଛି । ଲକ୍ଷ ଲକ୍ଷ ଲୋକ ଘରେ ବନ୍ଦୀ ରହିବାକୁ ବାଧ୍ୟ ହେଉଛନ୍ତି ଏବଂ ଏହି ସମୟରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୬୩୯ କୁ ବୃଦ୍ଧି ପାଇଛି। ମଧ୍ୟପ୍ରଦେଶରେ ୫ଟି ନୂଆ ମାମଲା ରହିଛି। ଏଥିସହ ଦେଶରେ କରୋନା ଠାରୁ ୧୫ଜଣଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଦିଲ୍ଲୀରେ ୩୧ ଟି କରୋନା ମାମଲା ରୁଜୁ ହୋଇଛି ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଛି।

ଦିଲ୍ଲୀ ଲକ୍ ଡାଉନ୍ ହୋଇଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ରାଜଧାନୀରେ ଅତ୍ୟାବଶ୍ୟକ ଜିନିଷର ଅଭାବ ରହିବ ନାହିଁ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ମୌଳିକ ଆବଶ୍ୟକତା ପୂରଣ କରିବା ସରକାରଙ୍କ ଦାୟିତ୍। ଅଟେ। କ୍ଷୀର, ପନିପରିବା, ଖାଦ୍ୟ ସାମଗ୍ରୀ, ଔଷଧ, ଆବଶ୍ୟକ ଜିନିଷ ଯଦି ଆବଶ୍ୟକ ହୁଏ ତାହା ଆପଣଙ୍କ ଘରେ ପହଂଚିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌