ଭାରତରେ ବ୍ୟାପିବାରେ ଲାଗିଛି ୯୯୬ ୱର୍କ କଲ୍ଚର, ପ୍ରଭାବିତ ହେଉଛି ବ୍ୟକ୍ତିଗତ ଜୀବନ

ନୁଆଦିଲ୍ଲୀ ୧୭/୧୦: ପଡୋଶୀ ଦେଶ ଚାଇନା ପରେ ଭାରତରେ ମଧ୍ୟ ୯୯୬ ୱର୍କ କଲ୍ଚର ତୀବ୍ର ଗତିରେ ବଢିବାରେ ଲାଗିଛି । ଏଥିରେ ଲୋକଙ୍କ କର୍ମମୟ ଜୀବନ ଓ ବ୍ୟକ୍ତିଗତ ଲାଇଫ୍ ବାଲାନ୍ସ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଯାଇଛି । ଗୋଦରେଜ୍ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

୩ ଜଣଙ୍କ ମଧ୍ୟରୁ ଜଣେ ଭାରତୀୟ ସାମିଲ
ସର୍ଭେ ଅନୁସାରେ ୩ ଜଣଙ୍କ ମଧ୍ୟରୁ ଜଣେ ଭାରତୀୟ(୩୪ ପ୍ରତିଶତ) ପ୍ରଫେସନାଲ୍ କହିଛନ୍ତି ଯେ ସେମାନେ ନିଜ ପିଲାଙ୍କୁ ଅଧିକ ସମୟ ଦେଇପାରୁନାହାଁନ୍ତି । ଏହା ବ୍ୟତୀତ ପରିବାର, ବନ୍ଧୁ ଓ ନିଜ ସଉକ୍ ପୂରା କରିବା ପାଇଁ ମଧ୍ୟ ସମୟ ମିଳୁନି ।

ସପ୍ତାହରେ ୬ ଦିନ ୧୨ ଘଣ୍ଟା କାମ
୯୯୬ ୱର୍କ କଲ୍ଚରରେ ସପ୍ତାହରେ ୬ ଦିନ ୧୨ ଘଣ୍ଟା କାମ କରିବାକୁ ପଡିଥାଏ । ଚାଇନାର ବଡ ଟେକ୍ନୋଲୋଜି କମ୍ପାନୀ ଓ ଷ୍ଟାର୍ଟଅପରେ ଏହି ୱର୍କ କଲ୍ଚର ସାଧାରଣ କଥା । ସର୍ଭେକୁ କରିଥିବା ଗୋଦରେଜ୍ ଇଣ୍ଟେରିୟୋର ସିଇଓ ଅନିଲ୍ ମାଥୁର କହିଛନ୍ତି ଯେ ଏହା ପରେ ପ୍ରମାଣ ହୋଇଗଲା ଯେ ଟେକନିକର ଆଗମନ ପରେ ଲୋକଙ୍କ ସମୟ କାମରେ ଅଧିକ ଲାଗୁଛି । ପୂର୍ବରୁ ଯେତେବେଳେ ଏହି ଟେକନିକ୍ ନଥିଲା ସେତେବେଳେ ଲୋକେମାନେ ନିଜ ପରିବାର ସହ ଅଧିକ ସମୟ ବ୍ୟତୀତ କରୁଥିଲେ ।

୬୪ ପ୍ରତିଶତ ଦେଇପାରନ୍ତିନି ପରିବାରକୁ ସମ୍ପୂର୍ଣ୍ଣ ସମୟ
ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁସାରେ ସର୍ଭରେ ୬୪ ପ୍ରତିଶତ ପ୍ରଫେସନଲ୍ସ ମାନନ୍ତି ଯେ ସେମାନେ ପରିବାରକୁ ସମ୍ପୂର୍ଣ୍ଣ ସମୟ ଦେଇପାରନ୍ତି ନାହିଁ । ତେବେ ୨୮ ପ୍ରତିଶତଙ୍କ କହିବାନୁସାରେ ସେମାନେ ନିଜ ପତ୍ନୀଙ୍କୁ ଅଧିକ ସମୟ ଦେଇପାରନ୍ତିନି । ୨୧.୨ ପ୍ରତିଶତ ମାନନ୍ତି ଯେ ବନ୍ଧୁଙ୍କୁ ଅଧିକ ସମୟ ଦେଇପାରନ୍ତିନି । ୧୬.୨ ପ୍ରତିଶତ ଲୋକ କୁହନ୍ତି ଯେ ସେମାନେ ନିଜ ପିତା-ମାତାଙ୍କୁ ଅଧିକ ସମୟ ଦେଇପାରନ୍ତିନି । ୬୧ ପ୍ରତିଶତଙ୍କ କହିବାନୁସାରେ ସେମାନେ ନିଜ ସଉକ ପୂରା କରିବା ପାଇଁ ସମୟ ବାହାର କରିପାରନ୍ତି ନାହିଁ ।

   ସମ୍ବନ୍ଧିତ ଖବର


ପ୍ରତିଦିନ ଗୋଟେ ପ୍ୟାକେଟ୍ ସିଗାରେଟ୍ ସେବନ କରୁଥିଲେ ଏହି ବ୍ୟକ୍ତି, ମୃତ୍ୟୁପରେ ଡାକ୍ତର ଦେଖିଲେ ଫୁସଫୁସ୍ ପାଲଟି ଯାଇଥିଲା କୋଇଲା ଭଳି କଳା

ପିଲାବେଳର ଏହି ଫଟୋ ଏବଂ କବିତା ସେୟାର କରି ଜେଜେ ମା’ ଇନ୍ଦିରା ଗାନ୍ଧିଙ୍କୁ ମନେପକାଇଲେ ପ୍ରିୟଙ୍କା, ଟ୍ବିଟ୍ କରି ରାହୁଲ ଦେଲେ ଶ୍ରଦ୍ଧାଞ୍ଜଳି

ଦୁଷ୍କର୍ମ ପାଇଁ ଉଦ୍ୟମ କରୁଥିବା ସମୟରେ କିଛି ଲୋକ ବଞ୍ଚାଇଲେ, ପରେ ସେମାନେ ହିଁ କଲେ ଗଣଦୁଷ୍କର୍ମ

ଦିଲ୍ଲୀ –ଉତ୍ତରାଖଣ୍ଡ ସହିତ ଉତ୍ତର ଭାରତର ବହୁ ସହରରେ ଭୂକମ୍ପ ଝଟକା ଅନୁଭୂତ