PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ପୁଣି ବଢ଼ିଲା ସଂକ୍ରମଣ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯ ହଜାର ୫୪୧ ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୫୬ ହଜାର ପାର୍

ଭୁବନେଶ୍ୱର,୩୦/୦୫: ରାଜ୍ୟକୁ କରୋନା ପ୍ରକେପରୁ  ସାମାନ୍ୟ ଆଶ୍ୱସ୍ତି ମିଳିଛି । କମ୍‌ ଟେଷ୍ଟିଂ ହୋଇଥିବାରୁ ଆକ୍ରାନ୍ତ ସଂଖ୍ୟା ଅଧାକୁ ଖସିଯାଇଛି । ମାତ୍ର ମୃତ୍ୟୁରେ ବ୍ରେକ୍‌ ଲାଗିନି । କିନ୍ତୁ ଏହା ଆଶ୍ୱସ୍ତି ବଦଳରେ ଚିନ୍ତାଜନକ ପାଲଟିଛି । ସଂକ୍ରମଣ ଖସିବା ପଛର କାରଣ, କମ୍‌ ନମୁନା ପରୀକ୍ଷା ବା ଟେଷ୍ଟିଂ ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୯୫୪୧ ଆକ୍ରାନ୍ତଙ୍କ ମଧ୍ୟରୁ ୫୩୪୩ ପଜିଟିଭ ଆକ୍ରାନ୍ତ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୧୯୮ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୫୬ ହଜାର ୬୮୪ଜଣ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୩୪୨ ଜଣ, କଟକରୁ ୭୧୬ ଜଣ, ମୟୂରଭଞ୍ଜର ୬୯୫ ଜଣ, ସୁନ୍ଦରଗଡ଼ରୁ ୫୯୫ ଜଣ, ଅନୁଗୁଳରୁ ୫୬୨ ଜଣ, ପୁରୀରୁ ୫୨୮ ଜଣ, ଯାଜପୁରରୁ ୪୮୯ ଜଣ, ଭଦ୍ରକରୁ ୪୬୪ ଜଣ, କଳାହାଣ୍ଡିରୁ ୩୧୫ ଜଣ, ବାଲେଶ୍ବରରୁ ୩୦୨ ଜଣ, ଜଗତସିଂହପୁରରୁ ୨୯୯ ଜଣ,ବାରଗଡ଼ରୁ ୨୮୪ ଜଣ, ନବରଙ୍ଗପୁରରୁ ୨୫୪ ଜଣ, ସୋନପୁରରୁ ୨୪୫ ଜଣ, ନୟାଗଡ଼ରୁ ୨୩୦ ଜଣ, ସମ୍ବଲପୁରରୁ ୨୨୯ ଜଣ,କୋରାପୁଟରୁ ୨୧୫ ଜଣ,ବୌଦ୍ଧ ଓ କେନ୍ଦୁଝର ଜିଲ୍ଲାରୁ ୧୭୭ ଜଣ ଲେଖାଏଁ, ରାୟଗଡ଼ାରୁ ୧୬୪ ଜଣ, ଗଞ୍ଜାମରୁ ୧୫୦ ଜଣ, ଝାରସୁଗୁଡ଼ାରୁ ୧୪୦ ଜଣ, ମଲକାନଗିରିରୁ ୧୨୩ ଜଣ,ଢ଼େଙ୍କାନାଳରୁ ୧୧୭ ଜଣ, କେନ୍ଦ୍ରାପଡ଼ାରୁ ୧୧୪ ଜଣ, କନ୍ଧମାଳରୁ ୧୦୭ ଜଣ,ବଲାଙ୍ଗୀରୁ ୧୦୧ ଜଣ, ଗଜପତିରୁ ୬୯ ଜଣ, ଦେବଗଡ଼ରୁ ୬୧ ଜଣ, ନୂଆପଡ଼ାରୁ ୫୦ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୨୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭ ଲକ୍ଷ ୫୬ ହଜାର ୬୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୯୫ ହଜାର ୨୨୬ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬ ଲକ୍ଷ ୫୮ ହଜାର ୬୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୬୮୬ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୧୭୧୧୪୫୯ ସାମ୍ପୁଲ ଟେଷ୍ଟ୍ ହୋଇଛି।