Oscar T20: ୯୨ତମ ଓସ୍କାର ଆଓ୍ବାର୍ଡ ଦୌଡ଼ରେ ଏହି ୨ଟି ଫିଲ୍ମ ରହିଛି ଆଗରେ

ମୁମ୍ବାଇ ୧୪।୧: ଆସନ୍ତା ମାସରେ ହେବାକୁ ସିନେମାର ସବୁଠୁ ବଡ଼ ପୁରସ୍କାର ଓସ୍କାରର ନାମାଙ୍କନ ତାଲିକା ଜାରି କରାଯାଇଛି। ଏହା ହେଉଛି ୯୨ତମ ଏକାଡେମୀ ପୁରସ୍କାର। ଏହାର ଘୋଷଣା ଭାରତୀୟ ସମୟ ଅନୁସାରେ ୨୦୨୦ ଫେବୃଆରୀ ୧୦ ତାରିଖରେ କରାଯିବ।

ଓସ୍କାର ୨୦୨୦ରେ ସର୍ବଶ୍ରେଷ୍ଠ ଆନିମେଟେଡ୍ ଫିଚର ଶ୍ରେଣୀ ପାଇଁ ମୋଟ ୩୨ ଆନିମେଟେଡ୍ ଫିଲ୍ମ ଆବେଦନ କରିଥିଲେ। ଏଥିରୁ ମୋଟ୍ ୫ଟି ଫିଲ୍ମକୁ ନେଇ ଓସ୍କାର ନାମାଙ୍କନ ପାଇଁ ଚିହ୍ନିତ କରାଯାଇଛି। ୩୨ଟି ଆନିମେଟେଡ୍ ଫିଲ୍ମରେ ଡିଜନୀ କୀ ଟୟ ଷ୍ଟୋରି ୪ ଏବଂ ଫ୍ରୋଜନ ୨ ମଧ୍ୟ ସାମିଲ ରହିଛି। ୯୨ତମ ଏକାଡେମୀ ପୁରସ୍କାରରେ ସର୍ବଶ୍ରେଷ୍ଠ ଫିଲ୍ମର ତାଳିକାରେ Once Upon a Time in Hollywood, The Iris Man, 1917, Marriage Story and Joker ସମେତ ୯ଟି ଫିଲ୍ମର ନାଁ ସାମିଲ ରହିଛି। ମୁଖ୍ୟ କଥା ଏହା କି, Once Upon a Time in Hollywood ପାଇଁ ନୋମିନେଟ୍ ହୋଇଥିବା ବ୍ରେଡ୍ ପିଟ ପ୍ରଥମ ଥର ପାଇଁ ଏହି ଆଓ୍ବାର୍ଡ ଜିତିଛନ୍ତି। ତାଙ୍କୁ ବେଷ୍ଟ ସପୋଟିଂ ଆକ୍ଟର ଶ୍ରେଣୀରେ ନୋମିନେସନ ମିଳିଛି।

ସେହିପରି ୨୦୧୯ରେ ସାରା ଦୁନିଆରେ ଅଧିକ ରୋଜଗାର କରିଥିବା ଫିଲ୍ମ Avengers endgameକୁ କେବଳ ଭିଜୁଆଲ ଇଫେକ୍ଟସ୍ ଶ୍ରେଣୀରେ ନୋମିନେସନ ମିଳିଛି। ସର୍ବଶ୍ରେଷ୍ଠ ଅଭିନେତା ଭାବେ Renee Zellweger, Charlize Theron, Scarlett Johansson ଏବଂ Sior Ronenଙ୍କ ସାମିଲ ରହିଛି। ମୁଖ୍ୟ ଅଭିନେତା ଭାବେ Joaquin Phoenix, Adam Driver ଏବଂ Leonardo DiCaprioଙ୍କ ଭଳି ବିଶିଷ୍ଟ ହିରୋଙ୍କ ନାଁ ସାମିଲ ରହିଛି।

   ସମ୍ବନ୍ଧିତ ଖବର


ଟ୍ୟାଲେଣ୍ଟ ହଣ୍ଟ ଜରିଆରେ ଆକ୍ଟର ବାଛିବେ ବିବେକ

ପୂରୁଣା ଦିନକୁ ମନେ ପକାଇ ବିକିନି ଫଟୋ ସେୟାର କଲେ ସୋନାଲି

୩୧ ବର୍ଷୀୟ ଅଭିନେତ୍ରୀଙ୍କ ସହ ଅକ୍ଷୟଙ୍କ ରୋମାନ୍ସ, କରିବେ ଏହି ଫିଲ୍ମରେ ଏଣ୍ଟ୍ରି…

PPE କିଟ୍‌ ପିନ୍ଧି ‘ଗର୍‌ମି’ ଗୀତରେ ଡ୍ୟାନ୍ସ କଲେ ଡାକ୍ତର: ନିଜ ସହକର୍ମୀଙ୍କୁ କଲେ ଉତ୍ସାହିତ, ଭିଡିଓ ଭାଇରାଲ

୧୩ ବର୍ଷ ବୟସରେ ୪୩ ବର୍ଷୀୟ ଗୁରୁଙ୍କୁ ବିବାହ କରିଥିଲେ ସରୋଜ ଖାନ : କ୍ୟାରିଅରରେ ସଫଳ କିନ୍ତୁ ବ୍ୟକ୍ତିଗତ ଜୀବନରେ ଦୁଃଖ ଆଉ ସଂଘର୍ଷ…

‘ମୁଁ ଭଲ ହୋଇଗଲେ ନାଟକ କରିବା…’, ବିଜୟ ମହାନ୍ତିଙ୍କୁ ଭେଟି ସୁଖଦୁଃଖ ହେଲେ ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ଓ ସୁବୋଧ ପଟ୍ଟନାୟକ