PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

୯୨୨ କୋଟିର ୫ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ବୈଠକରେ ମଞ୍ଜୁରୀ

ଭୁବନେଶ୍ୱର ୨୮/୧୨: ଓଡ଼ିଶା ସରକାର ଶୁକ୍ରବାର ୯୨୨ କୋଟି ଟଙ୍କା ମୂଲ୍ୟର ୫ଟି ପୁଞ୍ଜି ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ରାଜ୍ୟର ପର୍ଯ୍ୟଟନ, ଇସ୍ପାତ, ଖାଦ୍ୟ ପ୍ରକ୍ରିୟାକରଣ ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ଆସିଥିବା ଏହି ନିବେଶ ପ୍ରସ୍ତାବ ୨,୬୫୦ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ରାଜସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ପ୍ରସ୍ତାବଗୁଡ଼ିକୁ ପାରିତ କରାଯାଇଛି ।

ଓଡ଼ିଶାରେ ଥିବା ଏକ ସ୍ପଞ୍ଜ ଆଇରନ୍‌ କମ୍ପାନିର ସମ୍ପ୍ରସାରଣ ପ୍ରକଳ୍ପ ପ୍ରସ୍ତାବକୁ ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ମୋହର ଲଗାଇଛି। ଏହି କମ୍ପାନି କେନ୍ଦୁଝର ଜିଲ୍ଲାରେ ଥିବା ନିଜର ୦.୦୫ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ପ୍ଲାଣ୍ଟକୁ ୦.୨୮୩ ଏମ୍‌ଟିପିଏ କ୍ଷମତାର ସମନ୍ୱିତ ଇସ୍ପାତ ପ୍ଲାଣ୍ଟରେ ପରିଣତ କରିବ । ପ୍ରସ୍ତାବିତ ପ୍ଲାଣ୍ଟରେ ୫୭୩ କୋଟି ୪୧ ଲକ୍ଷ ଟଙ୍କା ପୁଞ୍ଜି ନିବେଶ ହେବାକୁ ଥିବା ବେଳେ ୯୭୮ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ପ୍ରିଣ୍ଟେଡ୍‌ ସର୍କିଟ୍‌ ବୋର୍ଡ (ପିସିବି) ମାନୁଫାକ୍‌ଚରିଂ ୟୁନିଟ୍‌ ବସାଇବାକୁ ଓଡ଼ିଶାଭିତ୍ତିକ ଏକ ଇଏସ୍‌ଡିଏମ୍‌ କମ୍ପାନି ଦେଇଥିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି । କମ୍ପାନି ଭୁବନେଶ୍ୱର ଉପକଣ୍ଠ ଇନ୍‌ଫୋଭ୍ୟାଲି ଇଏମ୍‌ସି ପାର୍କରେ ୧,୪୪,୦୦୦ ବର୍ଗମିଟର କ୍ଷମତାର ପିସିବି ୟୁନିଟ୍‌ ବସାଇବ । ପ୍ରସ୍ତାବିତ ମାନୁଫାକ୍‌ଚରିଂ ୟୁନିଟ୍‌ ପାଇଁ ୯୬.୮୦ କୋଟି ଟଙ୍କା ବିନିଯୋଗ ହେବ ଓ ଏହା ୪୨୫ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇବ । ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ଅନୁମୋଦନ ପାଇଥିବା ଏକ ଓଡ଼ିଶାଭିତ୍ତିକ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ କମ୍ପାନି ୮୫.୯୪ କୋଟି ଟଙ୍କା ଖଟାଇ ଖୋର୍ଦ୍ଧାସ୍ଥିତ ଡେରାସ୍‌ ଫୁଡ୍‌ ପାର୍କରେ ଥିବା ନିଜ ୟୁନିଟ୍‌କୁ ସମ୍ପ୍ରସାରଣ କରିବ । ପ୍ରସ୍ତାବିତ ପ୍ରକଳ୍ପରେ ୫୮୦ ଜଣ ଲୋକଙ୍କୁ ନିଯୁକ୍ତି ମିଳିବ ।